ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର ବୈଠକ

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ଓଡ଼ିଶାର ୩୧୫ ବ୍ଲକରୁ ଗୋଷ୍ଟି ଶିକ୍ଷା ଅନୁରୋଧ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରେରଣ ନିମନ୍ତେ ମିଳିତ ଶିକ୍ଷକ ସଂଘର ସଭାପତି ରାଜେଶ କୁମାର ସେଠ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ସମ୍ପାଦକ ସୌମ୍ୟରଂଜନ ରାଉତ ତଥା ଜୁନାଗଡ଼ ବ୍ଲକର ଏ ନ ପି ଏ ସ ଶିକ୍ଷକ ,ଜୁନିୟର ଶିକ୍ଷକ ,ଗଣ ଶିକ୍ଷକ ଉପସ୍ଥିତ ରହି ଜୁନାଗଡ଼ ଗୋଷ୍ଟି ଶିକ୍ଷା ଅଧିକାରୀଙ୍କୁ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୩ ଗୋଟି ଦାବି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରାଯାଇଥିଲା ।ଏଥିରେ ଶିକ୍ଷକଙ୍କ ଚୁକ୍ତିଭିତ୍ତିକ ପ୍ରଥା ଉଛେଦ କରି ୬/୮ ବର୍ଷରେ ମୂଳ ଚାକିରୀରେ ଗଣନା ,କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ,ନୂତନ ପେନସନ ଉଚ୍ଛେଦ ଓ ପୁରାତନ ପେନସନ ଯୋଜନା ପ୍ରଚଳନ ଦାବି କରିଛନ୍ତି ।ଏହି ଦାବି ଗୁଡିକ ପୂରଣ ନ ହେଲେ ଆସନ୍ତା ୧୫ ତାରିଖରୁ ଭୁବନେଶ୍ୱର ଠାରେ ଅହୋରାତ୍ର ଧାରଣା ଦିଆ ଯିବ ବୋଲି ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରାଜେଶ କୁମାର ସେଠ ପ୍ରକାଶ କରିଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ଚିଲିଗୁଡା

Related posts

ଦିନ ଅବା ରାତି ହାତୀର ରାଜ , ୧ ମୃତ ,ଶୋଇଛି ବନବିଭାଗ

420 ଶିକ୍ଷୟତ୍ରୀ ଶିକ୍ଷକ ଡ୍ରେସ କୋଡ଼ ବର୍ଜନ କଲେ

Sunil Chandra Nayak

ଡ୍ରାଇଭର ସଂଘର ବାର୍ଷିକ ଉତ୍ସବ ଓ ଅସହାୟ ମାନଙ୍କୁ ଖାଦ୍ୟ ବଣ୍ଟନ

masiha

Leave a Comment

error: Content is protected !!