ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୦୨୪-୨୫ଶିକ୍ଷାବର୍ଷର ବକେୟା ଷ୍ଟାଇପେଣ୍ଡ ପ୍ରଦାନ ଦାବି କଲା ମାସା

୨୦୨୪-୨୫ଶିକ୍ଷାବର୍ଷର ବକେୟା ଷ୍ଟାଇପେଣ୍ଡ ପ୍ରଦାନ ଦାବି କଲା ମାସା

ମୟୂରଭଂଜ – ୫/୦୮ ନୂତନ ଶିକ୍ଷା ବର୍ଷ ୨୦୨୫-୨୦୨୬ ହେବାଊ ସହ ମହାବିଦ୍ୟାଳୟ ନାମ ଲେଖା ତା ସହିତ ବହି ଖାତା କିଣିବାର ସମୟ ଏଥିପାଇଁ ମୟୂରଭଞ୍ଜ ର ଅଧିକାଂଶ ବିଦ୍ୟାର୍ଥୀ ଷ୍ଟିଇପେଣ୍ତ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଦୁଃଖର ବିଷୟ ଯେ ୨୦୨୪-୨୦୨୫ ଶିକ୍ଷା ବର୍ଷର ବାମନଘାଟୀ ଉପଖଣ୍ଡ ସହିତ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କଲେଜ ରେ ଅଧ୍ୟୟନରତ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶାସନ ଅବା କଲେଜ କତୃପକ୍ଷଙ୍କର ଅବହେଳା କାରଣରୁ ଏଯାବତ ଷ୍ଟଇପେଣ୍ଡ ପ୍ରଦାନ କରାଯାଇ ନାହିଁ। ଯାହାଫଳରେ ଛାତ୍ର ଛାତ୍ରୀ ମାନେ ନାନା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି ଏଥିପାଇଁ ଅଗ୍ରଣୀ ଛାତ୍ର ସଂଗଠନ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ (MASA) କ୍ଷେଭ ପ୍ରକାଶ କରିବା ସହ ରାଇରଙ୍ଗପୁର କଲେଜ ରାଇରଙ୍ଗପୁର, ଧୀରଜ୍ ଲାଲ କଲେଜ ବହଳଦା , ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ରାଇରଙ୍ଗପୁର, ଆଞ୍ଚଳିକ ଡିଗ୍ରୀ କଲେଜ ତଣଗାଁ , ରଜନୀକାନ୍ତ ଡିଗ୍ରୀ କଲେଜ ବିଜାତଳା , ବାଦାମପାହାଡ଼ ଡିଗ୍ରୀ କଲେଜ ବାଦାମ ପାହାଡ଼, ଆଇରନ ଡିଗ୍ରୀ କଲେଜ ଗରୁମାହିସାଣି, ବାଦାମ ପାହାଡ଼ ଜୁନିୟର କଲେଜର, ସହୀଦ ବିର୍ସା ମୁଣ୍ଡା କଲେଜ ଜାମଦା , କୈଳାସ ଚନ୍ଦ୍ର ଦିଲ୍ଲିପ କୁମାର ଜୁନିଅର୍ କଲେଜ ବିଜାତଳା , ଆଇରନ ଜୁନିଅର କଲେଜ ଗରୁମାହିସାଣି, ଆଦି ବିଭିନ୍ନ କଲେଜ କୁ ଯାଇ MASA ସଂଗଠନ ର ସଦସ୍ୟ ଜିଲ୍ଲା ସଭାପତି – ରାମ ମୁର୍ମୁ, ଜିଲ୍ଲା ସମ୍ପାଦକ ହାଡ଼ିବନ୍ଧୁ ଟୁଡୁ, ସାଂଗଠନିକ ସମ୍ପାଦକ ଜଗନ୍ନାଥ ମୁର୍ମୁ, ବାମନଘାଟୀ ସଭାପତି ସୁନୀଲ ସୋରେନ, ବାମନଘାଟି ସମ୍ପାଦକ ମାସାଙ୍ଗ ହେମ୍ବ୍ରମ୍, ଉପ ସଭାପତି ପିଥ ସୋରେନ, ସହ ସମ୍ପାଦକ ଲକ୍ଷ୍ମଣ ମାଝୀ, କଲେଜ ସଭାପତି ଠାକୁର ହେମ୍ବ୍ରମ, ସମ୍ପାଦକ ଫୁଲମତି ହାଁସଦା, ଅନାଦି ସିଂଙ୍କୁ, ଗଜେନ୍ଦ୍ର ସୋରେନ, ମୁନିରାମ ସୋରେନ,ଗୋବିନ୍ଦ ମୁର୍ମୁ, ମେଘରାୟ, ଫାତେ ମୁର୍ମୁ, ଓ ବିଭିନ୍ନ କଲେଜ ର ଛାତ୍ର ଛାତ୍ରୀ ମାନଙ୍କ ସହିତ ସାମିଲ ହୋଇ କଲେଜ ର ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରି ଉଚିତ ଗ୍ରହଣ କରି ୭ ଦିନ ମଧ୍ୟ ରେ ଯଥା ଶୀଘ୍ର ସରକାରଙ୍କ ଦ୍ଵାରା ଧାର୍ଯ୍ୟ ଷ୍ଟ।ଇପେଣ୍ଡ ରାଶି ପ୍ରଦାନ କରିବାକୁ ଦାବୀ ପତ୍ର ପ୍ରଦାନ କରିଥିଲେ ଏହା ସହିତ ଦାବୀ ପତ୍ର ଏକକିତା ନକଲ ମାନନୀୟ ଜିଲ୍ଳା ପାଳ ମହୋଦୟ, ମୟୂରଭଞ୍ଜ , ଜିଲ୍ଲା ମଙ୍ଗଳ ଅଧିକାରୀ, ମୟୂରଭଞ୍ଜ, ବାରିପଦା, ଉପ ଜିଲ୍ଲାପାଳ ମହୋଦୟ, ରାଇରଙ୍ଗପୁର, ପୃଥକ୍ ଭାବେ କଲେଜ ଅଧ୍ୟକ୍ଷ ଙ୍କ ଜରିଆରେ ଅବଗତ କହିଛନ୍ତି। ଯଦି ଆଗାମୀ ଦିନରେ ଆହୁରି ବିଳମ୍ବ ଘଟେ ତେବେ ବାମନଘାଟି ର ସମସ୍ତ କଲେଜରେ ତାଲା ବନ୍ଦ ଆନ୍ଦୋଳନ ରେ ବସିବେ ଓ ଛାତ୍ର ଛାତ୍ରୀ ମିଶି ଜିଲ୍ଲପାଳଙ୍କ ସାମ୍ନାରେ ଧାରଣା ମଧ୍ୟ ବସିବାକୁ ବାଧ୍ୟ ହେବେ ।କିଛି ଅଘଟଣ ଘଟିଲେ ପ୍ରଶାସନ ଦାୟୀ ରହିବେ।

ମୟୂରଭଂଜରୁରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ଉଦଘାଟିତ ହେଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଖଇରା ମଣ୍ଡଳ କାର୍ଯ୍ୟାଳୟ

masiha

ନଗଡ଼ ଗ୍ରାମ ରେ ଶ୍ରୀରାମ ନବମୀ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଭିଟାମାଟି ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ଶୋଭଯାତ୍ରା

masiha

Leave a Comment

error: Content is protected !!