ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟଦେବ କଳା ବିକାଶ କେନ୍ଦ୍ରର ୮ ମ ବାର୍ଷିକୋତ୍ସବ ସମ୍ପନ୍ନ 

ଜୟଦେବ କଳା ବିକାଶ କେନ୍ଦ୍ରର ୮ ମ ବାର୍ଷିକୋତ୍ସବ ସମ୍ପନ୍ନ 

 ରାଉରକେଲା: ଜଗଦା ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଜୟଦେବ କଳା ବିକାଶ କେନ୍ଦ୍ର, ତା’ର ୮ମ ବାର୍ଷିକ ଉତ୍ସବକୁ ନିକଟସ୍ଥ ମା’ ବାଟ ମଙ୍ଗଳା ଶକ୍ତିପୀଠ ପରିସରରେ ଥିବା ଶକ୍ତିଭବନ ଠାରେ ମହାଆଡମ୍ବରରେ ପାଳନ କରି ସାରିଛି । ଏହି କାର୍ଯ୍ୟକ୍ରମରେ ମ୍ୟୁନିସିପାିଲ କଲେଜର ଅଧ୍ୟକ୍ଷ ଡ଼ ସନାତନ ପଧାନ ମୁଖ୍ୟ ଅତିଥି ଭାବରେ ଓ ରାଉରକେଲାର ବିଶିଷ୍ଟ ସମାଜ ସେବୀ ତଥା ଶିଳ୍ପପତି ନିତ୍ୟାନନ୍ଦ ସିଂଘଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ନୃତ୍ୟଗୂରୁ ଦୀପିକା ପାତ୍ର ଓ ପି. ସୌଜନ୍ୟାଙ୍କୁ “ଜୟଦେବ ନୃତ୍ୟକଳା ସମ୍ମାନ”,ଚିତ୍ରକଳା ଗୁରୁଶ୍ରୀ ପୂର୍ଣ୍ଣଚନ୍ଦ୍ର ମାହାତୋଙ୍କୁ “ଜୟଦେବ ଚିତ୍ର କଳା ସମ୍ମାନ”ରେ ସମ୍ମାନିତ କରାଯାଇଥିଲା। ସେହିପରି ପଣ୍ଡିତ କାଶୀନାଥ ପଣ୍ଡାଙ୍କୁ “ଜୟଦେବ ସମାଜ କଲ୍ୟାଣ ସମ୍ମାନ”ରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ଉପସଭାପତି ନରେନ୍ ଦାସ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ପଣ୍ଡା ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି କହିଲେ ଯେ, ଜଗଦାରେ ରହୁଥିବା ପିଲାମାନଙ୍କ କଳାସଂସ୍କୃତିର ବିକାଶ ପାଇଁ ସଦା ଚେଷ୍ଟିତ। ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ତବଲା ବାଦନ, ମର୍ଦ୍ଦଳ ବାଦନ ପ୍ରତି ରୁଚି ରଖୁଥିବା ଛାତ୍ର ଛାତ୍ରୀଙ୍କୁ କିଭଳି ଉନ୍ନତ ତାଲିମ ଦିଆଯିବା ସଂଗେସଂଗେ ଜଗଦା ତଥା ରାଉରକେଲାରେ କିପରି କଳାର ବିକାଶ ହୋଇପାରିବ ଅନୁଷ୍ଠାନର ପ୍ରୟାସ ଜାରି ରହିଛି। ଜାତୀୟ ସ୍ତରୀୟ ଅହୋରାତ୍ର ଶାସ୍ତ୍ରୀୟ ସଙ୍ଗୀତ ସମାରୋହ କାର୍ଯ୍ୟକ୍ରମ, କବିତା ଆପଣଙ୍କର – ସୁର ଓ ସ୍ୱର ମୋର, ବିଦ୍ୟାଳୟ ସ୍ତରୀୟ ଦେଶାତ୍ମକ ବୋଧକ ସଙ୍ଗୀତ ପ୍ରତିଯୋଗିତା ଆଦି କାର୍ଯ୍ୟକ୍ରମ କରିଆସିଛି। ଆମ ଓଡ଼ିଶାର ନିଜସ୍ଵ ପାରମ୍ପାରିକ ସଙ୍ଗୀତ ଓ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଓଡ଼ିଶୀ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କହିଥିଲେ। ଅନୁଷ୍ଠାନର ଚିତ୍ରକଳା ବିଭାଗର ଛାତ୍ରଛାତ୍ରୀମାନେ ଗୁରୁଶ୍ରୀ ରଘୁନାଥ ବାରିକଙ୍କ ତତ୍ତ୍ଵାବଧାନରେ ତାଙ୍କ କୃତିର ଏକ ଆର୍ଟ ଗ୍ୟାଲେରୀ ପ୍ରଦର୍ଶନୀ କରିଥିଲେ। ନୃତ୍ୟଗୁରୁ ଦୀପିକା ପାତ୍ରଙ୍କ ଦ୍ଵାରା ପ୍ରଶିକ୍ଷିତ ଛାତ୍ରୀମାନେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଆଦି ପ୍ରଦର୍ଶନ କରିଥିଲେ ଓ ପି. ସୌଜନ୍ୟାଙ୍କ ଛାତ୍ରୀମାନେ କଥକ ନୃତ୍ୟ ପରବେଷଣ କରିଥିଲେ। ସଙ୍ଗୀତ ବିଭାଗରେ ପ୍ରଦୀପ କୁମାର ପଣ୍ଡାଙ୍କ ଛାତ୍ରଛାତ୍ରୀ ଓଡ଼ିଶୀ ରାଗ, ଛାନ୍ଦ ଓ ଓଡ଼ିଆ ହିନ୍ଦୀ ସମ୍ମିଶ୍ରଣ (ଫ୍ୟୁଜନ୍) ସଙ୍ଗୀତ ପରିବେଷଣ କରିଥିଲେ। ଅନୁଷ୍ଠାନର ଗୁରୁଶ୍ରୀ ପରମେଶ୍ବର ସାହୁ ଓ ଦୀପକ ନାୟକଙ୍କ ପ୍ରଶିକ୍ଷିତ ଛାତ୍ରଛାତ୍ରୀମାନେ ତବଲା ଓ ମର୍ଦ୍ଦଳ ବାଦନ କରି ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ତରଫରୁ ଡ଼ ସମର ମୁଦାଲି, କବି ରାଜୀବ ପାଣି, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ବ୍ରଜେନ୍ଦ୍ର ଦାଶ, ନିରୁପମା ପତିଙ୍କୁ ଅତିଥି ଭାବେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର କର୍ମକର୍ତ୍ତା ସର୍ବଶ୍ରୀ ସଞ୍ଜୀବ ମହାନ୍ତି, ପ୍ରଭାତ ମହାନ୍ତି, ହୃଷୀକେଶ ନାୟକ, ପ୍ରଦୀପ ପତି, ରମେଶ ଚନ୍ଦ୍ର ଦାସ, କ୍ରିଷ୍ଣା ସିଂହ, ହେମନ୍ତ ପତି, ଆର୍ତ୍ତତ୍ରାଣ ବେହୁରା, ହରିହର ପଣ୍ଡା, ଭୋଳନଥ ମଝି, ହିରେନ ମୁଖାର୍ଜୀ,ରୁକ୍ମନ୍ ବେହେରା ପ୍ରମୁଖ ସହ ଅଭିଭାବକ ଓ ଅନେକ ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ ଓ ସହଯୋଗ କରିଥିଲେ। ଝିଲିମା ମହାନ୍ତି ଓ ନରେନ୍ ଦାସ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଡ଼ ସୁଶାନ୍ତ ପାଣି ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବୁଲା କୁକୁର ବନ୍ଧ୍ୟାକରଣ ଅଭିଯାନ: ୭୪ ଦିନରେ ୧୨୫୧, ଅଭିଯାନ ସଫଳ ଅଭିମୁଖ୍ୟେ

Sunil Chandra Nayak

ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାରଙ୍କୁ ଦାବିପତ୍ର ଦେଲେ ସରପଞ୍ଚ

masiha

ନୂତନ ଥାନାଧିକାରୀ ଭାବେ ରମାକାନ୍ତ ମୁଦୁଲି ଙ୍କ ଯୋଗଦାନ

masiha

Leave a Comment

error: Content is protected !!