ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବ୍ଲକରେ +୨ ପରୀକ୍ଷାରେ ଛାତ୍ରୀ ଛାତ୍ର ମାନଙ୍କ ସଫଳତା 

ଡାବୁଗାଁ ବ୍ଲକରେ +୨ ପରୀକ୍ଷାରେ ଛାତ୍ରୀ ଛାତ୍ର ମାନଙ୍କ ସଫଳତା 

ଡାବୁଗାଁ, ୨୧/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ ପରୀକ୍ଷାରେ ଛାତ୍ରୀ ଛାତ୍ର ମାନେ ସଫଳତା ହାସଲ କରିଛନ୍ତି | ବିଦ୍ୟାଳୟରେ କଳା ବିଭାଗରେ ୨୮୩ ଜଣ ପରୀକ୍ଷା ଦେଇଥିବା ବେଳେ ୧୮୭ ଜଣ ପାଶ କରିଛନ୍ତି | ଏଥିରେ ୭ ଜଣ (୧ ମ ଶ୍ରେଣୀ), ୩୬ ଜଣ (୨ୟ ଶ୍ରେଣୀ) ଓ ୧୪୪ ଜଣ (୩ ୟ ଶ୍ରେଣୀ) ରେ ଉତ୍ତୀର୍ଣ୍ଣ ହୋଇଛନ୍ତି | ଏଥିରେ କଳାରେ ଛାତ୍ରୀ ଅନିତା ଗୌଡ ୪୧୧ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ହୋଇଛନ୍ତି | ବିଜ୍ଞାନ ବିଭାଗରେ ୪୫ ଜଣ ପରୀକ୍ଷା ଦେଇଥିବା ବେଳେ ୩୮ ଜଣ ପାଶ କରିଛନ୍ତି | ଏଥିରେ ୧ ଜଣ (୧ ମ ଶ୍ରେଣୀ), ୧୧ ଜଣ (୨ୟ ଶ୍ରେଣୀ) ଓ ୨୬ ଜଣ (୩ ୟ ଶ୍ରେଣୀ) ରେ ଉତ୍ତୀର୍ଣ୍ଣ ହୋଇଛନ୍ତି | ଏଥିରେ ବିଜ୍ଞାନ ରେ ଛାତ୍ର ସଞ୍ଜୟ ଗୌଡ ୩୬୦ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ହୋଇଛନ୍ତି | ବାଣିଜ୍ୟ ବିଭାଗରେ ୩୭ ଜଣ ପରୀକ୍ଷା ଦେଇଥିବା ବେଳେ ୨୭ ଜଣ ପାଶ କରିଛନ୍ତି | ଏଥିରେ ୨ ଜଣ (୧ ମ ଶ୍ରେଣୀ), ୬ ଜଣ (୨ୟ ଶ୍ରେଣୀ) ଓ ୧୯ ଜଣ (୩ ୟ ଶ୍ରେଣୀ) ରେ ଉତ୍ତୀର୍ଣ୍ଣ ହୋଇଛନ୍ତି | ଏଥିରେ ବାଣିଜ୍ୟ ରେ ଛାତ୍ର ପ୍ରଫୁଲ୍ଲ ସାନ୍ତା ୪୪୧ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ହୋଇଛନ୍ତି | ସେହିପରି ଡାବୁଗାଁ ବ୍ଲକ ଅଧୀନ ଜିଲା ଅନୁସୂଚିତ ଜନଜାତି ଓ ଜାତି ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଚଳିତ ବର୍ଷ +୨ ବିଜ୍ଞାନ ରେ ମୋଟ ୧୨୩ ଜଣ ପରୀକ୍ଷା ଦେଇଥିବା ବେଳେ ୧୨୧ ଜଣ ପାଶ କରିଛନ୍ତି | ଏଥିରେ ୨୧ ଜଣ (୧ ମ ଶ୍ରେଣୀ), ୬୦ ଜଣ (୨ୟ ଶ୍ରେଣୀ) ଓ ୪୦ ଜଣ (୩ ୟ ଶ୍ରେଣୀ) ରେ ଉତ୍ତୀର୍ଣ୍ଣ ହୋଇଛନ୍ତି | ଏଥିରେ ବିଜ୍ଞାନ ଛାତ୍ରୀ ଗୁଡି ଭତ୍ରା ୪୬୯ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ହୋଇଥିବା ବେଳେ ମିନତୀ ଭତ୍ରା ୪୬୪ ନମ୍ବର ରଖି ୨ ୟ ଓ କରୁଣା ଗଣ୍ଡ ୪୪୨ ନମ୍ବର ରଖି ୩ ୟ ସ୍ଥାନ ଅଧିକାର କରିଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

 

Related posts

ପର୍ଯ୍ୟଟନ ଋତୁ ରେ ସରକାରୀ ଉଦାସୀନତା ରେ ତେନ୍ତୁଳିଖୁଣ୍ଟି ବ୍ଲକ ର ଅବହେଳିତ ପର୍ଯ୍ୟଟନ କେନ୍ଦ୍ର ତଥାପି ତେନ୍ତୁଳିଖୁଣ୍ଟି ଡାକୁଛି ଆ…..

Sunil Chandra Nayak

Irregularities Alleged in LPG Distribution by Jay Shree Balaji Gramin HP Gas Agency in Kolnara Block

Sunil Chandra Nayak

ଓପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ରାମେଶ୍ଵରୀ ହିକକାଙ୍କୁ ସମ୍ମାନିତ

Sunil Chandra Nayak

Leave a Comment

error: Content is protected !!