ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଲାଙ୍ଗୀର ସାମ୍ବାଦିକ ବିଜୟ ପ୍ରଧାନ ଙ୍କ ଘଟଣା ନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ Y.B. Khurania ଙ୍କୁ ଭେଟିଲା “ଏସୟୁଜେ ଓଡ଼ିଶା” ସମେତ ବିଭିନ୍ନ ସାମ୍ବାଦିକ ସଂଗଠନ ର ପ୍ରତିନିଧି…

ବଲାଙ୍ଗୀର ସାମ୍ବାଦିକ ବିଜୟ ପ୍ରଧାନ ଙ୍କ ଘଟଣା ନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ Y.B. Khurania ଙ୍କୁ ଭେଟିଲା “ଏସୟୁଜେ ଓଡ଼ିଶା” ସମେତ ବିଭିନ୍ନ ସାମ୍ବାଦିକ ସଂଗଠନ ର ପ୍ରତିନିଧି…

 ‌‌ ନବରଙ୍ଗପୁର( ରବି ନାରାୟଣ ମହାନ୍ତି) ବଲାଙ୍ଗୀର ଜିଲ୍ଲା ପୁଇଁତଳା ର ସାମ୍ବାଦିକ ବିଜୟ କୁମାର ପ୍ରଧାନଙ୍କ ଉପରେ ଗତ ୪ ଦିନ ତଳେ ହୋଇଥିବା ବର୍ବୋରଚିତ ଆକ୍ରମଣ ଘଟଣାରେ ଆଜି ଏସୟୁଜେ ଓଡ଼ିଶା ର ସଭାପତି କୈଳାଶ ଚନ୍ଦ୍ର ନାୟକ ଓ ବଡ଼ ଖବର ର ମୁଖ୍ୟ ସମ୍ପାଦକ ଅର୍ଧେନ୍ଦୁ ଦାସ ଙ୍କ ସମେତ ବିଭିନ୍ନ ସଂଗଠନ ର ବରିଷ୍ଠ କର୍ମକର୍ତ୍ତା ମାନେ କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟ ରେ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) Sj Y.B. Khurania ଙ୍କୁ ଭେଟି ମିଳିତ ଦାବିପତ୍ର ପ୍ରଦାନ କରିଛନ୍ତି।୪ ଜଣ ଗିରଫ ହୋଇଥିଲେ ସୁଦ୍ଧା ମୁଖ୍ୟ ଆସାମୀ ଠିକାଦାର ଗଜେନ୍ଦ୍ର ଦଳାଇ କୁ ପୋଲିସ ଏଯାଏଁ ଗିରଫ କରିନଥିବାରୁ ପ୍ରତିନିଧି ଦଳ ଡିଜିପି ଙ୍କ ନିକଟରେ ଯଥାଶୀଘ୍ର ଗିରଫ ଦାବି କରିଥିଲେ। ସେହିପରି ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ସାମ୍ବାଦିକ ମାନେ ଖବର ସଂଗ୍ରହ ବେଳେ ଅସାମାଜିକ ବ୍ୟକ୍ତି , ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ , କର୍ମଚାରୀ, ଠିକାଦାର, ମାଫିଆ ମାନଙ୍କ ଆକ୍ରମଣ ର ଶୀକାର ହେଉଛନ୍ତି। ଘଟଣା ପରେ ଯେତେବେଳେ ଅଭିଯୋଗକାରୀ ସାମ୍ବାଦିକ ଏନେଇ ଥାନା ରେ ପହଂଚି ଏତଲା ଦେଉଛନ୍ତି, ଅଧିକାଂଶ ଥାନା ରେ ପୋଲିସ ଅଭିଯୁକ୍ତ ଙ୍କ ଏତଲା କୁ ପ୍ରଥମେ ଗ୍ରହଣ କରି ଏହାକୁ Prime FIR ଭାବେ ନେଇ ସାମ୍ବାଦିକ ମାନଙ୍କ ମନୋବଳ ଦୁର୍ବଳ କରିବା ସହିତ ମାଫିଆ ଓ ଅସାଧୂ ମାନଙ୍କୁ ଉସ୍ଥାହିତ କରୁଛି।ଏହା ଦ୍ଵାରା ଗଣମାଧ୍ୟମ ର କଣ୍ଠରୋଧ କରାଯାଉଛି ବୋଲି ପ୍ରତିନିଧି ଦଳ ଡିଜିପି ଙ୍କୁ ଅବଗତ କରାଇଥିଲେ ଥିଲେ। ଡିଜିପି ମଧ୍ୟ ସାମ୍ବାଦିକ ସଙ୍ଘ ପ୍ରତିନିଧି ଦଳର ଯୁକ୍ତିଯୁକ୍ତ ଆଲୋଚନା କୁ ଗୁରୁତ୍ବ ସହକାରେ ନେଇ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଇତ୍ ଶା ଫାଉଣ୍ଡେସନ ର ନିଆରା ପ୍ରୟାସ

ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

masiha

ବନ୍ଧୁଗାଁରେ ବିଶ୍ୱ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ଅନୁଷ୍ଠିତ ହୋଇଯାଇଛି 

masiha

Leave a Comment

error: Content is protected !!