ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆକାଂକ୍ଷା ବ୍ଳକ ଡାବୁଗାଁକୁ ପରିଦର୍ଶନରେ ଆସିଲେ ଯୁଗ୍ମ ସଚିବ ପ୍ରତିରକ୍ଷା ପ୍ରଯୋଜନା ବିଭାଗ, ଭାରତ ସରକାର

ଆକାଂକ୍ଷା ବ୍ଳକ ଡାବୁଗାଁକୁ ପରିଦର୍ଶନରେ ଆସିଲେ ଯୁଗ୍ମ ସଚିବ ପ୍ରତିରକ୍ଷା ପ୍ରଯୋଜନା ବିଭାଗ, ଭାରତ ସରକାର 

ନବରଙ୍ଗପୁର:(୧୯|୬)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଅକାଂକ୍ଷା ବ୍ଳକ ହୋଇଥିବାରୁ ଉକ୍ତ ବ୍ଳକକୁ ପରିଦର୍ଶନରେ ଆସିଥିଲେ ଯୁଗ୍ମ ସଚିବ ମିସ୍ଟ୍ରେସ ମୀରା ମହାନ୍ତି l ନବରଙ୍ଗପୁର ରୁ ନବରଙ୍ଗପୁର ଜିଲ୍ଲାପାଳ ଡାଃ ମହେଶ୍ଵର ସ୍ଵାଇଁ, ଜିଲ୍ଳା ପରିଷଦ ବିରଞ୍ଚି ନାରାୟଣ ଦରୱାନଙ୍କ ସହ ଆସିଥିଲେ ଜିଲ୍ଲାର ବହୁ ଉଚ୍ଚ ପଦସ୍ଥ ଅଧିକାରୀ ବୃନ୍ଦ l ପ୍ରଥମେ ଗୋଷ୍ଟୀ ଉନ୍ନୟନ ଅଧିକାରୀ ସମୀର କୁମାର ପାତ୍ରଙ୍କ କାର୍ଯ୍ୟାଳୟରେ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ବ୍ୟାପକ ଆଲୋଚନା କରି ଡାବୁଗାଁ ହାଟପଦା ଅଙ୍ଗନବାଡି କେନ୍ଦ୍ର, ପରେ ଜୁନାପାଣି ପି ଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟକୁ ଯାଇଥିଲେ l ଦୁଇଟି ସ୍ଥାନରେ ଶିକ୍ଷାର ମୂଳଦୁଆକୁ ମଜଭୁତ କରିବା, ଛାତ୍ରଛାତ୍ରୀ ମାନଙ୍କୁ ପୁଷ୍ଟିକର ଖାଦ୍ୟ ଦେବା, ଗୁଣାତ୍ମକ ଶିକ୍ଷା ସହ ନିମ୍ନ ସ୍ତରରୁ ଶିକ୍ଷାକୁ ଉନ୍ନତ କରିବା ଦିଗ ଉପରେ ବ୍ୟାପକ ସମୀକ୍ଷା କରିଥିଲେ ଓ ବିଭିନ୍ନ ପରାମର୍ଶ ଦେଇଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଲାଞ୍ଜିଗଡ଼ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

masiha

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ରେଡକ୍ରସ ଦିବସ ପାଳିତ

ଜୁନାଗଡ ଡାକ୍ତରଖାନା କୁ ଉପଖଣ୍ଡ ଚିକିତ୍ସାଲୟ ଦାବୀ ନେଇ ସଚେତନ ନାଗରିକ କମିଟି ପକ୍ଷ୍ୟରୁ ସ୍ଵସ୍ଥ୍ଯ ମନ୍ତ୍ରୀ ଙ୍କୁ ଦାବିପତ୍ର 

masiha

Leave a Comment

error: Content is protected !!