ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଚିଲିଗୁଡା ଯାଦବ ସମାଜ ପକ୍ଷରୁ ତିନିଦିନ ଧରି ଦୋଳ ମହୋତ୍ସବ ପାଳିତ

କୋକସରା,୧୦/୩ // ଏକତା ଓ ଭାଇଚାରା ସହ ସଂପର୍କର ମହାନ୍ ପର୍ବ ତଥା ରଙ୍ଗ ଅବିରର ପର୍ବ ହୋଲି ପର୍ବକୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଚିଲଗୁଡ଼ା ଯାଦବ ସମାଜ ପକ୍ଷରୁ ନିଆରା ଢଙ୍ଗରେ ପାଳନ କରିଛନ୍ତି।ନିଜ କୁଳ ଦେବତ। ହୋଇଥିବାରୁ ରାଧକୃଷ୍ଣଙ୍କ ଏହି ପର୍ବକୁ ଦୋଳ ମହୋତ୍ସବ ପର୍ବ ଭାବରେ ପାଳନ କରିଛନ୍ତି। ଗାଁ ରେ ସୁସଜ୍ଜିତ ମଣ୍ଡପ କରି ୩ ଦିନ ଧରି ଦୋଳ ଉତ୍ସଵ ପାଳିତ ହୋଇ ଯାଇଛି । ସୋମବାର ନଗର ପରିକ୍ରମା ସହ କଳସ ଯାତ୍ରା ଓ ସୁସଜ୍ଜିତ ମଣ୍ଡପରେ ସ୍ଥାପନ ସହ ତିନି ଦିନ ଧରି ମହିଳା ମାନେ ଭଜନ କୀର୍ତ୍ତନ ସହ ମଙ୍ଗଳାବର ରାତ୍ରିରେ ରାଧା କୃଷ୍ଣଙ୍କ ପ୍ରତିମୂର୍ତ୍ତିକୁ ଏକ ବିମାନରେ ବସାଇ ନଗର ପରିକ୍ରମା କରାଯାଇଥିଲା। ପ୍ରତ୍ୟେକ ଦିନ ପୂଜା ମଣ୍ଡପରେ ପୂଜାର୍ଚ୍ଚନା କରିବା ସହ କୃଷ୍ଣରାଧାଙ୍କ ପ୍ରତିମୂର୍ତ୍ତିକୁ ଦୋଳି ଝୁଲଣ ରାତ୍ରିରେ ମହିଳା ମାନେ ପୂଜା ମଣ୍ଡପରେ ଶ୍ରୀକୃଷ୍ଣ ଭଜନ ଗାନ କରିଥିଲେ। ବିଭିନ୍ନ ଦିବସରେ ଅତିଥି ମାନେ ଯୋଗଦେଇ ଦୋଳ ମହୋସବର କାର୍ଯକ୍ରମକୁ ଉଦଘାଟନ କରିଥିବା ବେଳେ ମଙ୍ଗଳ ବାର ରାତି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୌଷଧି ବାଗ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ , ଅବସର ପ୍ରାପ୍ତ ସେନା କର୍ମଚାରୀ ତଥା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ରାତ୍ରିରେ ସାଂସ୍କୃତିକ କାର୍ଯକ୍ରମରେ ନାଟକ ପରିବେଷଣ ହୋଇଥିଲା । ଏହି କାର୍ଯ କର୍ମକୁ ଅବସର ସେନା କର୍ମ ଚାରି ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ସମିତି ସଭ୍ୟ ଗାୟତ୍ରୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ ।ବୁଧବାର ଦଧି ହାଣ୍ଡି ଭଗ୍ନ ସହ ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ବାଜା ବଜେଇ ଦଧି ହାଣ୍ଡି ପରିକ୍ରମା ସଂକୀର୍ତ୍ତନର ତାଲେ ତାଳେ ନାଚି ପରସ୍ପର ମଧ୍ୟ ରଙ୍ଗ ଅବିର ଖେଳି ମଜା ଉଠାଇଥିଲେ। ଗ୍ରାମର ଯାଦବ ସମାଜର କର୍ମ କର୍ତ୍ତାଙ୍କ ଆୟୋଜନରେ ଉତ୍ସବଟି ପାଳନ କରିଥିବା ବେଳେ ଯାଦବ ସମାଜର କୁଳଦେବ ରାଧା ଶ୍ରୀକୃଷ୍ଣ ପ୍ରତି ମୂର୍ତ୍ତିଙ୍କୁ ରଖି ପୂଜନ କରିଥିବା ବେଳେ ଗ୍ରାମ୍ୟ ଯାଦବ କମିଟି ଓ ରାଧା କୃଷ୍ଣ ଯୁବ ଯାଦବ କମିଟି ଉଦ୍ୟମରେ କ୍ରମେ ପରିଚାଳିତ ହୋଇଥିଲା ତିନିଦିନ ପାଇଁ ପାଇଁ ଚିଲଗୁଡା ଗ୍ରାମ ମଥୁରା ନଗରୀ ପାଲଟି ଯାଇଥିବା ମନେ ହେଉଥିଲା।

ମସିହା ନିଉଜ ସର୍ଭିସ୍ 

Related posts

ଚିଲିକା ମା, କାଳିଜାଇ ପୀଠରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ ଜାଗର ଯାତ୍ରା

Sunil Chandra Nayak

ଇଷ୍ଟଦେବୀ ମା ସିଦ୍ଧବାସେଳୀଙ୍କ ମନ୍ଦିର ପ୍ରତିଷ୍ଠା

ଡାବୁଗାଁ ରେ ବିଶ୍ଵକର୍ମା ଙ୍କ ପୂଜା ପାଳିତ 

masiha

Leave a Comment

error: Content is protected !!