ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକଙ୍କ ମାତୃ ବିୟୋଗ

ସାମ୍ବାଦିକଙ୍କ ମାତୃ ବିୟୋଗ

ଆସିକା, ୧୯/୧୦/୨୫ଏନ୍‌ଏନ୍‌ଏସ୍ ଆସିକା ଏନ୍‌ଏସି ୧୫ ନମ୍ବର ୱାର୍ଡ ଅନ୍ତର୍ଗତ ଅର୍ବାନ ବ୍ୟାଙ୍କ ରୋଡ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ସରୋଜ କୁମାର ଦାଶଙ୍କ ମାତା ଜୟନ୍ତୀ ଦାଶଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା । ସେ ଜଣେ ମେଳାପି, ଆଧ୍ୟାତ୍ମିକ ପ୍ରେମୀ, ମିଷ୍ଟଭାସୀ ମହିଳା ଭାବେ ଅଞ୍ଚଳରେ ବେଶ୍‌ ପରିଚିତ ଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଆସିକା ପ୍ରେସ କ୍ଲବ ସଭାପତି ସତ୍ୟ ନାରାୟଣ ରଥ,ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ନାଥ ସାହୁ, ଅନିଲ କୁମାର ପାଣିଗ୍ରାହୀ,ନରେନ୍ଦ୍ର କୁମାର ସାହୁ,ସନ୍ତୋଷ କୁମାର ମିଶ୍ର,ସନ୍ତୋଷ କୁମାର ମୁନି, ବରିଷ୍ଠ ଆଇନଜୀବୀ ଦିଲୀପ କୁମାର ପାଣିଗ୍ରାହୀ, ମାନସ ପୂର୍ଣ୍ଣ ଆଗର୍ଯ୍ୟ, ସମାଜସେବୀ ସତ୍ୟ ନାରାୟଣ ସ୍ଵାଇଁ, କୈଳାଶ ଚନ୍ଦ୍ର ପ୍ରଧାନ, ଶିବପ୍ରସାଦ ଶତପଥୀ,ଏମ୍ ତାରିଣୀ ସେନାପତି, କେ. ବ୍ରହ୍ମାନନ୍ଦ ରାଓ, ଅଜିତ କୁମାର ଦାଶ, ଲବ ସାହୁ, ପ୍ରମୋଦ କୁମାର ପାଢୀ, ଅଜିତ କୁମାର ମହାପାତ୍ର, କେ. ବୁଦୁଲୁ ରାଓ, ଦେବେନ୍ଦ୍ର ନାଥ ବେହେରା, ଭାସ୍କର ବେହେରା, ପ୍ରଦୀପ ରାଉତ, ମହେଶ୍ଵର ବେହେରା, ଶିବ ଶଙ୍କର ମିଶ୍ର,ବାଲାଜୀ ସ୍ୱାଇଁ, ପଞ୍ଚାନନ ବିଷୋୟୀ,ଶିକ୍ଷକ ସଂଘ ନେତା ସନ୍ତୋଷ କୁମାର ବେହେରା,ସତ୍ୟ ନାରାୟଣ ସେଠୀ,ବାଳକୃଷ୍ଣ ହୋତା, ଦଣ୍ଡପଣି ବେହେରା,ସମ୍ବାଦିକ ଇଶ୍ୱର ସେଠୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ଅଞ୍ଚଳବାସୀ ଯୋଗଦେଇ ଶେଷ ଦର୍ଶନ କରିଥିଲେ । ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ରବିବାର ରାତିରେ ପୁରୀ ସ୍ୱର୍ଗ ଦ୍ଵାରରେ ସ୍ଵର୍ଗତ ଶ୍ରୀମତି ଦାଶଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ମନୋଜ କୁମାର ଦାଶ, ସରୋଜ କୁମାର ଦାଶ, ବୀରେନ୍ଦ୍ର କୁମାର ଦାଶ, ପୁତ୍ରବଧୁ ପ୍ରତିମା ରାଣୀ ଶତପଥୀ, ପ୍ରଣତି ମିଶ୍ର, ମଧୁସ୍ମିତା ଦାଶଙ୍କ ସମେତ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଆଦର୍ଶ ଶିକ୍ଷକ କୈଳାସ ଚନ୍ଦ୍ର ବେହେରାଙ୍କୁ ଯାଦବ ମହାସଭା ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ 

Sunil Chandra Nayak

ବେହେରାପାଟି ସ୍କୁଲ ପାଚିକା ତଦନ୍ତ ରେ ବିଡ଼ିଓ ଙ୍କ ସମେତ ତିନି ଅଧିକାରୀ 

Sunil Chandra Nayak

ପିଏମ୍ ଜନମନ ପରିଯୋଜନା ,ଟଲଣା ଶିବିରରେ ବ୍ୟାପକ ଜନସମାଗମ,ଦୁର୍ଗମ ଲହୁଣୀଖୁଣ୍ଟିରେ ତହସିଲ ଟିମ 

masiha

Leave a Comment

error: Content is protected !!