ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଜିଲ୍ଲାପାଳ ସର୍ବଦଳୀୟ ପ୍ରତିନିଧି ମଣ୍ଡଳ ସହିତ ପ୍ରକାଶିତ କଲେ ଚୁଡାନ୍ତ ଭୋଟର୍ ତାଲିକା

ନୂଆପଡା ଜିଲ୍ଲାପାଳ ସର୍ବଦଳୀୟ ପ୍ରତିନିଧି ମଣ୍ଡଳ ସହିତ ପ୍ରକାଶିତ କଲେ ଚୁଡାନ୍ତ ଭୋଟର୍ ତାଲିକା

ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ସର୍ବଦଳୀୟ ପ୍ରତିନିଧି ମଣ୍ଡଳ ସହିତ ଚୁଡାନ୍ତ ଭୋଟର୍ ତାଲିକା ଆଜି ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରକାଶିତ କରିଛନ୍ତି l ସୂଚନାଯୋଗ୍ୟ ଯେ ନୂଆପଡା ବିଧାନ ସଭା ମଣ୍ଡଳୀ -୭୧ ନୂଆପଡା,୧୧- କଳାହାଣ୍ଡି ପାର୍ଲିଆମେଣ୍ଟରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଟେ। ଏଥିପାଇଁ ନଭେମ୍ବର ୧୧ ତାରିଖରେ ଉପନିର୍ବାଚନ ଘୋଷଣା କରାଯାଇଛି l ବୈଠକ ରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି କହିଲେ ଯେଏହି ନିର୍ବାଚନ ମଣ୍ଡଳୀ ରେ ମୋଟ ୩୫୮ ଗୋଟି ଭୋଟ କେନ୍ଦ୍ର ଅଛି।ନୂଆପଡା ବିଧାନ ସଭାର ସର୍ବମୋଟ ଭୋଟର ସଂଖ୍ୟା ୨,୫୩,୬୨୪ l ଏଥିରୁ ପୁରୁଷ ଭୋଟର ସଂଖ୍ୟା ୧,୨୪,୧୦୮ , ମହିଳା ଭୋଟର ସଂଖ୍ୟା ୧,୨୯,୪୯୫ ଏବଂ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ୨୧ ଅଟେ l ଏଠାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୧୬ ସେପ୍ଟେମ୍ବର ତାରିଖରୁ ଆରମ୍ଭ ହୋଇ ସେହିମାସ ୨୯ ପର୍ଯ୍ୟନ୍ତ ଚାଲିଥିଲା l ଭୋଟର ତାଲିକାରେ ନାମ ପଞ୍ଜିକରଣ, ନାମଯୋଗ ପାଇଁ ଫର୍ମ ନ ୬ ରେ ୭୭୯୧ ଟି ଆବେଦନ, ତାଲିକା ରେ ଥିବା ନାମ କାଟିବା ପାଇଁ ଫର୍ମ ୭ ରେ ୨୮୬୯ ଟି ଆବେଦନ ଏବଂ ନାମ/ତଥ୍ୟ/ ଫଟୋ/ ଠିକଣା/ବିବରଣୀ/ତ୍ରୁଟି ସଂଶୋଧନ ପାଇଁ ଫର୍ମ ନ ୮ ରେ ୧୮୯୫ ଟି ଆବେଦନ ହସ୍ତଗତ ହୋଇଥିଲା। ଏଥିରୁ ଯାଞ୍ଚ ପରେ ୧୦,୬୮୫ ଟି ଫର୍ମ ର ଆବେଦନ ଗୃହୀତ ହୋଇଥିଲା l ସେହି ଅନୁସାରେ ଚୁଡାନ୍ତ ଭୋଟର୍ ତାଲିକା ପ୍ରସ୍ତୁତ ହୋଇଛି l ନାମାଙ୍କନ ପତ୍ର ଦାଖଲ ର ଶେଷ ତାରିଖ ୨୦ ଅକ୍ଟୋବର ଥିବାରୁ ଏହାର ୧୦ ଦିନ ପୂର୍ବ ଅର୍ଥାତ୍ ଆସନ୍ତା କାଲି ୧୦ ତରିଖ ପର୍ଯ୍ୟନ୍ତ ଭୋଟର୍ ତାଲିକାରେ ନାମ ଯୋଡିବା ପାଇଁ ଆବେଦନ ପତ୍ର ଗ୍ରହଣ ହେବ l ଏହାର ୭ ଦିନ ପରେ ସବିଶେଷ ଚୁଡାନ୍ତ ଭୋଟର୍ ତାଲିକା ଶେଷ ପ୍ରକାଶିତ ହେବ l ସମସ୍ତ ରାଜନୈତିକ ଦଳ ସହଯୋଗ କରି ଅଧିକ ରୁ ଅଧିକ ସଂଖ୍ୟାରେ ଭୋଟର୍ ନିର୍ବାଚନରେ ଅଂଶଗ୍ରହଣ କରି ଗଣତନ୍ତ୍ର କୁ ସୁଦୃଢ଼ କରନ୍ତୁ। ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ , ପ୍ରଫୁଲ୍ଲ କୁଜୁର ,ଉପ ଜିଲ୍ଲାପାଳ ତଥା ଇ ଆର୍ ଓ, ସୁର୍ମି ସୋରେନ୍, ନିର୍ବାଚନ ଡେପୁଟୀ କଲେକ୍ଟର ସେଖ ନସିମ ଏବଂ ରାଜନୈତିକ ଦଳର ପ୍ରତିନିଧି ହିସାବରେ ବିଜେପି ସଭାପତି କମଲେଶ କୁମାର୍ ଦୀକ୍ଷିତ, ଆଇ ଏନ ସି ରୁ ଦେବଦତ୍ତ ଦୀକ୍ଷିତ, ବିଜୁ ଜନତା ଦଳ ରୁ ରମାକାନ୍ତ ସିଂ କ୍ଷତ୍ରୀ ଏଵଂ ଆପ୍ ରୁ ଲକ୍ଷ୍ମିକାନ୍ତ ତାଣ୍ଡି ପ୍ରମୁଖ ଯୋଗଦେଇଥିଲେ l

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଅନ୍ଧବିଶ୍ୱାସର ଅନ୍ଧକାରରେ କୁଡୁମି ଜାତି: ଦିଗହରା ସରକାର ଙ୍କ ଅମୃତ ମହୋତ୍ସବ 

Sunil Chandra Nayak

ବିପଦରେ ଯୋଡ଼ା-କୋଇଡା ଲୁହାପଥର”କ୍ୟାମେରା ବିହୀନ ଗୃହରେ ମୁରଲୀ-ଦଲାଲ ଡୁପ୍ଲିକେଟ ପାଉଡର ଭର୍ତ୍ତିର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ-ଏଡିଜି

masiha

ମାରାଗୁଡା ଲୋକମହୋତ୍ସବରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡା ବାସୀଙ୍କ ମନ ମୋହିଲେ 

masiha

Leave a Comment

error: Content is protected !!