ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ନବମ ଦିନ

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ନବମ ଦିନ

ବସୁଧୈବ କୁଟୁମ୍ବକମ୍ ଓ ପାଠାଗାର ବିଭିନ୍ନ ପ୍ରତିଯୋଗିତା

 ରାଉରକେଲା : ଆଦର୍ଶ ପାଠାଗାର ଆୟୋଜିତ ୩୦ତମ ରାଉରକେଲା ପୁସ୍ତକମେଳାର ନବମ ସନ୍ଧ୍ୟାରେ ବସୁଧୈବ କୁଟୁମ୍ବକମ୍ ଓ ପାଠାଗାର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀ ଙ୍କ ସଭାପତିତ୍ବ ଓ ସମ୍ପାଦକ ଅଶୋକ କୁମାର ବଳଙ୍କ ସଂଯୋଜନାରେ ପ୍ରଥମ ପର୍ଯ୍ୟାୟର ଉଦଘାଟକ ଭାବେ କେଟିଏଚ ର ନିର୍ଦ୍ଦେଶକ ଡ଼ାକ୍ତର ଉତ୍ତମ ଚରଣ ଜେନା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଉଦଘାଟକ ଡା ଜେନା ପାଠାଗାରର ପୁସ୍ତକମେଳା ଓ ସାହିତ୍ୟ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ। ଶେଷରେ ଅନ୍ୟତମ ସମ୍ପାଦକ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ କାର୍ଯ୍ୟକ୍ରମ ବସୁଧୈବ କୁଟୁମ୍ବକମ୍ ଆନୁକୂଲ୍ୟରେ ସାହିତ୍ୟ ସଭା ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବସୁଧୈବ କୁଟୁମ୍ବକମ୍ ସଭାପତି ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ଙ୍କ ସଭାପତିତ୍ବ ଓ ନିରୁପମା ପତି ଙ୍କ ସଂଯୋଜନାରେ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା। ଅତିଥି ଭାବେ ମହେନ୍ଦ୍ର କୁମାର ପଟ୍ଟନାୟକ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।ପରେ ପାଠାଗାର ତରଫରୁ ବିଭିନ୍ନ ପ୍ରତିଯୋଗିତା ଚିତ୍ରାଙ୍କନ ଓ ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା। ଅଧ୍ୟାପକ ଅନିଲ କୁମାର ରାମ୍ ଙ୍କ ସଂଯୋଜନାରେ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା ରେ ବିଚାରକ ଭାବେ ନୃତ୍ୟଗୁରୁ ପୁଷ୍ପା ମିଶ୍ର ଓ ସୁଜାତା ସାମଲ ଦାୟିତ୍ଵ ତୁଲାଇଥିଲେ। ଏହି ପ୍ରତିଯୋଗିତା ଗୁଡିକରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଆସନ୍ତା ୧୦ ତାରିଖ ଦିନ ସମ୍ମାନିତ କରାଯିବ ବୋଲି ସୂଚନା ମିଳିଛି। 

     ଅନ୍ୟମାନଙ୍କ ମଧ୍ୟରେ ପାଠାଗାରର ଡ଼ଃ ସନାତନ ପ୍ରଧାନ,ପର୍ଶୁରାମ ପଟ୍ଟନାୟକ,କୁଞ୍ଜବିହାରୀ ରାଉତ , କରୁଣାକର ପାଟ୍ଟଶାଣୀ,ଟୁକଲା ପାଢ଼ୀ, ପ୍ରଦୀପ ପଟ୍ଟନାୟକ,ଅଟମ ରଥ, ଜ୍ୟୋତିପ୍ରକାଶ ମହାପାତ୍ର, ରାଧାକାନ୍ତ ମିଶ୍ର, ବାଉରୀବନ୍ଧୁ ସାହୁ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ,ଡ ଜୟନ୍ତୀ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପରଜଙ୍ଗବ୍ଲକ୍ ଠାରୁ ମାତ୍ର ପାଞ୍ଚ କିଲୋମିଟର ଦୃଷ୍ଟି ଦେବେ କି ସରକାର 

Sunil Chandra Nayak

ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ

Sunil Chandra Nayak

ପଟ୍ଟାମୁଣ୍ଡାଇ ବ୍ଲକ ଏସୟୁଯେ ସାମ୍ବାଦିକ ସଂଘ କମିଟି ପୁନଃ ଗଠନ ଓ ଜରୁରୀ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!