ନବରଙ୍ଗପୁର(ମସିହା) ନବରଙ୍ଗପୁର ଜିଲ୍ଲା ଆଇନଜୀବି ସଂଘର ନିର୍ବାଚନ ପ୍ରକ୍ରିୟାରେ ନାମାଙ୍କନ ପତ୍ର ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି । ଶୁକ୍ରବାର ନାମାଙ୍କନ ପତ୍ର ଯାଞ୍ଚ ଦିବସରେ ନାମାଙ୍କନ ଦାଖଲ କରିଥିବା ସମସ୍ତ ଆବେଦନ କାରୀ ମାନେ ନିଜ ନିଜ ପ୍ରସ୍ତାବକ ଓ ସମର୍ଥକଙ୍କ ସହ ନିର୍ବାଚନ ଅଧିକାରୀଙ୍କ ନିକଟରେ ଉପସ୍ଥିତ ରହିଥିଲେ । ସମସ୍ତ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ପରେ ୧୫ ଜଣଙ୍କ ନାମାଙ୍କନକୁ ନିର୍ବାଚନ ଅଧିକାରୀ ଗ୍ରହଣ କରିଥିବା ଜଣା ପଡିଛି । ଏହି କ୍ରମରେ ସଭାପତି ପଦବୀ ପାଇଁ ବରିଷ୍ଠ ଆଇନଜୀବୀ ନରସିଂହ ନାଥ ତ୍ରିପାଠୀ ଓ ବରିଷ୍ଠ ଆଇନଜୀବୀ ଶ୍ୟାମ ପ୍ରସାଦ ଗନ୍ତାୟତ , ଉପ ସଭାପତି ପଦବୀ ପାଇଁ ଆଇନଜୀବୀ ହରିନାରାୟଣ ବେହେରା ଓ ବିଧୁ ଶେଖର ତ୍ରିପାଠୀ, ସମ୍ପାଦକ ପଦବୀ ପାଇଁ ମାନସ ତ୍ରିପାଠୀ ଓ ତପନ ସିଂ, କୋଷାଧ୍ୟକ୍ଷ ପଦବୀରେ ସ୍ନେହଲତା ଦେବୀ ଓ ଅନିଲ ଦୀନବନ୍ଧୁ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ପଦବୀ ପାଇଁ ତପନ ପାଣିଗ୍ରାହୀ,ବାଲାଜୀ ପ୍ରସାଦ ମିଶ୍ର ,ପ୍ରଶାନ୍ତ କୁମାର ପଟ୍ଟନାୟକ, ଗୋପାଳ କୃଷ୍ଣ ଶତପଥୀ,ସତୀଶ ଚନ୍ଦ୍ର ନାୟକ ଏବଂ ଦିନେଶ ରାଜ କୋର୍କରାଙ୍କ ନାମାଙ୍କନକୁ ଯାଞ୍ଚ ପରେ ଗ୍ରହଣ କରାଯାଇଛି । ସୂଚନା ଯୋଗ୍ୟ ଯେ, ଯୁଗ୍ମ ସମ୍ପାଦକ ପଦବୀରେ ଜଣେ ମାତ୍ର ସଦସ୍ୟ ସନ୍ଦୀପ ମିଶ୍ରଙ୍କ ନାମାଙ୍କନକୁ ମଧ୍ୟ ଗ୍ରହଣ କରାଯାଇଛି । ଆସନ୍ତା ୧୨ ତାରିଖ ଦିନ ନାମାଙ୍କନ ପ୍ରତ୍ୟାହାର ଦିବସ ରହିଛି । ୧୩ ତାରିଖ ଦିନ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏହି ନିର୍ବାଚନକୁ ବରିଷ୍ଠ ଆଇନଜୀବୀ ତଥା ନିର୍ବାଚନ ଅଧିକାରୀ ସି ଏଚ ବାବା ଯୁଗନ୍ଧର, ସହ ନିର୍ବାଚନ ଅଧିକାରୀ ଆଇନଜୀବୀ କିଶୋର ପଟ୍ଟନାୟକ ଓ ଆଇନଜୀବୀ ତାଜ ଇମ୍ବ୍ରାନ ସରିଫ ପରିଚାଳନା କରୁଛନ୍ତି ।
ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍