ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଦାନ୍ତ ଲିମିଟେଡ୍ ପକ୍ଷରୁ ସ୍ତନ କ୍ୟାନସର ସଚେତନତା ଶିବିର ଅନୁଷ୍ଠିତ

ବେଦାନ୍ତ ଲିମିଟେଡ୍ ପକ୍ଷରୁ ସ୍ତନ କ୍ୟାନସର ସଚେତନତା ଶିବିର ଅନୁଷ୍ଠିତ

ଲାଞ୍ଜିଗଡ଼,୨୪/୧୧(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ୍ ପକ୍ଷରୁ ସ୍ତନ କ୍ୟାନ୍ସର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ବେଦାନ୍ତ ତରଫରୁ ଗ୍ରାମୀଣ ଓଡ଼ିଶାରେ କ୍ୟାନସରର ପ୍ରତିକାର ତଥା ହ୍ରାସ ଉପରେ ସଚେତନତା ସୃଷ୍ଟି କରାଯିବା ଲକ୍ଷ୍ୟରେ ଆରମ୍ଭ କରାଯାଇଥିବା ଏଇ ଶିବିର ବେଶ୍ ସଫଳ ସାବ୍ୟସ୍ତ ହୋଇଥିଲା। ଜାତୀୟ କର୍କଟ ସଚେତନତା ଦିବସରୁ ଆରମ୍ଭ ହୋଇଥିବା ଏଇ ଅଭିଯାନରେ ଲୋକଙ୍କୁ ଏହି ରୋଗର ଭୟାବହତା ଓ ନିରାକରଣ ସଂପର୍କରେ ସଚେତନ କରାଯାଇଥିଲା । ଭାରତରେ ଅନ୍ୟତମ ବିଶ୍ୱସ୍ତରୀୟ କର୍କଟ ଚିକିତ୍ସା କେନ୍ଦ୍ର ବାଲକୋ ମେଡିକାଲ ସେଣ୍ଟର ସହିତ ମଳିତ ଭାବରେ ଆୟୋଜିତ ଏହି ଶିବିରରେ ମାମୋଗ୍ରାଫି, (ପିଇପି) ପରି କେତେକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପାଇଁ ମୋବାଇଲ ସ୍କ୍ରିନିଂ ଭ୍ୟାନକୁ ନିଯୋଜିତ କରାଯାଇଥିଲା। ଗର୍ଭାଶୟ, ମୁଖଗହ୍ଵର କର୍କଟ ରୋଗ ଚିହ୍ନଟ କରିବା ପ୍ରମୁଖ ଅଂଶ ଥିଲା। ଏହା ସହ ପରବର୍ତ୍ତୀ ଚିକିତ୍ସା ଆବଶ୍ୟକତା ପାଇଁ ରୋଗୀମାନଙ୍କୁ ବାଲକୋ ମେଡିକାଲ୍ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଅଭିଯାନକୁ ବେଦାନ୍ତ ଆଲୁମିନିୟମ ବିଜନେସ୍ ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ ଶୁଭାରମ୍ଭ କରିଥିଲେ । ଏଥିରେ ବାଲକୋର ରେଡିଏସନ୍ ଅଙ୍କୋଲୋଜିଷ୍ଟ ଡ. ପ୍ରଭାକର ଗୁପ୍ତା ଯୋଗଦେଇଥିଲେ । ଏହି ଶିବିରରେ ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ଲାଞ୍ଜିଗଡ଼ ସରପଞ୍ଚ ସରସ୍ଵତୀ ମୁଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ୨୦୦ରୁ ଅଧିକ ଲୋକଙ୍କୁ ଏହି ତିନିଦିନିଆ ଶିବିରରେ ମାଗଣା ସେବା ଯୋଗାଇ ଦିଆଯାଇଥିଲା ।

ଲାଞ୍ଜିଗଡ଼ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ମୟୂରଭଞ୍ଜ କେମିଷ୍ଠ ଏଣ୍ଡ ଡ୍ରଗିଷ୍ଟ ୟୂନିଅନ ତରଫରୁ ୫୦ ୟୂନିଟ୍ ରକ୍ତ ସଂଗ୍ରହ 

masiha

ପି ଏମ ଶ୍ରୀ ସରକାରୀ ହାଇସ୍କୁଲ, ଜୁନାଗଡ଼ ରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ 

ବିଜାତଳା ରାଜସ୍ୱ ନିରୀକ୍ଷକ ବର୍ଷାରେ ଗୃହ ନଷ୍ଟ ହୋଇଥିବା ହିତାଧିକାରୀ ଙ୍କୁ ପଲଥିନ ଵଣ୍ଟନ 

Sunil Chandra Nayak

Leave a Comment

error: Content is protected !!