ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଳ୍ଲା ସିଭିଲ କୋଟଠାରେ ବିଜୟ ଉତ୍ସବ ପାଳିତ

ଆଜି ଢେଙ୍କାନାଳ ଜିଲ୍ଲା ସିଭିଲ କୋଟ ପରିସରରେ ଜିଲ୍ଲା ଓକିଲ ସଂଘର ନିର୍ବାଚନ ହୋଇଯାଇଛି। ସଂଘରେ ୬୮୪ ଜଣ ଓକିଲଙ୍କ ମଧ୍ୟରୁ ୬୩୪ ଜଣ ଭୋଟ ଦେଇଥିଲେ।ସକାଳ ୮ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ପରେ ୫ଟାରେ ଗଣତି ହୋଇଥିଲା। ଗୋପାଳ ଚନ୍ଦ୍ର ପାତ୍ର ସଭାପତି ଦ୍ଭାବେ ନିର୍ବାଚିତ ହୋଇଥିଲେ। ସଂପାଦକ ଭାବେ ପ୍ରସାନ୍ତ ସାହୁ ,ଯୁଗ୍ମ ସଂପାଦକ ଭାବେ ଅନନ୍ତ ଚରଣ ସାହୁ, ଉପ ସଭାପତି ଦ୍ଭାବେ ସରୋଜ କୁମାର ପାଢ଼ୀ, ବିଜୟଲାଭ କରିଛନ୍ତି। କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟଭାବେ ଶକ୍ତି ଦେବ, ମଳୟ ପାଣିଗ୍ରାହୀ ଓ ବିମାନନ୍ଦ ବିହାରୀ ନିଦ୍ଵନ୍ଦରେ ବିଜୟ ଲାଭ କରିଛନ୍ତି। ନିର୍ବାଚନ ଅଧିକାରି ଭାବେ ଶ୍ରୀଧର ମିଶ୍ର ପରିଚାଳନା କରିଥିଲେ। ବିଜୟ ପରେ କୋଟପରିଷରେ ବିଜୟୀ ପ୍ରାର୍ଥୀମାନେ ମିଠା ଖୁଆଖୋଇ ହୋଇ ବିଜୟ ଉତ୍ସବ ପାଳନ କରିଛନ୍ତି।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ପାପଡାହାଣ୍ଡି ବ୍ଲକର ସଭାଗୃହ ଠାରେ ଶହୀଦ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

Sunil Chandra Nayak

ବିଧାୟକ ପ୍ରତିନିଧି ଙ୍କ ଦ୍ଵାରା ମା ଗୃହରେ ଥିବା ପ୍ରସୂତୀ ମା ମାନଙ୍କୁ ନିତ୍ୟ ବ୍ୟବହାର କରୁଥିବା ସମାଗ୍ରୀ ସହ ଫଳ ବଣ୍ଟନ 

Sunil Chandra Nayak

Leave a Comment

error: Content is protected !!