ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆର୍ଥିକ ସାକ୍ଷରତା କର୍ମଶାଳା

ମ.ରାମପୁର,୧୩/୦୬(ମସୀହା):ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ସା-ଧନ ନୂଆଦିଲ୍ଲୀ ସହାୟତାରେ ସମ୍ପର୍କ ଫିନ ସର୍ଭିସେସ ପ୍ରାଇଭେଟ୍ ଲିମିଟେଡ଼ ଦ୍ବାରା ନର୍ଲା ବ୍ଲକ ର ରାଣୀପଟା ଠାରେ ସ୍ଥାନୀୟ ସ୍ୱୟଂ ସହାୟିକା ଦଳର ସଭ୍ୟା ଓ କୃଷକ ମାନଙ୍କୁ ନେଇ ଏକ ଆର୍ଥିକ ସାକ୍ଷରତା ତଥା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କବିତା ବାଗ (ସରପଞ୍ଚ ଗାଡେବନ୍ଧ ପଞ୍ଚାୟତ), ସମିତି ସଭ୍ୟା ସୁଜାତା ସାହୁ ଓ ଏମ ବି କେ ମିତୀୟାଲି ନାୟକ ପ୍ରମୁଖ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରି ଡିଜିଟାଲ କାରବାର ଏବଂ ସୁରକ୍ଷିତ ବ୍ୟାଙ୍କିଙ୍ଗ ପାଇଁ ଉପସ୍ଥିତ ମହିଳା ମାନଙ୍କୁ ସଚେତନ କରି ଥିଲେ। 

ବ୍ୟାଙ୍କ୍ ଖାତା ଖୋଳିଲା ବେଳେ ଆମେ ଜଣଙ୍କୁ ନୋମିନି କରିବାକୁ ହୋଇଥାଏ । ଦୁର୍ଭାଗ୍ୟବଶତଃ ବ୍ୟାଙ୍କ୍ ଖାତାଦାର ଙ୍କ ମୃତ୍ୟୁ ହେଲେ ନୋମିନି ଥିବା ବ୍ୟକ୍ତି ଙ୍କୁ ଜମା ଟଙ୍କା ମିଳିଥାଏ । କିନ୍ତୁ ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ ବିବରଣୀ ଅନୁଯାୟୀ ମୋଟ ତିରିଶ ହଜାର କୋଟି ଜମାଟଙ୍କା ର ବର୍ତମାନ ଯାଏଁ କୌଣସି ଦାବୀ ଦାର ନାହାନ୍ତି । ଏହି ପରିପ୍ରେକ୍ଷୀରେ ରେ ଜନସାଧାରଣ ଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଅନୁବନ୍ଧିତ ବିଭିନ୍ନ ବ୍ୟାଙ୍କ୍ ଗୁଡ଼ିକର ର ସେବା ତଥା ଆର୍ଥିକ ସାକ୍ଷରତା ବିଷୟ ରେ ବ୍ୟାଙ୍କର ଗ୍ରାହକ ମାନଙ୍କୁ ସଚେତନ ଅଭିଯାନ ଆରମ୍ଭ ହୋଇଛି। ତାଲିମ ଦାତା ଭାବରେ ପ୍ରକାଶ ଚନ୍ଦ୍ର ସାହୁ ଏବଂ ଦେବେନ୍ଦ୍ର ମିଶ୍ର ସମସ୍ତଙ୍କୁ ବିଭିନ୍ନ ସରକାରୀ ବୀମା ଯୋଜନା, ଜମା ଯୋଜନା, ପେନସନ ଯୋଜନା ଆଦି ବିଷୟରେ ବିସ୍ତୃତ ଭାବରେ ବୁଝେଇ ଥିଲେ l ଏହି କାର୍ଯ୍ୟକ୍ରମ ରେ ନର୍ଲା ବ୍ଲକର ବିଭିନ୍ନ ପଞ୍ଚାୟତ ରୁ ୬୦ ଜଣ ମହିଳା ଓ କୃଷକ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମମତା ପୂଜାରୀ, ପ୍ରଗତୀ ଚାଷୀ କୃଷକ ଉତ୍ପାଦକ କାମ୍ପାନୀ ର ପରିଚାଳନା ନିର୍ଦେଶକ ସଞ୍ଜୟ କୁମାର ମାଝୀ ଓ ଅନ୍ୟାନ୍ୟ ନିର୍ଦେଶକ ମଣ୍ଡଳୀ ପ୍ରମୁଖ ସହଯୋଗ କରିଥିଲେ।

ମ ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଓଡ଼ିଆ ସଂସ୍କୃତି ଶ୍ରୀ ଜଗନ୍ନାଥ ଆଧାରିତ ଆଲୋଚନାଚକ୍ର

masiha

ଶ୍ରଦ୍ଧା ରେ ଗୁରୁ ଦିବସ ପାଳନ

masiha

ଦୁଇ ଆଇଏଏସ ଅଧିକାରୀଙ୍କୁ ନେଇ କଳାହାଣ୍ଡିରେ ଚର୍ଚ୍ଚା ଉପ ଜିଲ୍ଲାପାଳରୁ ମୁଖ୍ୟ ଶାସନ ସଚିବ

masiha

Leave a Comment

error: Content is protected !!