ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ାରେ ଷଷ୍ଠତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ନୂଆପଡ଼ାରେ ଷଷ୍ଠତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ 

ନୂଆପଡ଼ା, ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ସଦଭାବନା ସଭା ଗୃହ ଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଡଲି ମାଝୀଙ୍କ ସଭାପତିତ୍ବରେ ଷଷ୍ଠ ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଏହି ବୈଠକରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲାପାଳ ମଧୁସୂଦନ ଦାଶ, ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ, ବନଖଣ୍ଡ ଅଧିକାରୀ ଖରୀଆର- ଅଜିଜ୍ ଖାନ୍,ବନଖଣ୍ଡ ଅଧିକାରୀ ବନ୍ୟଜନ୍ତୁ- ମହାଦେବ ବଡାଇକ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଦୀପିକା ଦୀପ, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା, ସମସ୍ତ ବ୍ଲକ୍ ଅଧ୍ୟକ୍ଷା ଯୋଗ ଦେଇଥିଲେ l ଗୃହକୁ ସ୍ବାଗତ କରି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମସ୍ତ ଜନ ପ୍ରତିନିଧି ତଥା ଅଧିକାରୀ ମାନଙ୍କୁ ସଂଵୋଧନ କରି ଜିଲ୍ଲାର ସର୍ବାଙ୍ଗିନ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ସବୁ ସରକାରୀ ଯୋଜନା ଲୋକ ମାନଙ୍କ ପାଖକୁ ନେଇ ଯିବା ପାଇଁ ସେ ଅଧିକାରୀ ମାନଙ୍କୁ ଆହ୍ଵାନ ଦେଇଥିଲେ l ଜିଲ୍ଲାପାଳ କହିଲେଯେ ଜିଲ୍ଲା ଏ ଭିତରେ ବହୁତ ପ୍ରଗତି କରିଛି ଏବଂ ପ୍ରଶାସନ ଏଵଂ ଜନ ପ୍ରତିନିଧି ମାନଙ୍କ ମଧ୍ୟରେ ଉତ୍ତମ ସହଯୋଗରେ ଆହୁରି ଉନ୍ନତି ସାଧିତ ହେବ l ଏହାପରେ ଗୋଟି ଗୋଟି କରି ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ନିଜ ନିଜ ବିଭାଗର ପ୍ରଗତି ବିବରଣୀ ଗୃହକୁ ଅବଗତ କରାଇବା ପାଇଁ କହିଥିଲେ lଜିଲ୍ଲା କୃଷି, ମତ୍ସ୍ୟ, ଯୋଗାଣ, ଜିଲ୍ଲା ମଂଗଳ, ସ୍ଵାସ୍ଥ୍ୟ, ଶିକ୍ଷା, ଗ୍ରାମ୍ୟ ଜଳ ଯୋଗାଣ, ସମାଜ ମଙ୍ଗଳ, ସାମାଜିକ ସୁରକ୍ଷା, ପଶୁ ସମ୍ପଦ, ଉଠା ଜଳସେଚନ, ବିଦ୍ୟୁତ୍ , ସମବାୟ ବିଭାଗ ଇତ୍ୟାଦି ସମସ୍ତ ବିଭାଗର ତ୍ରୟ ମାସିକ ପ୍ରଗତି ବିବରଣୀର ସମୀକ୍ଷା କରା ଯାଇଥିଲା l ବିଗତ ବୈଠକରେ ସଦସ୍ୟ ମାନେ ଉତ୍ଥାପନ କରିଥିବା ସମସ୍ତ ଅଭିଯୋଗ ଉପରେ କି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଛି ସେ ଉପରେ ଅଧିକାରୀ ମାନେ ନିଜ ନିଜ ମନ୍ତବ୍ୟ ରଖିଥିଲେ l ବିଗତ ଦିନରେ ହୋଇଥିବା ଅସମ୍ପୂର୍ଣ୍ଣ କାମ ସବୁ ଶୀଘ୍ର ସମାପନ କରିବା ଉପରେ ଉଭୟ ବିଧାୟକ ଗୁରୁତ୍ବ ଦେଇଥିଲେ l ଜିଲ୍ଲାର ସମସ୍ତ ବିଭାଗର କାମରେ ସମ୍ପୂର୍ଣ ସ୍ବଚ୍ଛତା ତଥା ପାରଦର୍ଶିତା ଅବଲମ୍ବନ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ lସମସ୍ତ ଉନ୍ନତି ମୂଳକ କାମରେ ଏଵଂ ବିଶେଷତଃ କୃଷି, ଉଦ୍ୟାନ କୃଷି ଯୋଜନାରେ ହିତାଧିକାରୀ ଚୟନ କରିବା ବେଳେ ଜନ ପ୍ରତିନିଧି ମାନଙ୍କୁ ସାମିଲ କରିବା ଉପରେ ଜିଲ୍ଲା ପରିଷଦ ସଦସ୍ୟ ମାନେ ଦାବୀ କରିଥିଲେ l ଆଜିର ଏହି ବୈଠକ ରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ଲାଇନ୍ ବିଭାଗ ଅଧିକାରୀ, ସମସ୍ତ ବିଡିଓ ଯୋଗ ଦେଇଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କେଶବ ନଗର ଶାଖାର ବ୍ୟକ୍ତି ନିର୍ମାଣରେ ଗୁରୁଙ୍କ ଭୂମିକା ଆଲୋଚନାଚକ୍ର 

Sunil Chandra Nayak

ଯୁକ୍ତ ୨ ବିଜ୍ଞାନ ପରିକ୍ଷା ରେ ଛାତ୍ରୀ ମାନଙ୍କ ସଫଳତା

ଗୋଲାମୁଣ୍ଡା ରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!