ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି : ନବରଙ୍ଗପୁର ପୋଲିସ ପଡ଼ିଆ ଠାରେ “ବିକାଶ ର ଧାରା ଓଡ଼ିଶା ସାରା “କାର୍ଯ୍ୟକ୍ରମ ଉଦ୍‌ଘାଟିତ

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି : ନବରଙ୍ଗପୁର ପୋଲିସ ପଡ଼ିଆ ଠାରେ “ବିକାଶ ର ଧାରା ଓଡ଼ିଶା ସାରା “କାର୍ଯ୍ୟକ୍ରମ ଉଦ୍‌ଘାଟିତ

ନବରଙ୍ଗପୁର:(୨୦.୬.୨୦୨୬)(ରବି ନାରାୟଣ ମହାନ୍ତି)ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସ୍ଥାନୀୟ ପୋଲିସ ପଡ଼ିଆ ଠାରେ ‘ବିକାଶର ଧାରା ଓଡ଼ିଶା ସାରା’ ଜିଲ୍ଲାସ୍ତରୀୟ ଜନସମ୍ପର୍କ ଓ ପ୍ରଦର୍ଶନୀ ମେଳା ଉଦ୍‌ଘାଟିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଅତିଥିମାନେ ପ୍ରଦର୍ଶନୀ ଷ୍ଟଲ୍ ପରିଦର୍ଶନ କରିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ‘ନବରଙ୍ଗପୁରର ବିକାଶ’ ଶୀର୍ଷକ ଡକ୍ୟୁମେଣ୍ଟାରୀ ଦେଖିଥିଲେ।ନବରଙ୍ଗପୁର ବିଧାୟକ ୭୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସୁବାସ ବୋଷ ଛକ ଠାରୁ ଏକ ରିଙ୍ଗ ରୋଡ ସଦୃଶ ନିର୍ମାଣ ଏବଂ ୨୩ କୋଟି ଟଙ୍କା ବ୍ୟୟ ଅଟକଳରେ ନୂତନ କ୍ରୀଡ଼ା ଭବନ ସ୍ଥାପନର ପ୍ରସ୍ତାବ ଉପରେ ମତ ପ୍ରକାଶ କରିଥିଲେ।ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ପ୍ରସ୍ତୁତ “ପ୍ରଗତି ପ୍ରବାହ” ଏବଂ “ବିକାଶର ଧାରା ଓଡ଼ିଶା ସାରା” ପ୍ରଚାର ପୁସ୍ତିକା ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା। ମହିଳା ଓ ଶିଶୁ ବିକାଶ ବିଭାଗର ୨ ବର୍ଷର ସଫଳତା ସମ୍ପର୍କିତ ପୁସ୍ତିକାକୁ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା । ମଞ୍ଚରେ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଅଙ୍ଗନୱାଡି କର୍ମୀ ମାନଙ୍କୁ ମୋବାଇଲ ବଣ୍ଟନ କରାଗଲା । ନବରଙ୍ଗପୁର ଜିଲ୍ଲାର ବୁଦ୍ଧିଜୀବୀ ମାନେ ଜିଲ୍ଲାର ବିକାଶ ନିମନ୍ତେ ସେମାନଙ୍କର ମତାମତ ବ୍ୟକ୍ତ କରିଥିଲେ। ଦେବଦାସ ମହାକୁଡ଼ ଜିଲ୍ଲାରେ ଏକ କୃଷି ବିଜ୍ଞାନ କେନ୍ଦ୍ର ଓ ଆଧୁନିକ ସଭାଗୃହ ର ଆବଶ୍ୟକ ରହିଛି ବୋଲି ମତ ବ୍ୟକ୍ତ କରିଥିଲେ। ନୀଳମଣି ପାଢ଼ୀ ଏକ ବେଦ ବିଦ୍ୟାଳୟ ଏବଂ ଭଗବତ୍ ଗୀତା ପଠନ ନିମନ୍ତେ ଗୃହ ନିର୍ମାଣ ଓ ନବରଙ୍ଗପୁର ଜିଲ୍ଲାର ପର୍ଯ୍ୟଟନର ବିକାଶ ନିମନ୍ତେ ନିଜ ମତ ବ୍ୟକ୍ତ କରିଥିଲେ। ଚିତ୍ତରଞ୍ଜନ ପାତ୍ର ତୁରୀ ନଦୀ କୂଳରେ ଥିବା ସହିଦ ମିନାର ର ପୁନରୁଦ୍ଧାର ଏବଂ ଜିଲ୍ଲାରେ ମାରାଥନ ଦୌଡ଼ ପ୍ରତିଯୋଗିତା କରାଯାଉ ବୋଲି କହିଥିଲେ। ଆଇନଜୀବୀ କିଶୋରୀ ପଟ୍ଟନାୟକ ଜିଲ୍ଲାରେ ଏକ ଜାତୀୟ ସ୍ତର ର ଡ୍ରାମା ବିଦ୍ୟାଳୟ ସ୍ଥାପନ, ପ୍ରତିଯୋଗିତା ମୂଳକ କୋଚିଂ ଏବଂ ଆଇନ ମହାବିଦ୍ୟାଳୟ ର ସ୍ଥାପନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଜିଲ୍ଲା ସଦର ମହକୁମାଠାରେ ନୂଆ ଟାଉନ୍ ହଲ, ୫୦୦ ଶଯ୍ୟା ବିଶିଷ୍ଟ ଉନ୍ନତମାନର ଅତିଥି ଭବନ, କୁସୁମଝର ଠାରେ ବୋଟିଂ ସୁବିଧା କରିବା ଏବଂ ଷ୍ଟାଡିୟମ୍ ର ଉନ୍ନତିକରଣ, ନବରଙ୍ଗପୁର ଏବଂ ଉମରକୋଟ ଠାରେ ଶୀତଳ ଭଣ୍ଡାର ସ୍ଥାପନ ସକାଶେ ସାମ୍ୱାଦିକ ବାଙ୍କ ବିହାରୀ ବିଶୋଇ ମତ ପ୍ରକାଶ କରିଥିଲେ। ନିଟ କୋଚିଂ ଏବଂ ଆଧୁନିକ ପାଠାଗାର ସ୍ଥାପନ ନିମନ୍ତେ ସାମ୍ବାଦିକ ପ୍ରଭାତୀ ବିଶୋଇ ନିଜ ମତ ଦେଇଥିଲେ। ତତ୍ସହିତ ବିଭିନ୍ନ ହିତାଧିକାରୀ ମାନଙ୍କୁ ମୁଖ୍ୟ ଅତିଥି ସହାୟତା ରାଶି ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ଗୌରୀ ଶଙ୍କର ମାଝୀ ନିଜ ବକ୍ତବ୍ୟରେ ଜିଲ୍ଲାରେ ଭିତ୍ତିଭୂମି ବିକାଶ ଏବଂ ମିଶନ ମୋଡରେ ସମସ୍ତ ଜନ ହିତକର ଯୋଜନାକୁ ଆନ୍ତରିକତା ସହ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ମାନ୍ୟବର ବିଧାୟକ ନରସିଂହ ଭତରା ନିଜ ବକ୍ତବ୍ୟରେ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ଯୋଜନାର ପ୍ରଶଂସା ପୂର୍ବକ ପ୍ରଶାସନ ତରଫରୁ ଏହାର ସଠିକ୍ ରୂପାୟନ ଦିଗରେ ପଦକ୍ଷେପ ନେବାକୁ କହିଥିଲେ।ଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁ ଗତ ଦୁଇ ବର୍ଷରେ ନବରଙ୍ଗପୁର ଜିଲ୍ଲାରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ଓ ତାହାର ସଫଳତା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଉପସ୍ଥାପନ କରିଥିଲେ।ପ୍ରଦର୍ଶନୀରେ ବିଭିନ୍ନ ବିଭାଗର ୩୦ଟି ଷ୍ଟଲ୍ ଖୋଲାଯାଇଥିଲା। ସେଥିରେ ସରକାରୀ ଯୋଜନା, ଉପଲବ୍ଧି ଓ ବିକାଶମୂଳକ କାର୍ଯ୍ୟ ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବାସନ୍ତୀ ମାଝୀ, ମାନ୍ୟବର ମନ୍ତ୍ରୀଙ୍କ ପ୍ରତିନିଧି କୁଞ୍ଜ ବିହାରୀ ଦାସ,ମାନ୍ୟବର ସାଂସଦଙ୍କ ପ୍ରତିନିଧି ଜ୍ୟୋତି ରଞ୍ଜନ କଂସ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ୍ ଚନ୍ଦ୍ର ବର୍ମନ୍, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ପ୍ରକାଶ ମିଶ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନବରଙ୍ଗପୁର ସୁନୀଲ ଖରା ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଗଣମାଧ୍ୟମ ପ୍ରତିନିଧି ଓ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ I ଶେଷରେ ସ୍ଥାନୀୟ କଳାକାର ମାନେ ସେମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଅଡ୍ରି ଗ୍ରାମରେ ବନ ମହୋତ୍ସବ” ପାଳିତ

First state executive body meeting of the Journalist Council of India, Odisha wing was held in Bhubaneswar.

masiha

ଜହ୍ନ ରାଇଜରେ ପହଁଚିଲା ଭାରତ  ଏବେ ବି ମୟୁରଭଞ୍ଜ ର ଦୁର୍ଗମ ଅଂଚଳରେ ମୋବାଇଲ ନେଟୱର୍କ ଅପହଞ୍ଚ ନେଇ ଅଂଚଳ ବାସୀଙ୍କ ଅସନ୍ତୋଷ ;ଜନପ୍ରତିନିଧି କୁନି ସର୍ଦାର ଙ୍କ ଷଷ୍ଠ ଥର ପାଇଁ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ

masiha

Leave a Comment

error: Content is protected !!