ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ଓକିଲ ସଙ୍ଘର ସଭାପତି ହେଲେ ନରସିଂ ନାଥ ତ୍ରିପାଠୀ

ନବରଙ୍ଗପୁର –(ମସିହା)ନବରଙ୍ଗପୁର ଜିଲ୍ଲା ଓକିଲ ସଙ୍ଘର ଆଜି ନିର୍ବାଚନ ଶେଷ ହୋଇଜାଇଛି।ଫଳାଫଳ ଘୋଷଣା ରୁ ଜଣାପଡିଛି ସଭାପତି ପଦରେ ନରସିଂ ନାଥ ତ୍ରିପାଠୀ ୧୧୬ ଖଣ୍ଡ ଭୋଟ୍ ପାଇ ଥିବାବେଳେ ତାଙ୍କ ପ୍ରତିଦ୍ଵନ୍ଦୀ ଶ୍ୟାମ ପ୍ରସାଦ ଗନ୍ତାୟତ ୬୭ ଖଣ୍ଡ ଭୋଟ୍ ପାଇ ଥିଲେ।୪୯ ଖଣ୍ଡ ଭୋଟ୍ ରେ ଆଗୁଆ ଥାଇ ନିର୍ବାଚନରେ ବିଜୟୀ ହୋଇ ସଭାପତି ପଦରେ ନିର୍ବଚିତ ହୋଇଛନ୍ତି।ସେହିପରି ଉପ-ସଭାପତି ପଦ ପାଇଁ ବିଧୁ ଶେଖର ତ୍ରିପାଠୀ ୭୦ ଖଣ୍ଡ ଭୋଟ ପାଇ ଥିବାବେଳେ ହରି ନାରାୟଣ ବେହେରା ୧୧୨ ଖଣ୍ଡ ଭୋଟ୍ ପାଇ ୪୨ଖଣ୍ଡ ଭୋଟରେ ଆଗୁଆ ଥାଇ ଉପ-ସଭାପତି ପଦକୁ ଅକ୍ତିଆର କରିଥିଲେ ।ସମ୍ପାଦକ ପଦ ପାଇଁ ମାନଶ ତ୍ରିପାଠୀ ୫୪ ଖଣ୍ଡ ଭୋଟ୍ ପାଇ ଥିବାବେଳେ ତପନ କୁମାର ସିଂ ୧୨୮ଖଣ୍ଡ ଭୋଟ୍ ପାଇ ୭୪ ଖଣ୍ଡ ଭୋଟ୍ ରେ ଆଗୁଆ ହୋଇ ସମ୍ପାଦକ ପଦବୀକୁ ଅକ୍ତିଆର କରିଥିଲେ । ସେହିପରି ଯୁଗ୍ମ ସମ୍ପାଦକ ସନ୍ଦିପ ମିଶ୍ର,କୋଷାଧକ୍ଷ ଅନିଲ୍ ଜ୍ୟୋତି ଚନ୍ଦ୍ର ଦିନବନ୍ଧୁ,ଏକ୍ଜୁକୁଟିଭ ବଡି ମେମ୍ବର୍-ଦୀନେଶ ରାଜ କରକରା,ପ୍ରଶାନ୍ତ କୁମାର ପଟ୍ଟନାୟକ,ସତିଶ ଚନ୍ଦ୍ର ନାୟକ, ତପନ କୁମାର ପାଣିଗ୍ରାହୀ ପ୍ରମୁଖ ଜଣେ ଜଣେ ଥିବାରୁ ନିର୍ଦ୍ଵନ୍ଦରେ ଜୟଯୁକ୍ତ ହୋଇଥିଲେ।ଉକ୍ତ ନିର୍ବାଚିତ ପ୍ରତିନିଧି ମାନଙ୍କ କାର୍ଜ୍ୟକାଳ ଏପ୍ରିଲ ୧ତାରିଖରୁ ୩୧ ମାର୍ଚ୍ଚ ୨୦୨୪ ପର୍ଜ୍ୟନ୍ତ ରହିବବୋଲି ସଙ୍ଘର ସୁଚନା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଜୁନାଗଡ଼ରେ ସମ୍ବିଧାନ ଦିବସ ପାଳିତ

masiha

ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ର ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

masiha

ପଡ଼ି କାର୍ଡ ପାଇବାକୁ ବ୍ଲକ କାର୍ଯ୍ୟାଳୟ କୁ ଦୌଡ଼ି ଦୌଡ଼ି ନୟାନ୍ତ

masiha

Leave a Comment

error: Content is protected !!