ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମକା ଫସଲ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ 

ମକା ଫସଲ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ 

ଡାବୁଗାଁ, ୨୧/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଅଧୀନ କୂଚ୍ଚା ଗ୍ରାମ ଠାରେ ପାୟୋନିୟର କମ୍ପାନୀ ତରଫରୁ ମକା ଫସଲ ସଫଳତାର କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ପାପଡାହାଣ୍ଡି, ଓ ଡାବୁଗାଁ ବ୍ଲକ ର ବିହନ ବିକ୍ରେତା ମାନେ ଯୋଗଦେଇଥିଲେ | ସ୍ଥାନୀୟ ମକା ଚାଷୀ ଘନଶ୍ୟାମ ବିଶୋଇ, ଗୁପ୍ତ ମାଝି ଓ ଡମ୍ବରୁ ମାଝି ଙ୍କ ମକା ଜମିରେ ହୋଇଥିବା କମ୍ପାନୀର ହାଇବ୍ରୀଡ ମକା ପି-୩୪୪୦୭ ଓ ପି-୩୩୯୦୫ କୁ ବିକ୍ରେତା ମାନେ ବୁଲି ଦେଖିଥିଲେ | ଏହି କାର୍ଯ୍ୟକ୍ରମ ରେ କମ୍ପାନୀ ର ନବରଙ୍ଗପୁର କ୍ଷେତ୍ର ବ୍ୟବସାୟ ପରିଚାଳକ (ଟି.ବି.ଏମ) ଅଭଷେକ ଦାସ କହିଲେ ଯେ ଏହି ହାଇବ୍ରିଡ ମକା ଅଧିକ ଉତ୍ପାଦନ ହେବ | ରୋଗ ଓ ପୋକ ପ୍ରତି ଅଧିକ ସହନଶୀଳତା ପ୍ରଦାନ କରେ | ଯାହା ଦ୍ୱାରା ଚାଷୀ ଭାଇ ମାନେ ଅଧିକ ମୂଲ୍ୟ ପାଇବେ | ଏହି ସଫଳତା ଦେଖି ସମସ୍ତ ବିହନ ବ୍ରିକ୍ରେତା ମାନେ ବେଶ ଖୁସି ହୋଇଥିଲେ | ଏହରେ ୩ ଜଣ ଚାଷୀ ଙ୍କୁ ମମ୍ପାନୀ ତରଫରୁ ମାନପତ୍ର ଦେଇ ସମ୍ମାନୀତ କରଯାଇଥିଲା | ଏଥିରେ ଡିଲର ସୁବ୍ରତ କୁମାର ସାହୁ ଓ ସୁଶାନ୍ତ ସାହୁ ଯୋଗ ଦେଇ ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ | ଏଥିରେ କ୍ଷେତ୍ର କର୍ମଚାରୀ ପୁଷ୍ପରାଜ ଓ ନିରଞ୍ଜନ ବେହେରା ପ୍ରମୁଖ ସହଯୋଗ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ମାନଙ୍କ ଆନ୍ଦୋଳନ ନେ଼ଇ ସାମ୍ୱାଦିକ ସମ୍ମିଳନୀ

masiha

ତରବୋଡ଼ ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

Sunil Chandra Nayak

ହୃଷିକେଶ ରାୟ ମହାବିଦ୍ୟାଳୟ ରେ ଜାତୀୟ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!