ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାନ୍ତିବନ ମିଳିତ ଗିରିଗୋବର୍ଦ୍ଧନ ପୂଜା କମିଟି ଗଠନ

ଶାନ୍ତିବନ ମିଳିତ ଗିରିଗୋବର୍ଦ୍ଧନ ପୂଜା କମିଟି ଗଠନ

କର୍ଲାମୁଣ୍ଡା, (ସୁଶାନ୍ତ ରଣା): ଶାନ୍ତିବନ ମିଳିତ ଗିରିଗୋବର୍ଦ୍ଧନ ପୂଜା ପାଇଁ ନୂତନ କମିଟି ଗଠନ କରାଯାଇଛି I ଆୟୋଜିତ ସଭା କାର୍ଯ୍ୟଟି ଶ୍ରୀଯୁକ୍ତ ନେତ୍ରନନ୍ଦ ବଡ଼ମାଳୀଙ୍କ ସଭାପତିତ୍ୱରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି I ନୂତନ କମିଟିର ସଭାପତି ଭାବେ ଶ୍ରୀ ଟଙ୍କଧର ନାଏକ, ଉପସଭାପତି ଶ୍ରୀ ନିରାକାର ସାହୁ, ସମ୍ପାଦକ ଶ୍ରୀ ସନତ କୁମାର ସାହୁ, ସହ ସମ୍ପାଦକ କିରଣ ସାହୁ, କୋଷାଧ୍ୟକ୍ଷ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ସମେତ ସମସ୍ତ ସଭ୍ୟ ଚୟନ କରାଯାଇଥିଲା I ଉପଦେଷ୍ଟା କମିଟି ସଭ୍ୟ ଭାବେ ନେତ୍ରାନନ୍ଦ ବଡ଼ମାଳୀ, ରାଜେନ୍ଦ୍ର ଭୋଇ, ସିଙ୍ଗମଲ ଭୋଇ, ନବୀନ କିଶୋର ସାହୁ, ରୋହିତ ଭୋଇ, କୈଳାସ ସାହୁ, ସୋମନାଥ ସାହୁ, କ୍ଷୀରସାଗର ସାହୁ, କିସନଲାଲ ସାହୁ, ତାରଚନ ମାଝୀ ଓ ଗିରିଶ ଭୋଇ ସମେତ ମସ୍କାଦାଣ୍ଡି, କୁଶୁର୍ଲା, ହଜାରୀପଡା, ଟେର୍ଚ୍ଚାପଳା, ଏକାତରା, ଗୋବିନ୍ଦପୁର ଓ ଯୋରାଡବରା ଗ୍ରାମର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ନୂତନ କମିଟି ଗଠନ କରାଯାଇଥିଲା I ପରେ ଶ୍ରୀ କିଶୋର ବିଶି ତାଙ୍କ ପରିବାର ତରଫରୁ ପ୍ରତି ବର୍ଷ ତିରିଶି ହଜାର ଟଙ୍କା ଦେବା ସହ ଆଜୀବନ ଯଜ୍ଞକର୍ତ୍ତା ଭାବେ ରହିବା ପାଇଁ ସର୍ବ ସମ୍ମତିକ୍ରମେ ଗୃହୀତ ହୋଇଥିଲା I ଶେଷରେ ସଭାପତି ଶ୍ରୀ ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବାସନ୍ତୀ ପାଠାଗାର ତରଫରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ , ଯୋଗ ଦ୍ବାରା ସୁସ୍ଥ ସମାଜ ଗଠନ ସମ୍ଭବ 

masiha

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ସମାଜସେବୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ସମ୍ବର୍ଦ୍ଧିତ…

Sunil Chandra Nayak

ସତ୍ୟ ସାଇ ସେବା ସଂଘ ତରଫରୁ ସଫେଇ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!