ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନପଦ୍ମ ଟ୍ରଷ୍ଟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବନପଦ୍ମ ଟ୍ରଷ୍ଟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ଢେଙ୍କାନାଳ (ମ ସୀ ହା) ତା ୨୧/୧୦_ଭୁବନ ବ୍ଳକ ଏକତାଳି ପଞ୍ଚାୟତ ର ପୁରୁଷୋତ୍ତମପୁର ଠାରେ ଅବସ୍ଥିତ ବନପଦ୍ମ ଟ୍ରଷ୍ଟର ବାର୍ଷିକ ଉତ୍ସବ ଟ୍ରଷ୍ଟ ସଭାପତି ସୁବାସ ଚନ୍ଦ୍ର ମିଶ୍ର ଙ୍କ ଅଧ୍ୟକ୍ଷତାରେ ସାଇ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଅଛି। ସାଂସ୍କୃତିକ ଓ ସାରସ୍ଵତ ସମ୍ମାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ସ୍ବତନ୍ତ୍ର ବିଚାରପତି (ସିବିଆଇ) ଭିକାରୀ ଚରଣ ରାଉତ, ସମ୍ମାନୀତ ଅତିଥି ଭାବେ ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର, ଅବସରପ୍ରାପ୍ତ ପ୍ରଧ୍ୟାପକ ଡଃ ସରୋଜ କାନ୍ତ ମିଶ୍ର, “ସମାଜ ” ଢେଙ୍କାନାଳ ଜିଲ୍ଲା ପ୍ରତିନିଧି ଶିଶିର ଶତପଥୀ, କଳା ସଂସ୍କୃତି ମହାସଂଘର ରାଜ୍ୟ ଉପସଭାପତି ଅବନୀ ମିଶ୍ର, କବୟିତ୍ରୀ ନିର୍ମଳା ମହାପାତ୍ର ମଞ୍ଚାସୀନ ହୋଇ “ଓଡ଼ିଆ ଅସ୍ମିତା ରେ କବି ଓ କବୟିତ୍ରୀଙ୍କ ଅବଦାନ” ଚିରସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ। ନିମନ୍ତ୍ରିତ ଅତିଥି ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶାର ସଭାପତି ହରିହର ସାହୁ, ବ୍ୟଙ୍ଗକବି ଶତୃଘ୍ନ ମାଟି ବନ ପଦ୍ମ ଟ୍ରଷ୍ଟର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ନାଟ୍ୟକାର ପ୍ରଶାନ୍ତ ଦ୍ବିବେଦୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କବୟିତ୍ରୀ ବିଳାସିନୀ ମିଶ୍ରଙ୍କ ଲିଖିତ ପୁସ୍ତକ “ଗୀତି କବିତା” ପୁସ୍ତକ କୁ ମଞ୍ଚାସୀନ ଅତିଥି ମାନେ ଉନ୍ମୋଚିତ କରିଥିଲେ। ଏହି ଅବସରରେ ମାନପତ୍ର ଉପଢୌକନ ଓ ଉପହାର ଦେଇ ଅବସର ପ୍ରାପ୍ତ ସ୍ବତନ୍ତ୍ର ବିଚାରପତି ସିବିଆଇ ଭିକାରୀ ଚରଣ ରାଉତ, ସମାଜର ଢେଙ୍କାନାଳ ଜିଲ୍ଲା ପ୍ରତିନିଧି ଶିଶିର କୁମାର ଶତପଥୀ , ଅବସର ପ୍ରାପ୍ତ ପ୍ରଧ୍ୟାପକ ଡଃ ସରୋଜ କାନ୍ତ ମିଶ୍ର, କବୟିତ୍ରୀ ନିର୍ମଳା ମହାପାତ୍ର, କଳା ସଂସ୍କୃତି ଉପସଭାପତି ଅବନୀ ମିଶ୍ର, ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ, ବ୍ୟଙ୍ଗକବି ଶତୃଘ୍ନ ମାଟି, ତୃପ୍ତି ପାଠାଗାର ଅଧକ୍ଷ ଭୁବନ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆନନ୍ଦ ଚନ୍ଦ୍ର ଦ୍ବିବେଦୀ ଓ କୁଞ୍ଜ ବିହାରୀ ମିଶ୍ର ମଞ୍ଚାସିନ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପରେ ପରେ କବିତା ଆସର କାର୍ଯ୍ୟକ୍ରମ “ମଧୁକ୍ଷରୀ” ଅନୁଷ୍ଠିତ ହୋଇଥିଲା। ଏହାକୁ ସଂଯୋଜନା କରିଥିଲେ ପ୍ରଶାନ୍ତ ଦ୍ବିବେଦୀ। ଏହି କାର୍ଯ୍ୟକ୍ରମ ରେ କବି ଶାନ୍ତ୍ବନୁ ଦାସ, ପ୍ରଫୁଲ୍ଲ କୁମାର ଦାସ, ହରିହର ସାହୁ, ସୁରେନ୍ଦ୍ର କୁମାର ପୃଷ୍ଟି, ସ୍ଵପ୍ନା ସାଗରିକା ମିଶ୍ର, ନିରୂପମା ଲେଙ୍କା, ବିଳାସିନୀ ପୃଷ୍ଟି , ଚିତ୍ରଶିଳ୍ପୀ ନାରାୟଣ ସାହୁ, ଶତୃଘ୍ନ ମାଟି, ଡଃ ସରୋଜ କାନ୍ତ ମିଶ୍ର, ନିର୍ମଳା ମହାପାତ୍ର , ସୁଲୋଚନା ସାହୁ, ପ୍ରମୋଦ କୁମାର ମିଶ୍ର, ବିଳାସିନୀ ମିଶ୍ର, ଅବନୀ ମିଶ୍ର, ଭିକାରୀ ଚରଣ ରାଉତ, ଶରତ ଚନ୍ଦ୍ର ତ୍ରିପାଠୀ ଓ ପ୍ରଶାନ୍ତ କୁମାର ଦ୍ୱିବେଦୀ ନିଜର କବିତା ପାଠ କରିଥିଲେ। ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ବହୁ ଲବ୍ଧ ପ୍ରତିଷ୍ଠିତ ଲେଖକ କବି ଓ ସମୀକ୍ଷକ ଯୋଗ ଦେଇଥିଲେ। ଟ୍ରଷ୍ଟର ସଭାପତି ଶ୍ରୀ ମିଶ୍ର ନିଜ ପିତା ଓ ଶ୍ୱଶୁରଙ୍କ ଯୁଗ୍ମ ନାମରେ ଏକ ଅନୁଷ୍ଠାନ ଗଠନ କରି ଆଜିର ସମାଜରେ ସମାନତା ଶିକ୍ଷା ଦେଇଥିବାରୁ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶାର ସଭାପତି ପ୍ରକୃତି ବନ୍ଧୁ ଶ୍ରୀ ସାହୁ ସାଧୁବାଦ ଜଣାଇଥିଲେ। ଅଧିବକ୍ତା କ୍ଷୀରୋଦ ଚନ୍ଦ୍ର ମିଶ୍ର ମାନପତ୍ର ପଠନ କରିଥିଲେ। ପରିଶେଷରେ ମନୋଜ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ନୂଆଗାଁ ରେ ପଣ୍ଡା ପରିବାରରେ ଅଭିନବ ନୂଆଁଖାଇ ଭୋଜିଭାତ ସହ କ୍ରୀଡା ପ୍ରତିଯୋଗୀତା 

masiha

ବନ୍ଧୁଗାଁ ପଞ୍ଚାୟତ ତରଫରୁ ଧୁମଧାମରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମୋର ମାଟି ମୋ ଦେଶ କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ

masiha

ଭେଜିଗୁଡା ଗ୍ରାମ ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ୨୦୨୩ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!