ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଓ ଡାକ୍ଟର ନିଯୁକ୍ତି ଦାବୀ ନେଇ ଆମରଣ ଅନଶନ ଦ୍ୱିତୀୟ ଦିବସ ରେ

ଜୁନାଗଡ଼,୧୦/୩(ମ ନି ସ) ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ମାନ୍ୟତା ଓ ମେଡ଼ିସିନ ଓ ସୁର୍ଜରୀ ବିଶେଷଜ୍ଞ ଡାକ୍ତର ଅତିଶୀଘ୍ର ନିଯୁକ୍ତି ଦାବୀନେଇ ଜୁନାଗଡ଼ ସଚେତନ ସଂଗ୍ରାମ ସମିତି ତରଫରୁ ସ୍ଥାନୀୟ ଡାକ୍ତର ଖାନା ସମ୍ବୁଖରେ ଆମରଣ ଅନଶନ ଦ୍ୱିତୀୟ ଦିନରେ ପହଁଚିଛି।ଏହି ଅନସନକୁ ସମର୍ଥନ ଜଣାଇ ବିଭିନ୍ନ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଛନ୍ତି।ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନର ଉଚ୍ଚ ଅଧିକାରୀ କିମ୍ବା ଲୋକ ପ୍ରତିନିଧିଙ୍କ ଉପସ୍ଥିତି ଯଦିଓ ଦେଖିବାକୁ ମିଳିନଥିଲା ହେଲେ ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷରୁ ଏକ ପ୍ରତିନିଧି ଆସି ଅନଶନ କାରୀଙ୍କ ସହ ଆଲୋଚନା କରିଥିଲେ । ଏପଟେ ଆମରଣ ଅନସନରେ ବସିଥିବା ଜୁନାଗଡ଼ ସଚେତନ ସଂଗ୍ରାମ ସମିତି ତରଫର ପୂର୍ବତନ ବ୍ଲକ ଅଧକ୍ଷ୍ୟ ରଶ୍ମିରଞ୍ଜନ ନାୟକଙ୍କ ଏବଂ ପ୍ରଭାତ ଦାସ ଙ୍କ ସ୍ୱାସ୍ଥ୍ୟବସ୍ତା ବିଗିଡିବାରେ ଲାଗିଛି।ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଡାକ୍ତର ଆସି ପରୀକ୍ଷା କରି ଥିବା ଦେଖିବାକୁ ମିଳିଛି।ପୋଲିସ ପ୍ରଶାସନ ପକ୍ଷରୁ ଏଥିନେଇ ଆବଶ୍ୟକ ପେଟ୍ରୋଲିଂ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ପ୍ରକାଶ ଯେ ଏହି ଡାକ୍ତର ଖାନା ସମ୍ବୁଖରେ ଗୁରବାର ପୂର୍ବାହ୍ନରୁ ଆମରଣ ଅନଶନ ଜାରି ରହିଛି।ସମିତି ପକ୍ଷରୁ ଦାବୀକରାଯାଇଛିଯେ ଜୁନାଗଡ଼ ଡାକ୍ତର ଖାନା ୧୯୩୨ ମସିହାରେ ସ୍ଥାପିତ ହୋଇଥିଲା। ଜିଲ୍ଲାର ଏକ କେନ୍ଦ୍ର ସ୍ଥଳରେ ଅବସ୍ଥିତ ଜୁନାଗଡ଼ ଡାକ୍ତରଖାନାର ଅନେକ ସମସ୍ୟା ରହିଛି।ଏଣୁ ଏହି ଡାକ୍ତରଖାନାକୁ ଉପଖଣ୍ଡସ୍ତରୀୟ ଡାକ୍ତରଖାନାକୁ ଉନ୍ନିତକରିବା ସହ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡ଼ିସିନ, ଓ ସର୍ଜରୀ,ଆନେସ୍ଥେସିୟା ବିଶେଷଜ୍ଞ ଡାକ୍ତର ଅତିଶୀଘ୍ର ନିଯୁକ୍ତି କରିବା ପାଇଁ ଦାବୀ କରାଯାଇଛି। ଏହାକୁ ପୂର୍ଣ ସମର୍ଥନ କରି ବିଭିନ୍ନ ସଂଗଠନର କର୍ମକର୍ତ୍ତା ଧାରଣାରେ ସାମିଲ ହୋଇଥିଲେ।ସେଥିମଧ୍ୟରୁ ଅଲଓଡ଼ିଶା ସିଡୁକାଷ୍ଟ ଫେଡରେସନ ରୁ ଯତୀନ୍ଦ୍ର କର, ନାଗରିକ କମିଟି ରୁ ଅଶୋକ ପାତ୍ର, ବରିଷ୍ଠ ନାଗରିକ ଈଶ୍ୱର ପୂଝାରୀ,ଯୁଗଳ ନାଏକ,କଂଗ୍ରେସ ଜିଲ୍ଲା ସମ୍ପାଦକ ଚିତ୍ତରଞ୍ଜନ ନିଆଳ , ଗୋପବନ୍ଧୁ ସେବାସଂସ୍ଥାର ରମେଶ ନାୟକ, ସାମ୍ବାଦିକ ସଂଘରୁ ,ହିମାଂଶୁ ବରାଡ଼, ନରେନ୍ଦ୍ର କ୍ଷୀତୀ, ସନ୍ତୋଷ ସିଂହଦେଓ, ରବି ସୁନାନୀ, ଉତ୍ତମ ଦାସ, ଉଗ୍ରେସନ କନ୍ଦପାନ ,ବିଭୁପ୍ରସାଦ ପାଢ଼ୀ ,ସ୍ବେଚ୍ଛାସେବୀ ବିଶ୍ୱନାଥ କର ଏବଂ,ସଂଗ୍ରାମୀ ନେତା କୁବଳେଶ୍ୱର ପାଣିଗ୍ରାହୀ, ଅନୀଲ ପଣ୍ଡା ,, ସିପିଆଇ ରୁ ଦାମୋଦର ବେହେରା, ଶ୍ରମିକ ସଂଗଠନ ରୁ ବିରଞ୍ଚି ପଣ୍ଡା,ନିର୍ମଳ ମହାନ୍ତି ,ବେଦପ୍ରକାଶ ଗୋଏଲ, ଯୁଧିଷ୍ଠିର ଦଣ୍ଡସେନା, ଏବଂ ଅନେକ ସଂଗଠର କର୍ମକର୍ତ୍ତା ସମର୍ଥନ ଜଣାଇ ସାମିଲ ହୋଇଥିଲେ।ଏହିସବୁ ଦାବୀ ପୂରଣ ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟ ମୁଖ୍ୟସଚିବ,ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ,ସ୍ୱାସ୍ଥ୍ୟ ସଚିବ ,କଳାହାଣ୍ଡି ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସ୍ଥାନୀୟ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଓ ଜୁନାଗଡ଼ ବିଡ଼ିଓଙ୍କ ଜରିଆରେ ଦାବିପତ୍ର ପ୍ରେରଣ କରାଯାଇଛି।ଏହିସବୁ ଦାବୀ ପୂରଣ ନହେବା ପର୍ଯନ୍ତ ଏହି ଅନଶନ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଜାରି ରହିବ ବୋଲି ସଂଗ୍ରାମ ସମିତି ପକ୍ଷରୁ ଚରମ ଚେତାବନୀ ଦିଆଯାଇଥିବା ବେଳେ ଏହି ଅନଶନ ନେଇ ଜନ ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ତେନ୍ତୁଳିଖୁଣ୍ଟି ଥାନା ରେ ନୂତନ ଆଇ ଆଇ ସି ଙ୍କ ଯୋଗଦାନ

Sunil Chandra Nayak

ଓଡିଶା ଟପ୍ପର ଜୁନାଗଡ଼ର ଝିଅ ଆଦ୍ୟାସା ସାହୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଓଏମସି କୁର୍ମିଟାର ଲୁହାପଥର ଖଣିରେ ଦୁର୍ଘଟଣା : ଜଣେ ଶ୍ରମିକଙ୍କ ମୃତ୍ୟୁ

Leave a Comment

error: Content is protected !!