ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗରେ ନିମନ୍ତ୍ରିତ ଅଭିଭାଷଣ କାର୍ଯ୍ୟକ୍ରମ 

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗରେ ନିମନ୍ତ୍ରିତ ଅଭିଭାଷଣ କାର୍ଯ୍ୟକ୍ରମ 

     ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗ ଓ ଆଇ କ୍ୟୁ ଏ ସି ସେଲର ମିଳିତ ଉଦ୍ୟମରେ ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥଙ୍କ ଅଧ୍ଯକ୍ଷତାରେ ‘ଫ୍ରମ ଡାଟା ଟୁ ଡିସିଜନ- ଆନାଲିଟିକ୍ସ ଫର୍ ମେଟରନାଲ୍ ଆଣ୍ଡ ଚାଇଲ୍ଡ ୱେଲ ବିଙ୍ଗ’ ଶୀର୍ଷକରେ ନିମନ୍ତ୍ରିତ ଅଭିଭାଷଣ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି । ଏହି ଅଭିଭାଷଣରେ କିଟ୍ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ଇଞ୍ଜିନିୟରିଂ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଶୁଭଶ୍ରୀ ଦର୍ଶନ ବକ୍ତା ରୂପେ ଉପସ୍ଥିତ ହୋଇ ବିଷୟ ଆଧାରିତ ସ୍ଵାସ୍ଥ୍ୟସେବା ସୂଚନା ବିଜ୍ଞାନ, କ୍ଳିନିକାଲ ଟେକ୍ସଟ ମାଇନିଂ, ପରିବେଶଗତ ଡାଟା ମଡେଲିଂ ଓ କୃତ୍ରିମବୁଦ୍ଧିମତା ସଂପର୍କରେ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରିଥିଲେ । ନାରୀ ଓ ଶିଶୁମାନଙ୍କ ସ୍ଵାସ୍ଥ୍ୟବସ୍ଥାର ଉନ୍ନତି ପାଇଁ ତଥ୍ୟଗତ ବିଜ୍ଞାନକୁ କିପରି ଉପଯୋଗ କରାଯାଇପାରିବ , ସେ ସଂପର୍କରେ ତାତ୍ତ୍ଵିକ ଆଲୋକପାତ କରିଥିଲେ । ଉକ୍ତ ଅଭିଭାଷଣରେ କମ୍ପ୍ୟୁଟର ବିଜ୍ଞାନ ବିଭାଗ ମୁଖ୍ଯ ଶ୍ରୀ ନକୁଳ ଚରଣ ମାଝୀ ବିଷୟ ସଂପର୍କିତ ଅଭିଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ କମ୍ପ୍ୟୁଟର ବିଜ୍ଞାନ ବିଭାଗର ଅଧ୍ୟାପିକା ନେହା ରଥ ଓ ସୁଶ୍ରୀ ପୂଜାଶ୍ରୀ ପାତ୍ରଙ୍କ ଅବଦାନ ରହିଅଛି । ଅର୍ଥନୀତି ବିଭାଗର ବରିଷ୍ଠ ପ୍ରାଧ୍ୟାପକ ଶ୍ରୀ ସୀମାଞ୍ଚଳ ମିଶ୍ର ଓ କମ୍ପ୍ୟୁଟର ସହାୟକ ଅଖିଳେଶ ଉପସ୍ଥିତ ଥିଲେ । ପ୍ରଥମ ବର୍ଷ ଛାତ୍ରୀ ସୁଶ୍ରୀ କୁଙ୍କୁମ ପଣ୍ଡା ମଞ୍ଚ ପରିଚାଳନା କରିଥିବାବେଳେ ପ୍ରଥମ ବର୍ଷ ଛାତ୍ର ଶ୍ରୀମାନ ଶୁଭମଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ବକ୍ତା ଛାତ୍ରଛାତ୍ରୀଙ୍କ ମନରେ ଥିବା ଦ୍ୱନ୍ଦକୁ ଉତ୍ତର ମାଧ୍ୟମରେ ସମାଧାନ କରିଥିଲେ । କମ୍ପ୍ୟୁଟର ବିଜ୍ଞାନ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଉକ୍ତ ଅଭିଭାଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇ ସଫଳ କରିଥିଲେ ।

( ମ ନି ସ ) 

Related posts

କୁସୁପଙ୍ଗା ଗ୍ରାମ ପଞ୍ଚାୟତ ରେ ବରିଷ୍ଠ ନାଗରିକ ଙ୍କ ସାଧାରଣ ବୈଠକ ଅନୁଷ୍ଠିତ

Sunil Chandra Nayak

କର୍କଟ ରୋଗ ପୀଡିତଙ୍କୁ ସହାୟତା ପ୍ରଦାନ 

masiha

ଜୁନାଗଡ଼ ମହୋତ୍ସବ ଫେବୃଆରୀ ୧୪ ରୁ ୧୬ ପର୍ଯନ୍ତ ହେବା ପାଇଁ ଦିନ ଧାର୍ଯ୍ୟ 

masiha

Leave a Comment

error: Content is protected !!