ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଶ୍ଵିନି କୁମାର କଳାହାଣ୍ଡି ବୈଦ୍ୟ ସଂଘର ୧୪ତମ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

ଅଶ୍ଵିନି କୁମାର କଳାହାଣ୍ଡି ବୈଦ୍ୟ ସଂଘର ୧୪ତମ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ 

ଜୁନାଗଡ଼,୧୪/୧୧(ମ ନି ସ)ଅଶ୍ଵିନି କୁମାର ବୈଦ୍ୟ ସଂଘ ନlନ୍ଦୁଲ ତରଫରୁ ୧୪ ତମ ଜିଲ୍ଲା ସ୍ତରୀୟ ବୈଦ୍ୟ ସମ୍ମିଳନୀ ଜାରିଙ୍ଗ ସ୍ଥିତ ସ୍ଵତନ୍ତ୍ର ରିଜର୍ଭ ବାଟାଲିଆନ୍ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ସଂଘ ର ସଭାପତି ପ୍ରକୃତି ବନ୍ଧୁ ଯତୀନ୍ଦ୍ର କର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ସମେତ ପଡୋଶୀ ଜିଲ୍ଲା ର ଅନେକ ବୈଦ୍ୟ ଯୋଗ ଦେଇଥିଲେ l ସଭାପତି ଙ୍କ ନିଜ ଗୃହ ବାଡ଼ି ରେ ହୋଇଥିବା ହଜାର ହଜାର ବନୌଷଧିବୃକ୍ଷରାଜି ପରିଦର୍ଶନ କରିବା ସହ ମାଗଣା ରେ ଉପସ୍ଥିତ ଚିକିତ୍ସ ଙ୍କ ଦ୍ଵାରା ସ୍ଵସ୍ଥ୍ଯ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ସୁଜିତ୍ କୁମାର ଓ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଆୟୁର୍ବେଦିକ ଚିକିତ୍ସା ଅଧିକାରୀ ଡଃ ସରୋଜ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ସ୍ଵତନ୍ତ୍ର ବାଟାଲିଆନ୍ କମାଣ୍ଡେନ ଅକ୍ଷୟ କୁମାର ନାଏକ ଏବଂ ଡଃ ଅଯୋଧ୍ୟା ନାଥ ବେହେରା, ଡଃ ଅମିତ କୁମାର ମୁଣ୍ଡ, ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଶରତ ସୁନା, ମହେନ୍ଦ୍ର ଭୋଇ , ଦୁର୍ଯ୍ୟୋଧନ ବେହେରା ବରିଷ୍ଠ ବୈଦ୍ଯ ପବିତ୍ର ଶବର ସମ୍ପାଦକ ପଦ୍ମଶ୍ରୀ ପଟ୍ଟାୟତ୍ ସାହୁ ଉପଦେଷ୍ଟା ଛବିଲାଲ ନିଆଲ ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ବୈଦ୍ୟ ସଂଘ ପକ୍ଷରୁ ପଦ୍ମଶ୍ରୀ ତଥା ବରିଷ୍ଟ ବୈଦ୍ଯ ପଟ୍ଟାୟତ୍ ସାହୁ, ପ୍ରକୃତି ବନ୍ଧୁ ମମତା କର ବୈଦ୍ୟ ରତ୍ନ୍ ରୂପେ ବରୁଣ ଦୂର୍ଗା, ବୈଦ୍ୟ ବିଶାରଦ ଧନଞ୍ଜୟ ଶାହା, ବୈଦ୍ଯ ରୂପେ ଓମକାରା ନନ୍ଦ ସାହୁ, ସୁଦର୍ଶନ ପାତ୍ର, ଇ କ୍ଷୀରୋଦ ମୁଣ୍ଡ ଙ୍କୁ ସମ୍ମାନିତ କରାଯାଇଥିଲା l ଏଥିରେ କଳାହାଣ୍ଡି, ନୂଆପଡା, ନବରଙ୍ଗପୁର, ରାୟଗଡା, ବଲାଙ୍ଗିର, ଫୁଲବାଣୀ, ଅଞ୍ଚଲ ରୁ ବହୁ ସଂଖ୍ୟାରେ ବୈଦ୍ୟ ମାନେ ଯୋଗ ଦେଇଥିଲେ। ଶେଷରେ ସଂଘ ର କୋଷାଧ୍ୟକ୍ଷ ଝାସକେତନ ନାଏକ ଧନ୍ୟବାଦ ଦେଇଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ନୂଆପଡ଼ା ଜିଲ୍ଲାରେ ରବି ରୁତୁ ପାଇଁ ସାରାବଙ୍ଗରୁ ଧାନ ସଂଗ୍ରହ ଆରମ୍ଭ

masiha

ବୀର ସହୀଦ ଲକ୍ଷ୍ମଣ ନାଏକଙ୍କ ୧୨୬ତମ ଜନ୍ମ ଜୟନ୍ତୀ ପାଳନ 

Sunil Chandra Nayak

ନବରଙ୍ଗପୁର ମହାବିଦ୍ୟାଳୟ ରେ ମହିଳା ସୁରକ୍ଷା ଉପରେ କର୍ମଶାଳା

Sunil Chandra Nayak

Leave a Comment

error: Content is protected !!