ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଦ୍ମପୁର ବ୍ଲକ ବିଜୟା ନନ୍ଦ ହାଇସ୍କୁଲ ପଡ଼ିଆ ରେ ବଡ ଧୁମ ଧାମ ରେ ଚଇତି ପାଳିତ

ପଦ୍ମପୁର ବ୍ଲକ ବିଜୟା ନନ୍ଦ ହାଇସ୍କୁଲ ପଡ଼ିଆ ରେ ବଡ ଧୁମ ଧାମ ରେ ଚଇତି ପାଳିତ

ରାୟଗଡା:- ପଦ୍ମପୁର ବ୍ଲକ ସ୍ତରୀୟ ଚଇତି କାର୍ଯ୍ୟକ୍ରମ ଶୁଭାରମ୍ବ କରାଯାଇଥିଲା ମରିଚ଼ଗୁଡ଼ା ଗ୍ରାମ ରେ ଆଦିବାସୀ ମାନଙ୍କର ମୂଖ୍ୟ ଅକ୍ଷର ଧାମ୍‌ ମନ୍ଦିର ରେ ହୋମ ଜଜ୍ଞ ଏବଂ ରାୟଗଡ଼ା ଜିଲ୍ଲା ର 11ଗୋଟି ବ୍ଲକ କୁ 11ଟି କୋଳସ ସହ ଆଜ୍ଞାମାଳ ଆଣି ପଦ୍ମପୁର ସୁନାରି ଘାଇ ଛକ ନିକଟରେ ଖିଲାମୁଣ୍ଡା ମାଙ୍କ ପାଖରେ ଏକତ୍ରିତ ହୋଇ ହଜାର ହଜାର ଉର୍ଦ୍ଧ୍ଵ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଥିଲା। ଖମାପଦର ନାଳରୁ ପୂର୍ଣ୍ଣ ଜଳ ଆଣି କଳସ ଯାତ୍ରା କରାଯାଇଥିଲା ବିଶେଷ କରି ରାୟଗଡ଼ା ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ଅକ୍ଷର ଧାମ ରୁ ଆଜ୍ଞାମାଳ ଆଣି ବି.ଏନ୍‌ ହାଇସ୍କୁଲ ପଡିଆ ରେ ରଖାଯାଇଥିଲା ସେଠାରେ ଅଞ୍ଚଳର ବିଭନ୍ନ ସ୍କୁଲର ଛାତ୍ର ଛାତ୍ରି ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଦେଖିବାକୁ ମିଳିଥିଲା ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି କୋରାପୁଟ ଲୋକସଭା ସାଂସଦ ଶ୍ରୀଯୁକ୍ତ ସପ୍ତ କରି ଭଲ୍ଲାକା, ସମ୍ମାନୀତ ଅତିଥି ରାୟଗଢ଼ା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତ, ରାୟଗଡ଼ା ମୂଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗୁଣପୁର ଉପଜିଲ୍ଲାପାଳ , ଗୁଣୁପୁର ବିଧାୟକ ସତ୍ୟ ଜିତ ଗମାଙ୍ଗ, ରାୟଗଡ଼ା ବିଧାୟକ ଆପଲ ସ୍ୱାମୀ କାଡ୍ରକା, ରାୟଗଡ଼ା ସଭାପତି ଜିଲ୍ଲାପରିଷଦ ସୁଶ୍ରୀ ସରସ୍ଵତୀ ମାଝି ଏବଂ ଓଡ଼ିଶା ର ପୂର୍ବତନ ମୂଖ୍ୟ ମନ୍ତ୍ରୀ ଡକ୍ଟର ଗିରିଧାରି ଗମାଙ୍ଗ, ପଦ୍ମପୁର ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରମୁଖ ମାନ୍ୟ ଗଣ୍ୟ ଅଥିତି ଉପସ୍ଥିତ ରହି ଆଜିର ବ୍ଲକ ସ୍ତରୀୟ ଉଦଘାଟନ ରେ ଅଂଶ ଗ୍ରହଣ କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନନ୍ଦାହାଣ୍ଡିରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଗା ରକ୍ତଦାନ ଶିବିରରେ ୬୧ ୟୁନିଟ ରକ୍ତ ସଂଗ୍ରହ

masiha

କେନ୍ଦ୍ରାଂଚଳ ଉପନିର୍ଦ୍ଦେଶକଙ୍କ ଡିଆଇପିଆର୍‌ଓ କାର୍ଯ୍ୟାଳୟ ପରିଦର୍ଶନ

masiha

ବେଲଘରରେ ଦୁଇ ଦିନିଆ ଡିମ୍ବୁଲି ମହୋତ୍ସବ ଉଦଯାପିତ: ପାଞ୍ଚ ଜିଲ୍ଲାରୁ ୨୦ ହଜାର ରୁ ଉର୍ଦ୍ଧ କନ୍ଧ ଆଦିବାସୀଙ୍କ ସମାଗମ 

masiha

Leave a Comment

error: Content is protected !!