ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବି ସତ୍ୟ ସିଂ ପାଇଲେ ‘ଫେସବୁକ କଲାପଟା ସମ୍ମାନ’

କବି ସତ୍ୟ ସିଂ ପାଇଲେ ‘ଫେସବୁକ କଲାପଟା ସମ୍ମାନ’

କର୍ଲାମୁଣ୍ଡା: ତେରେସିଂହା ଗ୍ରାମର ଯୁବ କବି ସତ୍ୟ ସିଂ ବାଗ ‘ଫେସବୁକ କଲାପଟା ସମ୍ମାନ’ ରେ ସମ୍ମାନିତ ହୋଇଛନ୍ତି l ବରଗଡ଼ ଜିଲ୍ଲା ର ଗାନ୍ଧୀ ସ୍ମୃତି ପାଠାଗାର ଠାରେ ‘କଲା ଦହନା ଅନୁଷ୍ଠାନ’ ତରଫରୁ ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବ ଓ ଚତୁର୍ଥ କବି ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଥିଲା l ଏଥିରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ଈଶ୍ୱର ବାଗ ଓ ମାତା ଗୋମତୀ ବାଗଙ୍କ ପୁତ୍ର ସତ୍ୟ ସିଂ ବାଗଙ୍କୁ ‘ଫେସବୁକ କଲାପଟା ସମ୍ମାନ’ ଓ ୟୁଟୁବ କବିତା ଆସର ପାଇଁ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ଟ୍ରଫି ସହ ମାନପତ୍ର ଦେଇ ସମ୍ମାନିତ କରାଯାଇଛି l ତାଙ୍କ ରଚିତ କବିତା ଅପାଠୁଆ ଶ୍ରମିକ, ଜ୍ଞାନ ପ୍ରଦୀପ, ସୁଦ୍ଧ ଭକ୍ତେ ଭଗବାନ, ହେ ସମୟ, ଜୀବନ, ମଳିନ ରକ୍ତ, ଆମର ଅଭୁଲା ଜନମ ମାଏଟ୍, ସମୟ ଚକରେ ସଂସାର ରଥ, ଏତେ ସପନକୁ ରାତି ନାହିଁ, ଅଦେଖା ଲୁହ, ଆମେ କଳାହାଣ୍ଡିଆ, ବାୟାମନ, ଜୀବନ ସରିତା, ଅହଂକାର, ଧ୍ୱନି ପ୍ରତିଧ୍ୱନି, ଓଁ ଶ୍ରୀ ହନୁମତେ ନମଃ ଇତ୍ୟାଦି କବିତା ବିଭିନ୍ନ ପତ୍ରପତ୍ରିକା ଓ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ହୋଇ ବେଶ୍ ପାଠକୀୟ ଆଦୃତି ଲାଭ କରିପାରିଛି l ସେ ଜଣେ ବାଦ୍ୟ କଳାକାର ଭାବେ ମଧ୍ୟ ପରିଚିତ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ତହସିଲଦାରଙ୍କ ଉଦ୍ୟମରେ ରାଇରଙ୍ଗପୁରର ଏବଂ ନୂଆଗାଁ ର କିଛି ଜବରଦଖଲକାରୀ ମାନେ ସ଼ତଃସ୍ଫୁର୍ତ୍ତ ଭାବେ ଯାଗା ଛାଡୁଛନ୍ତି 

masiha

ପ୍ରାଧ୍ୟାପିକା ଡ.ସୁଚେତା ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଭାବପୂର୍ଣ୍ଣ,ସ୍ମୃତିଚାରଣ ଶ୍ରଦ୍ଧାଞ୍ଜଳି ସଭା ନିରାଡମ୍ବର ଭାବେ ଅନୁଷ୍ଠିତ 

Sunil Chandra Nayak

ସୁରକ୍ଷିତ ହେବ ବସ୍ ସେବା,ଖୋଲିବ ଜରୁରୀ ଗେଟ୍ ରହିବ ଅଗ୍ନି ନିର୍ବାପକଯନ୍ତ୍ର 

Sunil Chandra Nayak

Leave a Comment

error: Content is protected !!