ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣ୍ଡେଇ ୨୦୨୩ ଆଲୋଚନା ଚକ୍ର

ମଣ୍ଡେଇ ୨୦୨୩ ଆଲୋଚନା ଚକ୍ର

ନବରଙ୍ଗପୁର-(୬|୧୨)ନବରଙ୍ଗପୁର ଜିଲ୍ଳାର ମହାନ ଐତିହ୍ୟ ଓ ସଂସ୍କୃତିର ପ୍ରତୀକ ଲୋକ ମହୋତ୍ସବ ମଣ୍ଡେଇ ପାଳନ ଅବସରରେ ସ୍ଥାନୀୟ ଆର ସି ଡ଼ି ନୋଡାଲ ହାଇସ୍କୁଲ ଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଜିଲ୍ଲା ସଂସ୍କୃତି ପରିଷଦ ଡଃ କମଳ ଲୋଚନ ମିଶ୍ର ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତଥା ସ୍ମରଣିକା କମିଟି ଉପଦେଷ୍ଟା ମହେଶ୍ୱର ନାୟକ, ସ୍ମରଣିକା କମିଟି ଅଧକ୍ଷ ବିଜୟ ଚୌଧୁରୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁପ୍ରିୟା ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ ଏବଂ ମୁଖ୍ୟ ବକ୍ତା ଭାବେ ଡି ଏ ଭି ମହାବିଦ୍ୟାଳୟର ସହକାରୀ ଅଧ୍ୟାପକ ଡ ପୂର୍ଣ୍ଣ ଚନ୍ଦ୍ର ତନ୍ତୀ ଯୋଗ ଦେଇଥିଲେ । ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ ବିଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଅଧ୍ୟାପିକା ଡ ସଂଯୁକ୍ତା ପଣ୍ଡା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯୁଗଳ କିଶୋର ଗ୍ରୁପ୍ ପକ୍ଷରୁ ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ବିଭିନ୍ନ ନିବନ୍ଧକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ମଣ୍ଡେଇ ସ୍ମରଣୀକା କମିଟି ସଦସ୍ଯ ତଥା ସରକାରୀ ଆଇନଜୀବୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଆଲୋଚନା ଚକ୍ରରେ ଦୁର୍ଗା ପ୍ରସାଦ ପାଢୀ, ମନୋରଞ୍ଜନ ତ୍ରୀପାଠୀ, ବଲ୍ଲଭ ରାଉତ, ଡ ପ୍ରଦୀପ ମିଶ୍ର, ଆସିଷ୍ଟାଣ୍ଟ କଲେକ୍ଟର ଆଶୁତୋଷ ପାତ୍ର, ପ୍ରଭାସିନୀ ମହାନ୍ତି, ଜେମାମଣି ବିଷୋୟୀ, ଡ ରଘୁନାଥ ଶତପଥି, ହେମଲତା ମାଝୀ, କେଦାରେଶ୍ୱର ପଟ୍ଟନାୟକ, ସାଇମନ ବିଡ଼ିକା, ସଙ୍ଗୀତା ତ୍ରୀପାଠୀ ଓ ସ୍ବର୍ଣ୍ଣ ଲତା ପଟ୍ଟନାୟକ ନିଜ ନିଜ ନିବନ୍ଧ ଖୁବ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ସାଇକେର ଏଜୁକେଶନ, ମଡେଲ ଡିଗ୍ରୀ କଲେଜ, ଆର ସି ଡ଼ି ନୋଡାଲ ଉଚ୍ଚବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ଵର ନାୟକଙ୍କ ସ୍ଵରଚିତ ମଣ୍ଡେଇ ଗୀତରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଓ କମିଟିର କର୍ମକର୍ତ୍ତା ମାନେ କଳାକାର ମାନଙ୍କ ସହ ନାଚିବା ଦୃଶ୍ୟ ଦର୍ଶକ ମାନେ ଖୁବ୍ ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର କୈଲାସ ଚନ୍ଦ୍ର ତ୍ରିପାଠୀ, ଡେପୁଟି କଲେକ୍ଟର ପି.ମନସ୍ମିତା,ସହକାରୀ ଜିଲ୍ଲାପାଳ ଆଶୁତୋଷ ଖାଡ଼ଙ୍ଗା ପ୍ରମୂଖ ଯୋଗଦେଇ ଥିଲେ। କମିଟିର ସଦସ୍ୟ ଜଗଦୀଶ ଚନ୍ଦ୍ର ତ୍ରିପାଠୀ, କିଶୋର ପଟ୍ଟନାୟକ, ରାମ ପ୍ରସାଦ ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନୂଆପଡ଼ାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସମୀକ୍ଷା ବୈଠକ; ଦୁଇ ଦମ୍ପତିଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରମାଣପତ୍ର ପ୍ରଦାନ କଲେ ଜିଲ୍ଲାପାଳ 

Sunil Chandra Nayak

ପ୍ରଧାମନ୍ତ୍ରୀ ଆଦର୍ଶ ଗ୍ରାମ ହେବ ‘ ପିପଲା ‘  ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କୁ ନେଇ ପ୍ରସ୍ତୁତି ବୈଠକ

masiha

ଅଭିଷେକ ବେହୁରିଆ ହେଲେ ମିଃ ରାଉରକେଲା ୨୦୨୨

Sunil Chandra Nayak

Leave a Comment

error: Content is protected !!