ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର )-୨୦୨୬ ଅଧୀନରେ ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ ମୋଟ ଭୋଟର ସଂଖ୍ୟା ୨, ୧୧, ୪୯୮

ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର )-୨୦୨୬ ଅଧୀନରେ ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ

ମୋଟ ଭୋଟର ସଂଖ୍ୟା ୨, ୧୧, ୪୯୮

ରାଇରଙ୍ଗପୁର ତା ୨୧-୦୯-୨୦୨୬ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ–୨୦୨୬ ଅଧୀନରେ ଆଜି ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇଛି। 

ଏହି ଉପଲକ୍ଷେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ରାଇରଙ୍ଗପୁର ଉପ ଜିଲ୍ଲାପାଳ ଶ୍ରୀ ଉଗ୍ରେସନ ଓରାମଙ୍କ ସୌଜନ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ରେ ରାଇରଙ୍ଗପୁର ବିଧାୟକ ଶ୍ରୀ ଜଲେନ ନାଏକଙ୍କ ସହିତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଭାବେ କଂଗ୍ରେସ ଦଳର ଶ୍ରୀ ରୂପକ ମହାନ୍ତି,ବିଜୁ ଜନତା ଦଳର ଶ୍ରୀ ରାଇସେନ ମୁର୍ମୁ , ପଙ୍କଜ ଦାସ , ବିଶ୍ୱଜିତ ପଣ୍ଡା , ଶଙ୍କର ଟୁଡୁ , ଗୋପବନ୍ଧୁ ଗିରି ଏବଂ ବିରଞ୍ଚି ନାରାୟଣ ନନ୍ଦ ଯୋଗଦେଇଥିଲେ।

ନିର୍ବାଚନ ଆୟୋଗଙ୍କ ପତ୍ର ଅନୁଯାୟୀ, ୨୦୨୬ ମସିହା ମଇ ମାସ ୨୯ ତାରିଖରେ ଭୋଟର ତାଲିକାର ଏହି ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ତଦନୁସାରେ ଜୁଲାଇ ୫ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିଲା। ଉକ୍ତ ଚିଠା ଭୋଟର ତାଲିକାରେ ମୋଟ ୨,୦୯, ୭୩୨ ମତଦାତାଙ୍କ ନାମ ପଞ୍ଜିକୃତ କରାଯାଇଥିବା ବେଳେ ଗ୍ରହଣ ହୋଇଥିବା ବିଭିନ୍ନ ଆପତ୍ତି ଓ ଅଭିଯୋଗର ଶୁଣାଣି କରାଯାଇ ନିଷ୍ପତ୍ତି ଅଧାରରେ ଚୂଡାନ୍ତ ଭୋଟର ତାଲିକା ପ୍ରସ୍ତୁତ କରାଯାଇ ପ୍ରକାଶିତ ହୋଇଛି। ଉକ୍ତ ଚୂଡାନ୍ତ ଭୋଟର ତାଲିକାରେ ପଞ୍ଜିକୃତ ମୋଟ ୨, ୧୧,୪୯୮ ମତଦାତାଙ୍କ ନାମ ପ୍ରକାଶ ପାଇଛି।ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା, ସହକାରୀ ଜିଲ୍ଲାପାଳ ଶ୍ରୀ ସୁଧାକର ସେଠୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଓ ବରିଷ୍ଠ ରାଜସ୍ବ ସହାୟକ ପ୍ରସାଦ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ସୁଲାଇପାଟ ସରକାରୀ ଉଚ୍ଚ ବିଦ୍ଯାଳୟରେ ବେଆଇନ ରୋଷେୟା ନିଯୁକ୍ତି ନେଇ ମହିଳାଙ୍କ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

Sunil Chandra Nayak

ଗଙ୍ଗାଧର ସାହିତ୍ଯରେ ଧାର୍ମିକ ଭାବନାର ଛାପ

masiha

ଷୋହଳତମ ଜନ୍ମଦିନ, ସ୍ମୃତି ବହନକରେ କାହିଁକି ?

Sunil Chandra Nayak

Leave a Comment

error: Content is protected !!