ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ତାରଣା ସେବାଶ୍ରମର ପ୍ରଧାନ ଶିକ୍ଷକଙ୍କର ଝୁଲନ୍ତା ଶରୀର ଉଦ୍ଧାର: ମୃତ୍ୟୁର କାରଣ ଅସ୍ପଷ୍ଟ;ପୋଲିସର ମୁଣ୍ଡବ୍ୟଥା  

ମୟୂରଭଞ୍ଜ- ୧୦/୩/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ଯାମଦା ଥାନା ଅନ୍ତର୍ଗତ ତାରଣା ସେବାଶ୍ରମର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଶତପଥିଙ୍କର ଝୁଲନ୍ତା ଶରୀରକୁ ବିଦ୍ୟାଳୟ କର୍ମଚାରୀ ଉଦ୍ଧାର କରି ଡାକ୍ତର ଖାନାକୁ ନେଇ ଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କଲାପରେ ଥାନାରେ ଏକ ୨/୨୩ରେ ଅପମୃତ୍ୟୁ ମାମଲା ରୁଜ୍ଜ ହୋଇ ପୋଲିସ ଛାନଭିନ କରୁଛି। ସୂଚନାଯୋଗ୍ୟ ବିଦ୍ୟାଳୟର ଚେୟାରମେନ ପିଥ ଟୁଡୁଙ୍କ ଠାରୁ ପ୍ରକାଶଯେ, ଅଷ୍ଟମ ଶ୍ରେଣୀରେ ପଢୁଥିବା ଏକ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଶତପଥି ଅସଦ୍ ବ୍ୟବହାର କରିଥିବା ନେଇ ଛାତ୍ରୀଙ୍କର ଏକ ହାତଲେଖା ପତ୍ରଟି ସହ ଶିକ୍ଷୟତ୍ରୀ ପାର୍ବତୀ ସିଂଙ୍କ ଭେନିଟି ବ୍ୟାଗରୁ ୬ତାରିଖ ଦିନ ମିଳିବା ପରେ ଗୁରୁବାର ଦିନ ଅପରାହ୍ନ ୫ ଘଟିକା ସମୟରେ ବିଦ୍ୟାଳୟର ସଭାଗୃହ ଠାରେ ପରିଚାଳନା କମିଟି ଓ ଶିକ୍ଷକ ମଧ୍ୟରେ ଆପୋଷ ସମାଧାନ ପାଇଁ ବୈଠକ ବସିଥିଲା । ବୈଠକରେ ମୋରଣ୍ଡା ସେବାଶ୍ରମ ପ୍ରଧାନ ଶିକ୍ଷକ ଭଗତସ ଦାସ ଓ ହରିଲାବେଡା ସେବାଶ୍ରମର ପ୍ରଧାନ ଶିକ୍ଷକ ରହିଣ କୁମାର ମହାନ୍ତ ଉପସ୍ଥିତ ଥିଲେ କିନ୍ତୁ ଆପୋଷ ସମାଧାନ ହୋଇ ପାରି ନଥିଲା ଏହି କଥାଟି ଏକ ମିଳିତ ଦସ୍ତଖତରେ ତାହା ପ୍ରକାଶ କରା ଯାଇଥିଲା। ଆପୋସ ସମାଧାନ ବିଫଳ ହେବାପରେ ପ୍ରଧାନ ଶିକ୍ଷକ ନିଜ ଅଫିସରେ ଥିବାବେଳେ ବର୍ଷା ହେଉଥିବା କାରଣରୁ ଚେୟାରମେନଙ୍କ ସହିତ ବିଦ୍ୟାଳୟର କିଛି କର୍ମଚାରୀ ବାରଣ୍ଡାରେ ଥିବା ବ୍ୟାଞ୍ଚରେ ବସିଥିଲେ । ଏହାର କିଛି ମିନିଟ୍ ବ୍ୟବଧାନ ପରେ ମେଟ୍ରନ୍ ଚାମ୍ପା ଟୁଡୁ ଅଫିସ ଆଡକୁ ଯାଇ ଦେଖନ୍ତିତ ଅଫିସ ସମ୍ମୁଖରେ ଥିବା ଛାଜା ହୁକ ରେ କେହି ଝୁଲି ଥିବାର ଦେଖି ବାରଣ୍ଡାରେ ବସିଥିଲା ଶିକ୍ଷକଙ୍କୁ ଡାକି ଦେଖନ୍ତିତ ପ୍ରଧାନ ଶିକ୍ଷକ ଝୁଲିଛନ୍ତି ସେମାନେ ଅବିଳମ୍ବେ ଝୁଲୁଥିବା ପ୍ରଧାନ ଶିକ୍ଷକଙ୍କୁ ଅହ୍ଲାଇ ଡାକ୍ତର ଖାନାକୁ ନେଇ ଯାଇଥିଲେ ହେଲେ ଡାକ୍ତର ପ୍ରଧାନ ଶିକ୍ଷକଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ଆଜି ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁ,ଜାମୁଦା ଥାନାଧିକାରୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରିବା ସହ ବାରିପଦାର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ପରେ ରାଇରଙ୍ଗପୁର ହସ୍ପିଟାଲରେ ଶବକୁ ବ୍ୟବଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି କେଉଁ ପରିସ୍ଥିତିରେ ପ୍ରଧାନ ଶିକ୍ଷକ ଜୀବନ ହାରିଲେ କି କେହି ମାରି ତାଙ୍କୁ ଜୁଲାଇ ଦେଇ ଆତ୍ମହତ୍ୟା ରୂପ ଦେଇଛନ୍ତି ତାହା ତଦନ୍ତ ସାପେକ୍ଷ ।ଆଜି ମେଟ୍ରିକ ପରୀକ୍ଷା ।ଏଭଳି ଅବସ୍ଥାରେ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ ଏକ ଅଭାବନୀୟ ଦୁଃଖଦ ଘଟଣା ଚାରିଆଡକୁ ଖେଳିଯାଇଛି । ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି । ରାଜେନ୍ଦ୍ରଙ୍କ ମୃତ୍ୟୁର କାରଣର ପର୍ଦ୍ଦାଫାଶ କରନ୍ତୁ ଏବଂ ଆଇନ ଅନୁସାରେ ପଦକ୍ଷେପ ନେବା ପାଇଁ ଶିକ୍ଷକ ସଂଘ ଦାବି କରିଛି ।ଜଣେ ଶିକ୍ଷକଙ୍କର ମୃତ୍ୟୁକୁ ନେଇ ପୋଲିସ ସବୁ ଦିଗକୁ ତଦନ୍ତ କରୁଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

୫୦ରୁ ଉର୍ଦ୍ଧ୍ୱ ବିଦେଶୀ ମୃତ ପକ୍ଷୀ ବନବିଭାଗ ଦ୍ୱାରା ଜବତ

Sunil Chandra Nayak

ନାତିର ଠେଙ୍ଗା ମାଡରେ ଆଇର ମୃତ୍ୟୁ ,ମାଆ ଗୁରୁତର

masiha

ଜଗତସିଂହପୁର ତହସିଲଦାର ଜବତ କଲେ ଦୁଇଟି ହାଇୱା

Leave a Comment

error: Content is protected !!