ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ସି ପି ଆଇ ଏମ୍ ର ବିକ୍ଷୋଭ, ପ୍ରତ୍ୟାହାର କରିବା ପାଇଁ ଦାବି

ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ସି ପି ଆଇ ଏମ୍ ର ବିକ୍ଷୋଭ, ପ୍ରତ୍ୟାହାର କରିବା ପାଇଁ ଦାବି

ରାଉରକେଲା ତା ୧୬/୦୪/୨୦୨୫ // କେନ୍ଦ୍ର ମୋଦୀ ସରକାର ନିକଟରେ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ହଠାତ୍ ୫୦ ଟଙ୍କା ବୃଦ୍ଧି କରିଛନ୍ତି ଯାହା ଫଳରେ ସବସିଡ ଭୁକ୍ତ ସିଲିଣ୍ଡର ୯୧୨ ଟଙ୍କାରେ ପହଞ୍ଚିଛି। ମୋଦୀ ସରକାର ଙ୍କ ଏପରି ନିଷ୍ପତ୍ତି ସଂପୂର୍ଣ୍ଣ ଜନ ବିରୋଧୀ ବୋଲି ଅଭିଯୋଗ କରି ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ପକ୍ଷରୁ ଆଜି ସ୍ଥାନୀୟ ବିଶ୍ରା ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ତୁରନ୍ତ କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାହାର କରିନେବା କୁ ଦାବି କରାଯାଇଛି।

     ସି ପି ଆଇ ଏମ୍ କେନ୍ଦ୍ର କମିଟି ଡାକରା ରେ ଆଜି ଦେଶର ବିଭିନ୍ନ ସ୍ଥାନରେ ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା ବେଳେ ରାଉରକେଲା ଆଂଚଳିକ କମିଟି ପକ୍ଷରୁ କମିଟି ର ସଂପାଦକ ରାଜ କିଶୋର ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିକ୍ଷୋଭ କାର୍ଯ୍ୟକ୍ରମ ରେ ବକ୍ତବ୍ୟ ରଖି ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ବିମାନ ମାଇତି, ଶ୍ରୀମନ୍ତ ବେହେରା, ଜିଲ୍ଲା କମିଟି ସଦସ୍ୟ ବି ପି ମହାପାତ୍ର, ଆଂଚଳିକ ସଂପାଦକ ମଣ୍ଡଳୀ ସଦସ୍ୟ ଅଜୟ ଶର୍ମା, ଯଯାତି କେଶରୀ ସାହୁ, ଚନ୍ଦ୍ରଭାନୁ ଦାସ, ବିଶ୍ଵଜିତ ମାଝୀ, ଆଂଚଳିକ କମିଟି ସଦସ୍ୟ ଏନ୍ ଏନ୍ ପାଣିଗ୍ରାହୀ, ପ୍ରଭାତ ମହାନ୍ତି, ଅରୁଣ ମହାରଣା ପ୍ରମୁଖ କେନ୍ଦ୍ର ମୋଦୀ ସରକାର ଙ୍କ ଜନ ବିରୋଧୀ ନୀତି କୁ ତୀବ୍ର ସମାଲୋଚନା କରିଥିଲେ।ସେ କହିଥିଲେ ଯେ ରନ୍ଧନ ଗ୍ୟାସ ଦରବୃଦ୍ଧି କରି ସରକାର ଜନ ଗଣଙ୍କ ଉପରେ ୭ ହଜାର କୋଟି ଟଙ୍କାର ବୋଝ ଲଦି ଦେଇଛନ୍ତି। ପେଟ୍ରୋଲ ଓ ଡିଜେଲ୍ ଉପରେ ସ୍ବତନ୍ତ୍ର ଅବକାରୀ ଟିକସ ୩୨ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପେଟ୍ରୋଲ ଉପରେ ଅଧିକ ଅବକାରୀ ଟିକସ ବଢିବା ଯୋଗୁଁ ତା’ର ପ୍ରଭାବ ବିଶେଷ ଭାବରେ ସାଧାରଣ ଲୋକଙ୍କ ଉପରେ ପଡୁଛି।

       ଆନ୍ତର୍ଜାତିୟ ବଜାରରେ ତୈଳ ଓ ଗ୍ୟାସ ମୂଲ୍ୟ ହ୍ରାସ ପାଉଥିବା ବେଳେ ତାର ଲାଭ ଜନ ସାଧାରଣ ଙ୍କୁ ଦେବା ପରିବର୍ତ୍ତେ କେନ୍ଦ୍ର ସରକାର ଅଧିକ ବୋଝ ଜନସାଧାରଣ ଙ୍କ ଉପରେ ଲଦୁଛନ୍ତି। ସ୍ଵତନ୍ତ୍ର ଅବକାରୀ ଟିକସ ବୃଦ୍ଧି ନାମରେ କେନ୍ଦ୍ର ସରକାର ଯେଉଁ ରାଜସ୍ବ ଆଦାୟ କରିବେ ତାକୁ କେବଳ ନିଜ ତହବିଲ କୁ ନେଇ ସଂଘୀୟ ନୀତି ନିୟମ କୁ ଉଲଂଘନ କରୁଛନ୍ତି।

     ରନ୍ଧନ ଗ୍ୟାସ ମୂଲ୍ୟ ବୃଦ୍ଧି ପ୍ରତ୍ୟାହାର କରିବା ସହିତ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ଉଲ୍ଲେଖନୀୟ ଭାବରେ ହ୍ରାସ ପାଉଥିବା ବେଳେ କେନ୍ଦ୍ର ସରକାର ଆମ ଦେଶରେ ପେଟ୍ରୋଲ ଡିଜେଲ ର ଦର ହ୍ରାସ କରିବା ପାଇଁ ସରକାର ଙ୍କ ନିକଟରେ ଦାବି କରିଥିଲେ।

   ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବସନ୍ତ ପାଢ଼ୀ, ସାଗର ଛୋଟରାୟ, ସଚିନ୍ ରାୟ, ଏନ୍ କେ ରାଉତରାୟ,ବଛିରାମ ବେହେରା, ଅନୀତା ନାୟକ,ବୁବୁନ ମାଇତି,ପ୍ରମୋଦ ପରିଡ଼ା, ଅଜିତ ରାୟ, ସୁରେନ୍ଦ୍ର ବେହେରା, ଗୋବିନ୍ଦ ବାରିକ୍, ବାବୁଲା ଆପଟ, ରଞ୍ଜନ ମହାପାତ୍ର, ଜନ୍ମେଜୟ ଘୋଷ, ଅମରେଶ ରାୟ,ତଲତ ମେହେମୁଦ, ଚୈତନ୍ୟ ବେହେରା ପ୍ରମୁଖ ପରିଚାଳନା କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

     ‌

Related posts

ରାୟଗଡାରେ ରାଷ୍ଟ୍ରୀୟ ଲୋକଅଦାଲତ ରେ ୨,୩୪୮ ଟି ମାମଲା ଫଇସଲା ହୋଇ ସେଟେଲମେଣ୍ଟ ବାବଦକୁ ୫୯,୧୧,୦୭୪ ଟଙ୍କା ଆଦାୟ ହୋଇଅଛି

masiha

କଭାଲ୍ୟା ଫଉଣ୍ଡେସନର ପୃଷ୍ଟିକର ଖାଦ୍ୟ ତାଲିମ କାର୍ଯ୍ୟକ୍ରମ

Sunil Chandra Nayak

କାର୍ଯ୍ୟସୂଚୀ ଅନୁଯାୟୀ ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

masiha

Leave a Comment

error: Content is protected !!