ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକରେ ଦଶମ ଶ୍ରେଣୀର ୩୭୪ ଜଣ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେଇଛନ୍ତି

ବନ୍ଧୁଗାଁ ତା ୧୦/୩/୨୩ ଆଜି ବନ୍ଧୁଗାଁ ବ୍ଲକର ଦୁଇଟି ବିଦ୍ୟାଳୟ ଠାରେ ଦଶମ ଶ୍ରେଣୀର ୩୭୮ ଜଣ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେଇଛନ୍ତି।ଚଳିତ ମାସରେ ସ୍ଥାନୀୟ ଅଞ୍ଚଳର ନିଲାବାଡି ଠାରେ ମାଆ ଅଗ୍ନି ଗାଙ୍ଗମା ଯାତ୍ରା ହେଉଥିଲେ ମଧ୍ୟ ବହୁ ଉତ୍ସାହ ସହିତ ଛାତ୍ରଛାତ୍ରୀ ସକାଳ ୭ ଘଣ୍ଟା ସମୟରେ ପରୀକ୍ଷା କେନ୍ଦ୍ରକୁ ପହଞ୍ଚି ଥିଲେ। ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସକାଳ ଘଣ୍ଟା ୭.୩୦ ମିନିଟ୍ ସମୟରେ ଶିକ୍ଷକ ମାନଙ୍କ ଦ୍ଵାରା ଧାଡ଼ିରେ ଜଣ ଜଣ କରି ପରୀକ୍ଷା କେନ୍ଦ୍ର ଭିତରକୁ ଛାଡିଥିଲେ। ଆଜି ବନ୍ଧୁଗାଁ ବ୍ଲକର ୧୧ ଟି ସ୍କୁଲ ଠାରୁ ୩୯୪ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଦେବାକୁ ରହିଥିବା ବେଳେ ମାତ୍ର ୩୭୮ ଜଣ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେଇଥିଲେ ଓ ୧୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଆସି ନ ଥିଲେ। ସରକାରୀ ହାଇ ସ୍କୁଲ ବନ୍ଧୁଗାଁ ପରୀକ୍ଷା କେନ୍ଦ୍ର ଠାରେ ୨୦୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ୧୯୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଓ ୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସି ନ ଥିଲେ। ସରକାରୀ (ଏସଏସଡି) ବାଳିକା ବିଦ୍ୟାଳୟ ଠାରେ ୧୯୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ୧୮୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଓ ୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସି ନ ଥିଲେ।ଆଜି ପରୀକ୍ଷା ଦେବାକୁ ଯେଉଁ ୧୬ ଜଣ ଛାତ୍ରଛାତ୍ରୀ ଆସି ନ ଥିଲେ ସେହି ଛାତ୍ରଛାତ୍ରୀ କାହିଁକି ଆସିଲେ ନାହିଁ ଜାଣିବା ସହିତ ସେମାନଙ୍କୁ ଆସନ୍ତା କାଲିକୁ ନିର୍ଦ୍ଧିଷ୍ଟ ସ୍କୁଲର ପ୍ରଧାନଶିକ୍ଷକ ମାନଙ୍କ ଦ୍ଵାରା ସେହି ଛାତ୍ରଛାତ୍ରୀଙ୍କୁ ପୁର୍ନବାର ପରୀକ୍ଷା ଦେବାକୁ ଆଣିବାକୁ ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ଆଜି ବନ୍ଧୁଗାଁ ବ୍ଲକର ଦୁଇଟି ପରୀକ୍ଷା କେନ୍ଦ୍ର ଠାରେ ସ୍କୁର୍ଡ ଭାବରେ ସ୍ଥାନୀୟ ବିଡ଼ିଓ ଆକାଶ ପଟ୍ଟନାୟକ ଓ ତହସିଲଦାର ସଦାଶିବ ଭତ୍ରା ପହଞ୍ଚି ଥିଲେ। ପର୍ଯ୍ୟବେକ୍ଷକ ଭାବେ ସରକାରୀ ହାଇ ସ୍କୁଲ ବନ୍ଧୁଗାଁ ପରୀକ୍ଷା କେନ୍ଦ୍ର ଠାରେ ଗୋଷ୍ଟି ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ମିଶ୍ର ଓ ସି ଡି ପି ଓ ନମିତା ପାଲ, ଏବଂ ସରକାରୀ (ଏସଏସଡି) ବାଳିକା ବିଦ୍ୟାଳୟ ଠାରେ ଏ ବି ଇ ଓ ମଦନ ମୋହନ ମୁଦୁଲି ଓ ଏମ୍ଆଇ ମାନସ ରଞ୍ଜନ ସୁନା ରହିଥିଲେ। ଆଜିର ପରୀକ୍ଷା କେନ୍ଦ୍ର ଠାରେ ସ୍ଥାନୀୟ ପୋଲିସ ସହାୟତାରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପରୀକ୍ଷା ଅତି ଶାନ୍ତି ଶୃଙ୍ଖଳାର ସହିତ ହୋଇଯାଇଛି ।

ଗୌରୀ ପଟନାୟକ ଙ୍କ ରିପୋର୍ଟ

Related posts

ମ୍ୟୁନିସିପାଲ ମହାବିଦ୍ୟାଳୟରେ ଜାତୀୟ ସଡକ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

ମେରାମଣ୍ଡଳୀ ରେଲୱେ ଷ୍ଟେସନର ରେଲୱେ ଟ୍ରାକ ରୁ ୧୨ ଫୁଟର ଅଜଗର ସାପ ଉଦ୍ଧାର 

Sunil Chandra Nayak

କଲ୍ୟାଣସିଂହପୁର ବ୍ଲକ ନୂତନ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ଭେଟି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ ସ୍ଥାନୀୟ ଲୋକକଳା କଳାକାର 

masiha

Leave a Comment

error: Content is protected !!