ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋରୁମହିଷାଣୀ ଥାନା !ସର୍ପ ଦଂଶନରେ ଵୃଦ୍ଧ ମୃତ

ଗୋରୁମହିଷାଣୀ ଥାନା !ସର୍ପ ଦଂଶନରେ ଵୃଦ୍ଧ ମୃତ

 ମୟୂରଭଂଜ – ୫/୦୮ — ସର୍ପ ବିଶେଷଜ୍ଞମାନେ କୁହନ୍ତି ମେ ମାସ,ଜୁନ ମାସ,ଜୁଲାଇ ମାସ ,ଅଗଷ୍ଟ ମାସ ରେ ସର୍ପାଘାତ ମୃତ୍ୟୁ ସଂଖ୍ୟା ବେଶି ଦେଖାଦେଇଥାଏ ।ଵିଶେଷତଃ ଘର ଚଟାଣିରେ ଶୋଇଥିବା ଅବସ୍ଥାରେ କିମ୍ବା ବିଲରେ ସାପ କାମୁଡାରେ ବେଶି ଲୋକ ମୃତ୍ୟୁବରଣ କରିଥାନ୍ତି ।ମୟୂରଭଂଜ ଜିଲ୍ଲାର ଉପାନ୍ତ ଗୋରୁମହିଷାଣୀ ଥାନା ଅଞ୍ଚଳରେ କୁକୁଡିମୁଣ୍ଡି ଗ୍ରାମର ଗୋମିଆ ମୁଣ୍ଡା (୬୭) ସୋମବାର ରାତିରେ ଶୋଇଥିବା ଅବସ୍ଥାରେ ସର୍ପଘାତ କରିଥିଲା ।ସକାଳେ ତାଙ୍କୁ ରାଇରଙ୍ଗପୁର‌ ହସ୍ପିଟାଲ ଅଣା ଯାଇଥିଲା ।ଡାକ୍ତର ମୃତ ଘୋଷଣା କରିଥିଲେ ।ଗୋରୁମହିଷାଣୀ ଥାନା ପକ୍ଷରୁ ଅପମୃତ୍ୟୁ ମାମଲା କେଶ ନମ୍ଵର‌୧୭/୨୫ ରୁଜୁ କରାଯାଇ ଶବ ଵ୍ଯଵଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।ସର୍ପାଘାତରେ‌ ପରିବାର ଲୋକେ ପିଡିତକୁ ବିଳମ୍ବରେ ଡାକ୍ତରଖାନା ଆଣୁଥିବାରୁ ରୋଗୀର ମୃତ୍ୟୁ ହାର ବେଶି ଦେଖା ଦେଉଛି ।ସ୍ବାସ୍ଥ୍ୟ ବିଭାଗ ଯେତେ ସଚେତନ କରାଇଲେ ମଧ୍ୟ ଲୋକେ ସଚେତନ ହେଉନାହାନ୍ତି ।

ମୟୂରଭଂଜରୁ ଅକ୍ଷୟ ଵିଶ୍ଵାଳ ମସିହା ନିଉଜ

Related posts

ମୋବାଇଲ ବିସ୍ଫୋରଣରେ ଘରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୫ ଜଣିଆ ପରିବାର

Sunil Chandra Nayak

ନିଖୂଳ ଭାରତ ସାୟତ୍ତ ଶାସନ ଦିବସ ପାଳିତ 

Sunil Chandra Nayak

ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୩୫ ତମ ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!