ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୃନ୍ଦାବାହାଲ ଠାରେ ଉଦଘାଟନ ଉତ୍ସବ ଓ ସ୍ୱାଗତ ସମ୍ମିଳନୀ

ବୃନ୍ଦାବାହାଲ ଠାରେ ଉଦଘାଟନ ଉତ୍ସବ ଓ ସ୍ୱାଗତ ସମ୍ମିଳନୀ

ଗୋଲାମୁଣ୍ଡା,୦୯।୧୦( ): ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଉଦଘାଟନ ଉତ୍ସବ ତଥା ସ୍ୱାଗତ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷ ଅରୁଣ କୁମାର ରାଉତ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଦିନେଶ ରାଉତ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ।ଚଳିତ ବର୍ଷ ସରକାର ଉକ୍ତ ବିଦ୍ୟାଳୟ କୁ ଯୁକ୍ତ-୨ବିଜ୍ଞାନ ପଦୋନ୍ନତି କରିଥିବା ବେଳେ ବିଭିନ୍ନ ଅଞ୍ଚଳ ରୁ ଛାତ୍ରଛାତ୍ରୀ ନା ଲେଖାଇ ଅଧ୍ୟୟନ କରିବାର ସୁଯୋଗ ପାଇଛନ୍ତି।ଯୁକ୍ତ ୨ବିଜ୍ଞାନ ରେ ନାଁ ଲେଖାଇ ଥିବା ଛାତ୍ରଛାତ୍ରୀ ଙ୍କୁ କାର୍ଯ୍ୟକ୍ରମ ସ୍ୱାଗତ ଜଣାଇ ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ କାମନା କରାଯାଇଛି। ସମ୍ମାନିତ ଅତିଥି ଭାବରେ ଗୋଲାମୁଣ୍ଡା ଜୋନ-୧ ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗିନୀ ରାଉତ, ଗୋଲାମୁଣ୍ଡା ବିଇଓ ରାଜେଶ କୁମାର ନାୟକ,ସମିତି ସଭ୍ୟ ଗୋରେଖ ବିଶି, ଗଣ୍ଡାମେର ପୂର୍ବତନ ସରପଞ୍ଚ ରାହାସ ବିହାରୀ ନାଏକ,ଗଣ୍ଡାମେର ସମିତି ସଭ୍ୟ ଦୈତାରି ରାଉତ,ସ୍କୁଲ କମିଟି ସଭାପତି ବବ୍ରୁବାହନ ଟୋଲଟିଆ,ସମାଜସେବୀ ପ୍ରସନ୍ନ ରାଉତ ,ଦେବରାଜ ରାଉତ,ପୂର୍ବତନ ପ୍ରଧାନ ଶିକ୍ଷକ ନବରତ୍ନ ରାଉତ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଉତ୍ସାହ ଓ ପ୍ରେରଣା ଯୋଗାଇ ଥିଲେ।ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅରୁଣ ରାଉତ ଯୁକ୍ତ-୨ବିଜ୍ଞାନ ଛାତ୍ରଛାତ୍ରୀ ଙ୍କୁ ନିଷ୍ଠା ଓ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଶିକ୍ଷକ ତରଙ୍ଗ ଚଣ୍ଡୀ ମଞ୍ଚ ପରିଚାଳନା କରିଥିଳେ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। 

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ପୁରୁଷ ଓ ମହିଳା ସ୍ଵସ୍ଥ୍ଯ କର୍ମୀ ଙ୍କ  ଦ୍ଵାରା ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ମାଧ୍ୟମ ରେ ଜିଲ୍ଲାପାଳ,ସ୍ବାସ୍ଥ୍ୟ ସଚିବଙ୍କୁ  ଦାବୀ ପତ୍ର ପ୍ରଦାନ           

masiha

ବହୁ ବର୍ଷ ପରେ ଫେରି ପାଇଲେ ବାପାଙ୍କ ନାମର ଚାଉଳ କାର୍ଡ

Sunil Chandra Nayak

ନେହେରୁ ଯୁବ କେନ୍ଦ୍ର, ରାୟଗଡା ଦ୍ୱାରା ଜିଲ୍ଲା ସ୍ତରୀୟ ଯୁବ ପଡୋଶୀ ସଂସଦୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!