ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାତ୍ୟା ଆଶ୍ରୟସ୍ଥଳୀ ଠାରେ ମକଡ୍ରିଲ୍ ଅନୁଷ୍ଠିତ 

ବାତ୍ୟା ଆଶ୍ରୟସ୍ଥଳୀ ଠାରେ ମକଡ୍ରିଲ୍ ଅନୁଷ୍ଠିତ 

ନବରଙ୍ଗପୁର (୧୯|୬)(ରବି ନାରାୟଣ ମହାନ୍ତି)ବାତ୍ୟା ସମୟରେ ଲୋକଙ୍କୁ ସୁରକ୍ଷିତ ରଖିବା ଏବଂ ସେମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇବା ପାଇଁ ବାତ୍ୟା ଆଶ୍ରୟସ୍ଥଳୀରେ ମକଡ୍ରିଲ୍ (Mock Drill) କରାଯାଇଥାଏ। ଏହାଦ୍ୱାରା ପ୍ରଶାସନର ପ୍ରସ୍ତୁତି ଏବଂ ସ୍ଥାନୀୟ ଲୋକଙ୍କ ସଚେତନତା ପରୀକ୍ଷା କରାଯାଏ । 

ବାତ୍ୟା ଆଶ୍ରୟସ୍ଥଳୀ ମକଡ୍ରିଲର ମୁଖ୍ୟ ଉଦ୍ଦେଶ୍ୟ ଗୁଡ଼ିକ ହେଲା: ବିପଦ ସମୟରେ ଲୋକଙ୍କୁ କିପରି ତୁରନ୍ତ ଆଶ୍ରୟସ୍ଥଳୀକୁ ଅଣାଯିବ, ଆହତ ବ୍ୟକ୍ତିଙ୍କୁ କିପରି ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବ , ବିପଦରେ ଥିବା ଲୋକଙ୍କୁ ଅଗ୍ନିଶମ ବାହିନୀ କିମ୍ବା ଓଡ୍ରାଫ୍ (ODRAF) ଦ୍ଵାରା କିପରି ଉଦ୍ଧାର କରାଯିବ । ଆହତ ବ୍ୟକ୍ତିଙ୍କୁ କିପରି ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବ, ବିପଦରେ ଥିବା ଲୋକଙ୍କୁ ଅଗ୍ନିଶମ ବାହିନୀ କିମ୍ବା ଓଡ୍ରାଫ୍ (ODRAF) ଦ୍ଵାରା କିପରି ଉଦ୍ଧାର କରାଯିବ । ଏସବୁ ପ୍ରଦର୍ଶନ କରାଯାଇଥିଲା। ଏହି କ୍ରମ ରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ପୈାର ପରିଷଦର ଡିଏନକେ ଠାରେ ଥିବା ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତାର ସଫଳ ମୁକାବିଲା କିପରି କରାଯାଇ ପାରିବ ଅଭ୍ୟାସ ପ୍ରସ୍ତୁତି ଅନୁଷ୍ଠିତ ହେଇଥିଲା। ଅଗ୍ନିଶମ ବିଭାଗ ର କେନ୍ଦ୍ର ଅଧିକାରୀ ଭାଗୀରଥି ବାଣୁଆ ଙ୍କ ବଦଳି ହୋଇଥିବାରୁ ପୈରପରିଷ ପକ୍ଷରୁ ବିଦାୟ କାଳୀନ ପ୍ରମାଣପତ୍ର ଓ ଉତ୍ତରୀୟ ଦେଇ ସମ୍ୱର୍ଦ୍ଧନା କରାଯାଇଥିଲା। ଓ ଏସ ଆଇ ଆର ଭୋଟର ଶୋଶଧନ ପାଇଁ ସଚେତନତା କରାଯାଇଥିଲା । ଏହି ଅବସରରେ ନବରଙ୍ଗପୁର ଉପ ଜିଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ଉମରକୋଟ ତହସିଲଦାର ମେଗବାନ ବାଗ, ପୈର ପରିଷଦ ଅଧ୍ୟକ୍ଷା ରାଧା ଭତ୍ରା , ପୈର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ , ଅଗ୍ନିଶମ କେନ୍ଦ୍ର ର କେନ୍ଦ୍ର ଅଧିକାରୀ ଭାଗୀରଥି ବାଣୁଆ , ଶିଶୁ ବିକାଶ ବିଭାଗ ସିଡିପିଓ ସଞ୍ଜୁକ୍ତା ବେହେରା , ଏବଂ ପେଣ୍ଡ୍ରାଣୀ ମହାବିଦ୍ୟାଳୟ ର ଅଧ୍ୟପକ ରାମଶଙ୍କର ପଟ୍ଟନାୟକ , ଓ ଅଧ୍ୟାପକ ମାନେ ଉପସ୍ଥିତ ରହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟର ଜୀବନକୁ କିପରି ସୁରକ୍ଷିତ ରଖି ପାରିବେ ତାର ସମସ୍ତ କୌଶଳ ଉପସ୍ଥିତ ଥିବା ସମସ୍ତ ଜନସାଧାରଣଙ୍କୁ ବୁଝାଇଥିଲେ।ବିପର୍ଯ୍ୟୟ ସମୟରେ କେତେବେଳେ କେଉଁ କୌଶଳ ଅବଲମ୍ବନ କରିବେ ଅଗ୍ନିଶମ ବିଭାଗ ର ଟିମ ପ୍ରଦର୍ଶନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୈାର ପରିଷଦ କନିଷ୍ଠ ସହାୟକ ଡମ୍ବରୁଧର ମାଝୀ, ବନ୍ୟା ଆଶ୍ରୟ ସ୍ଥଳୀର ସମ୍ପାଦକ କୁନା ସାହୁ, ସମସ୍ତ ଅଙ୍ଗନୱାଡ଼ି କର୍ମୀ, ସ୍କୁଲ ର ଛାତ୍ରଛାତ୍ରୀ, ସ୍ବାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗ , ସ୍ଵେଚ୍ଛାସେବୀ ସଂଗଠନ , ସହରବାସୀ , ଓ ପୌର ପରିଷଦ ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଡଙ୍ଗା ଘାଟ ଠାରେ ବାଉରି ବୁଢୀଙ୍କ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ବୈଠକ

masiha

ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବା ସାହେବ ଡ଼ଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ପୂର୍ଣ୍ଣlଅବୟଵ ପ୍ରତିମୂର୍ତ୍ତି ଉନ୍ମୋଚିତ

Sunil Chandra Nayak

ହଷ୍ଟେଲ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ୫୦ ଲକ୍ଷ କ୍ଷତିପୂରଣ ଓ ନିରପେକ୍ଷ ତଦନ୍ତ ଦାବୀ 

Sunil Chandra Nayak

Leave a Comment

error: Content is protected !!