ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମଦା ଓ ଦୁମାଡ଼ିହିରେ ବାର୍ଷିକ ଶ୍ରଦ୍ଧା ଦିବସ ଅନୁଷ୍ଠିତ

ଜାମଦା ଓ ଦୁମାଡ଼ିହିରେ ବାର୍ଷିକ ଶ୍ରଦ୍ଧା ଦିବସ ଅନୁଷ୍ଠିତ

 ମୟୂରଭଞ୍ଜ -୨୩/୦୯ ( ମସିହା)ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ଜାମଦା ଓ ଦୁମାଡ଼ିହିରେ ବାର୍ଷିକ ଶ୍ରଦ୍ଧା ଦିବସ ଆଶ୍ବିନ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଅନୁଷ୍ଠିତ ହୋଇଯାଇଛି |ଶ୍ରାଦ୍ଧକର୍ମରେ ଅନ୍ତରର ଶ୍ରଦ୍ଧା ହେଉଛି ମୁଖ୍ୟ । ଅନ୍ତରର ଶ୍ରଦ୍ଧା ନଥାଇ କୌଣସି କାର୍ଯ୍ୟ ଫଳଦାୟକ ହୁଏ ନାହିଁ । ଜଣେ ଗୃହସ୍ଥ ପକ୍ଷରେ ବର୍ଷକ ମଧ୍ୟରେ ଚାରିଗୋଟି ଶ୍ରାଦ୍ଧ ସ୍ୱତନ୍ତ୍ର ଭାବେ କରିବାର ବ୍ୟବସ୍ଥା ଅଛି, ଯଥା: ପିତୃଶ୍ରାଦ୍ଧ, ମାତୃଶ୍ରାଦ୍ଧ, ମହାଳୟା ଶ୍ରାଦ୍ଧ ଓ ଦୀପଦାନ ବା ପୟାଶ୍ରାଦ୍ଧ । ପ୍ରତିବର୍ଷ ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅପରପକ୍ଷ ଆରମ୍ଭ ହୋଇ ସେହି ମାସର ଅମାବାସ୍ୟା ତିଥିରେ, ମହାଳୟା ଶ୍ରାଦ୍ଧ ପରେ, ପିତୃପକ୍ଷର ପରିସମାପ୍ତି ହୁଏ । ଏହି ପିତୃପକ୍ଷରେ ପ୍ରତ୍ୟେକ ଦିନ ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିବିଧାନରେ କରଣୀୟ । ଏହି ପକ୍ଷରେ ପିତୃପୁରୁଷମାନେ ନିଜନିଜର ଆତ୍ମୀୟମାନଙ୍କଠାରୁ ତିଳୋଦକ ଓ ଅନ୍ନବ୍ୟଞ୍ଜନ ପାଇବାକୁ ଆଗ୍ରହୀ ଥାଇ ମର୍ତ୍ତ୍ୟମଣ୍ଡଳକୁ ଅବତରଣ କରିଥାନ୍ତି । ପ୍ରତ୍ୟେକ ଦିନ ତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରି ତୃପ୍ତି କରିବାର ଅନୁକୂଳ ସମୟ ।ଏହି ଶ୍ରଦ୍ଧା ଦିବସ ରେ ଦୁମାଡ଼ିହି ଓ ଜାମଦାରେ ପୁରୋହିତ ପ୍ରଫୁଲ୍ଲ ଶତପଥୀ,ନବ କିଶୋର ଶତପଥୀ,ପ୍ରମନ ଶତପଥୀ,ପ୍ରଶ୍ନ କୁମାର ଶତପଥୀ,ଅଭିଶେକ୍ ଶତପଥୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତରାଜ ବିଭାଗର ପ୍ରମୁଖ ସଚିବ ଓ ସ୍ବତନ୍ତ୍ର ପ୍ରକଳ୍ପର ନି‌ର୍ଦ୍ଦେଶକ ଙ୍କ କୋରାପୁଟ ଗସ୍ତ

Sunil Chandra Nayak

ନୂଆପଡ଼ାରେ ଡୁଡା ସମୀକ୍ଷା ବୈଠକ: ଅଗଷ୍ଟ ୧୫ ସୁଦ୍ଧା ପିଏମ୍ଏୱାଇ-୨.୦ ଘର ସମ୍ପୂର୍ଣ୍ଣ ଓ ଗୁଣାତ୍ମକ ନଗର ଉନ୍ନୟନ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

Sunil Chandra Nayak

ବୋରୀଗାଁ ରେ ଫଗୁଣ ମଣ୍ଡେଇ ପାଳିତ 

masiha

Leave a Comment

error: Content is protected !!