ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଓଡ଼ିଶା ଡ୍ରାଇଭର ମହାସଂଘ, ଲକ୍ଷ୍ମୀପ୍ରସାଦ ତରଫରୁ ବିଶ୍ୱକର୍ମା ପୂଜା ଅନୁଷ୍ଠିତ 

ଓଡ଼ିଶା ଡ୍ରାଇଭର ମହାସଂଘ, ଲକ୍ଷ୍ମୀପ୍ରସାଦ ତରଫରୁ ବିଶ୍ୱକର୍ମା ପୂଜା ଅନୁଷ୍ଠିତ 

ବୌଦ୍ଧ -17/09- ଆଜି ସକାଳ 8 ଘଣ୍ଟା ସମୟ ରେ ଲକ୍ଷ୍ମୀସାଗର ଠାରୁ ମହିଳା ମାନେ କଳସ ଶୋଭାଯାତ୍ରା ରେ ବାହାରି ବାଘପାଲି ଦେଇ ନାରାୟଣ ନଗର ଗ୍ରାମର ତଳି ସାହି, ଦେଉଳ ସାହି,ହରିବଂଶ ଛକ,ଗଙ୍ଗାଧର ଛକ ଏବଂ ଦୈନିକ ବଜାର ଦେଇ ଗ୍ରାମ ପରିକ୍ରମା କରିଥିଲେ l ଏହା ପରେ ଦିନ 11ଘଣ୍ଟା ସମୟ ଠାରୁ ପୂଜା କାର୍ଯ୍ୟ ଆରମ୍ଭ ହୋଇ 2 ଘଣ୍ଟା ସମୟ ମଧ୍ୟରେ ଶେଷ ହୋଇଥିଲା l ସମସ୍ତ ଡ୍ରାଇଭର ପ୍ରଭୁ ବିଶ୍ୱକର୍ମାଙ୍କୁ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ l

ନାରାୟଣ ନଗର ଗ୍ରାମର ଜଗନ୍ନାଥ ମନ୍ଦିର ଓ ରାମ ମନ୍ଦିର ର ପୂଜକ ଅଜିତ ପାଣିଗ୍ରାହୀ ପୂଜା କାର୍ଯ୍ୟ କରିଥିବା ବେଳେ, କୁବେର ମେହେର କାର୍ଯ୍ୟକର୍ତ୍ତା ଭାବରେ ପୂଜା କାର୍ଯ୍ୟ ତୁଲାଇଥିଲେ l ପୂଜକ ଅଜିତ ପାଣିଗ୍ରାହୀ ଡ୍ରାଇଭର ମାନଙ୍କର ସମସ୍ତ ଗାଡିକୁ ପୂଜା କରିଥିଲେ l ଓଡ଼ିଶା ଡ୍ରାଇଭର ମହାସଂଘ ର ସଭାପତି ଭାବରେ ସୋମନାଥ ବେହେରା ଏବଂ ସମ୍ପାଦକ ଭାବରେ ଦୁର୍ଗାଚରଣ ବଡ଼ମାଳୀ ଅଛନ୍ତି l ଏଠାରେ 2 ବର୍ଷ ହେଲା ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇ ଆସୁଅଛି l ଦିନ 3 ଘଣ୍ଟା ସମୟ ରେ ସମସ୍ତ ମହିଳା ଓ ଡ୍ରାଇଭର ପ୍ରସାଦ ସେବନ କରିଥିଲେ l ଏହି ପୂଜାରେ ଜଗତୀ ଗ୍ରାମର ଜସ୍ମିନ ଟେଣ୍ଡହାଉସର ସହଯୋଗୀ ସାଜସଜ୍ଜା କରିଥିଲେ l ଏଠାରେ ଓଡ଼ିଶା ଡ୍ରାଇଭର ମହାସଂଘ,ଲକ୍ଷ୍ମୀପ୍ରସାଦର 80 ଜଣ ମେମ୍ବର ଅଛନ୍ତି l ସେମାନେ ହେଲେ ବିଜୟ ସାହୁ, ପଞ୍ଚାନନ ତରିଆ, ମିଥୁନ ଭୋକ୍ତା, ରାମଚନ୍ଦ୍ର ବେହେରା, ସନ୍ତୋଷ ବେହେରା, ସୁରୁବୁଧୁ ମେହେର, ବଂଶୀଧର ତରିଆ,କ୍ଷୀରୋଦ ପାଣ୍ଡେ, ରଞ୍ଜନ ଦେହୁରୀ, ହୃଦା ଚାଉଳିଆ, ରବିନ୍ଦ୍ର ମେହେର,ଅଭିରାମ ମେହେର, ମୋତିଲାଲ ମେହେର, ମୀନ କେତନ ଦେହୁରୀ, ପ୍ରଫୁଲ ତରିଆ,ମନ୍ତ୍ରୀ ମେହେର, ଗଣେଶ ଜେନା, ଗିରିଧାରୀ ଜେନା, କ୍ଷୀରୋଦ ନାଏକ, ନରେନ୍ଦ୍ର ମେହେର, ସତ୍ୟ ମେହେର, ନେପାଳ ମେହେର,ସନ୍ତୋଷ ମେହେର, ପ୍ରକାଶ ମହାକୁଡ଼,ଝରିଆ ମେହେର,ଆଶିଷ ଗିରି,ବିଜୟ ବେହେରା, ଅନିରୁଦ୍ଧ ମେହେର, ରଞ୍ଜନ ମେହେର, ରାଜେନ୍ଦ୍ର ଗିରି, ଅଜିତ ବେହେରା, ସୁଶାନ୍ତ ମେହେର, ମୁନା ମେହେର, କପିଳା ବେହେରା, ଦୁଃଖ ନାଶନ ଜେନା,ଶ୍ୱେତ ଦନାୟକ, ପ୍ରକାଶ ଗିରି, ପ୍ରମୋଦ ଜେନା, ଦେବ ମେହେର, ଧିରେନ ପୁରୋହିତ, ଜିତେନ୍ ଜେନା, ସୁଜିତ ମେହେର,ନରେନ୍ଦ୍ର ମେହେର,ଶାନ୍ତନୁ ବେହେରା,ଗର୍ଜନ ଜେନା,ଯଶୋବନ୍ତ ହାତୀ, ଡୋଳାମଣି ମେହେର ଏବଂ କାହ୍ନl ସେଠୀ ସହଯୋଗ କରିଥିଲେ l ରାତି 10 ଘଣ୍ଟା ସମୟରେ ବରଗଡ଼ ଜ଼ିଲ୍ଲା ବରପାଲି (ବଡଗାଁ)ର ମାଁ ରାମେଶ୍ୱରୀ ଟୁକେଲ ଦଣ୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ବନ୍ଧୁଗାଁରେ ସ୍ତାନେ ସ୍ତାନେ ପାଳିଲେ ଗଣେଶ ପୂଜା 

masiha

ଓଲମା ଠାରେ ପାଳନ ହେଲା ଟୋକିମରା ପର୍ବ

Sunil Chandra Nayak

ମାଟିଆ ଠାରେ ଷୋହଳ ତମ ବିଶ୍ବ ଶାନ୍ତି ବ୍ରହ୍ମଯଜ୍ଞ ଉଦ୍ଯାପିତ

Sunil Chandra Nayak

Leave a Comment

error: Content is protected !!