ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷ ଖାଇ ଯୁବକର ଆତ୍ମହତ୍ୟା, ହତ୍ୟା ସନ୍ଦେହ

ବିଷ ଖାଇ ଯୁବକର ଆତ୍ମହତ୍ୟା, ହତ୍ୟା ସନ୍ଦେହ 

କାମାକ୍ଷାନଗର (ମନିସ)3/8/25 — କାମାକ୍ଷାନଗର ବ୍ଲକ ତଥା ତୁମୁସିଂହା ଥାନା ଅନ୍ତର୍ଗତ କୋଟଗରା ପଞ୍ଚାୟତର ଗୋଦରିବିଲ ଗ୍ରାମ ନିକଟବର୍ତ୍ତୀ ଏକ କାଜୁ ଜଙ୍ଗଲରେ ଜଣେ ଯୁବକ ବିଷ ଖାଇ ଆତ୍ମହତ୍ୟା କରିଥିବା ବେଳେ ପରିବାର ପକ୍ଷରୁ ଏହା ଏକ ହତ୍ୟା ଘଟଣା ବୋଲି ଅଭିଯୋଗ କରାଯାଇଛି l କୋଟଗରା ଗ୍ରାମର ରଞ୍ଜନ କୁମାର ସାହୁ ପଣ୍ଡୁଆ ଛକଠାରେ ଏକ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଈ ଆସୁଥିଲେ l ଶନିବାର ଦିନ ସାଢେ ଏଗାର ଟା ଠାରୁ ରଞ୍ଜଙ୍କର କୌଣସି ଖୋଜ ଖବର ମିଳିପାରି ନଥିଲା l ଆଜି ରବିବାର ପୂର୍ବାହ୍ନ ରେ ସନ୍ନିକଟ ଗୋଦରୀବିଲ ଗ୍ରାମ ର କାଜୁ ଜଙ୍ଗଲ ମଧ୍ୟରେ ରଞ୍ଜନ ଙ୍କର ମୃତ ଦେହ ପଡ଼ିଥିବା ର ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ ପରେ ବ୍ୟବଛେଦର ବ୍ୟବସ୍ଥା କରିଛି l ରଞ୍ଜନ ବିଷ ଖାଇ ଆତ୍ମହତ୍ୟା କରିଥିବାର ପ୍ରାଥମିକ ତଦନ୍ତ ରୁ ଜଣା ପଡିଥିବାର ପୁଲିସ ସୂତ୍ର ରୁ ଜଣା ପଡ଼ିଥିବା ବେଳେ ପରିବାର ପକ୍ଷରୁ ଏହାକୁ ଏକ ହତ୍ୟା ଘଟଣା ବୋଲି ଅଭିଯୋଗ କରାଯାଇଛି l ତେବେ ବ୍ୟବଛେଦ ରିପୋର୍ଟ ରୁ ଏହାର ସତ୍ୟାସତ୍ୟ ଘଟଣା ପଦାକୁ ଆସିପାରିବ ବୋଲି ଜଣାଯାଇଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାସ୍ତା ଉପରେ ମୁହାଁ ମୁହିଁ ଧକ୍କା ଟାଟା ଏସ ସି ଚାଳକ ଗୁରୁତର 

ରେଳ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Sunil Chandra Nayak

ଧର୍ମଗଡ଼ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଜରୁରୀ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!