ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ପୂରାତନ ଛାତ୍ରସଂସଦର ବୈଠକ

ପୂରାତନ ଛାତ୍ରମାନଙ୍କ ସହଯୋଗ ରହିଲେ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି ହେବ – ମନ୍ତ୍ରୀ ସାରଦା ନାୟକ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ପୂରାତନ ଛାତ୍ରସଂସଦର ବୈଠକ

 ରାଉରକେଲା: ପଶ୍ଚିମ ଓଡ଼ିଶାର ଅନ୍ୟତମ ପୂରାତନ ଓ ପ୍ରତିଷ୍ଠିତ ମହାବିଦ୍ୟାଳୟ ଭାବେ ପରିଚିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ପୂରାତନ ଛାତ୍ରସଂସଦର ବୈଠକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ତଥା ପୁରାତନ ଛାତ୍ର ପ୍ରଫେସର ସମର ମୁଦାଲିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୁରାତନ ଛାତ୍ର ତଥା ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଅନ୍ୟତମ ଅତିଥିଭାବେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାପିକା ତଥା ବରିଷ୍ଠ ଶିକ୍ଷାବିତ୍‌ ପ୍ରଫେସର ଜ୍ୟୋତ୍ସ୍ନା ପଟ୍ଟନାୟକଙ୍କ ସମେତ ବରିଷ୍ଠ ଆଇନଜୀବୀ ତଥା ଶ୍ରମିକ ନେତା ବିଷ୍ଣୁ ଚରଣ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ପୂରାତନ ଛାତ୍ର ସଂସଦର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସଂଘର ଆବାହକ ତଥା ବରିଷ୍ଠ ଆଇନଜୀବୀ ଗିରିଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇ ସଂଘରେ ଅଧିକରୁ ଅଧିକ ପୂରାତନ ଛାତ୍ରୀ ଯୋଡ଼ି ହେବା ସହିତ ଭାବର ଆଦାନ ପ୍ରସାଦ ନିମନ୍ତେ ଆହ୍ୱାନ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ନାୟକ ଗତ କିଛି ବର୍ଷ ମଧ୍ୟରେ ମହାବିଦ୍ୟାଳୟର ବିଭିନ୍ନ ଭିତ୍ତିଭୂମି ବିକାଶ ସମ୍ପର୍କରେ ସୂଚନା ଦେଇ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି ନିମନ୍ତେ ସମସ୍ତ ପୂରାତନ ଛାତ୍ରଛାତ୍ରୀଙ୍କ ସକ୍ରୀୟ ସହଯୋଗ ନିମନ୍ତେ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ପ୍ରଫେସର ପଟ୍ଟନାୟକ ସମସ୍ତେ ନିଜର ଅହଂଭାବ ଛାଡ଼ି ସହଯୋଗର ଭାବନା ନେଇ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ। ଅନ୍ୟତମ ଅତିଥି ବିଷ୍ଣୁ ମହାନ୍ତି ମହାବିଦ୍ୟାଳୟର ଗୌରବମୟ ଇତିହାସ ସମ୍ପର୍କରେ ସୂଚନା ଦେବା ସହ ଏହି ଅନୁଷ୍ଠାନକୁ ଏକ ବିଶ୍ୱବିଦ୍ୟାଳୟରେ ପରିଣତ ନିମନ୍ତେ ଉଦ୍ୟମ କରିବା ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ସଂଘର ସଭାପତି ବିଭୁତି ଭୂଷଣ ପୁହାଣ ସଂଘର ପଞ୍ଜୀକରଣ ସମ୍ପର୍କରେ ସୂଚନା ଦେଇଥିଲାବେଳେ ସାଧାରଣ ସମ୍ପାଦକ ରୋଶନ ସାହୁ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଭିନ୍ନ ବ୍ୟାଚ୍‌ର ପୂରାତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ। ଅନ୍ୟତମ ପୂରାତନ ଛାତ୍ରୀ ଡ ପ୍ରେମଲତା ଖଣ୍ଡୁଆଳ ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ମୋ କଲେଜ ଅଭିଯାନର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ କୁମାର ବେହେରା ଅନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ବିକାଶ ଦିଗରେ ସମସ୍ତ ପୂରାତନ ଛାତ୍ରଛାତ୍ରୀଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ଅନୁରୋଧ କରିଥିଲେ। ସଂଘର ମୁଖପତ୍ର ମୈତ୍ରେୟ ସମ୍ପର୍କରେ ପ୍ରଫେସର ମୁଦାଲି ସୂଚନା ଦେଇଥିଲେ। ଏହି ଅବସରରେ ପ୍ରଥମ ଥର ପାଇଁ ପ୍ରସ୍ତୁତ ହୋଇଥିବା ମହାବିଦ୍ୟାଳୟର ମୁଖପତ୍ର ‘ମୈତ୍ରେୟ’ କୁ ଉନ୍ମୋଚନ କରାଯାଇଥିଲା। ୧୯୭୨-୧୯୭୬ ବ୍ୟାଚ୍‌ର ପୂରାତନ ଛାତ୍ରମାନେ ପ୍ରଫେସର ମୁଦାଲି ଓ ଅଜିତ ମୋହନ ପୁଜାରୀଙ୍କ ନେତୃତ୍ୱରେ ଏକଲକ୍ଷ ୧୧ହଜାର ଏକଟଙ୍କା, ରୋଶନ ସାହୁ ୧୦ ହଜାର ଟଙ୍କା ଏବଂ ଅନ୍ୟତମ ଛାତ୍ରୀ ଡ ମଧୁସ୍ମିତା ଧୂପାଳ ୩୦ହଜାର୧୦୧ ଟଙ୍କା ମୋ-କଲେଜ ଅଭିଯାନ ପାଣ୍ଠିକୁ ପ୍ରଦାନ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ବିଭିନ୍ନ ବ୍ୟାଚ୍‌ର ଶତାଧିକ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ା ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ହନୁମାନ ଚାଳିଶା ପାଠ , ସଂକୀର୍ତ୍ତନ , ଭଜନ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

୯୭ତମ ଶ୍ରାଦ୍ଧ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଲେ ସାଂସଦ ନବଚରଣ 

masiha

ଆଜି ଆସ ଆମେ ବସ୍ତି କୁ ଯିବା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!