ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକଙ୍କ ବୈଠକ

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକଙ୍କ ବୈଠକ

ଢେଙ୍କାନାଳ:ଅଦ୍ୟ ୧୧/୦୧/୨୫ ତାରିଖ ଦିନ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକଙ୍କ ବୈଠକ ଆୟୋଜିତ ହୋଇଥିଲା। ପ୍ରଥମ ରୁ ଦଶମ ଶ୍ରେଣୀ ଛାତ୍ର ଓ ଛାତ୍ରୀ ଙ୍କ ଶତାଧିକ ଅଭିଭାବକ ଯୋଗ ଦେଇ ବିଦ୍ୟାଳୟ ର ଶିକ୍ଷଣ କାର୍ଯ୍ୟ ଓ ନୂତନ ଗୃହ ନିର୍ମାଣ ନିମନ୍ତେ ଆଲୋଚନା ହୋଇଥିଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀ ମିନତୀ ଦେହୁରୀ ବିଗତ ଦିନ ର ନିଆ ଯାଇଥିବା ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କ ଉପରେ ଅବଗତ କରାଇଥିଲେ। ବିଦ୍ୟାଳୟ ର ପରିଚାଳନା ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ମହାପାତ୍ର ଆଗାମୀ ଦିନରେ ବିଦ୍ୟାଳୟ ର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ମାର୍ଗ ଦର୍ଶନ କରିଥିଲେ। ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତି ଶମିଷ୍ଠା, ଶ୍ରୀମତୀ ରାନୁ ଦାସ, ଶ୍ରୀମତୀ କନ୍ୟା କୁମାରୀ ଭୂତିଆ, ଶ୍ରୀମତୀ ସୁଲଚନା ଭୁତିଆ, ଆଦି ଉପସ୍ଥିତ ରହି ଗୁଣାତ୍ମକ ଶିକ୍ଷା ନୈତିକ ଚରିତ୍ର ଗଠନ ନିମନ୍ତେ ନିଜ ନିଜର ଆଭିମୁଖ୍ୟ ପ୍ରକାଶ କରିଥିଲେ। ଶେଷରେ ଶିକ୍ଷୟତ୍ରୀ ସାଗରିକା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ନାମ୍ପୋ ହାଟଠାରେ ପଞ୍ଚାୟତସ୍ତରୀୟ ୮୦ ତମ ସ୍ଵାଧନତା ଦିବସ ପାଳିତ 

Sunil Chandra Nayak

ଉତ୍କଳ ସ୍ନେହୀ ମହିଳା ସମିତିର ରଜ  ମହୋତ୍ସବ

Sunil Chandra Nayak

ଦୂରତା ନେଇ ରାସନ୍ ସାମଗ୍ରୀ ଆଣିବାକୁ ଅସନ୍ତୋଷ ଖାଉଟି 

masiha

Leave a Comment

error: Content is protected !!