ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ଆଦର୍ଶ ବିଦ୍ୟାଳୟ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ଶତ ପ୍ରତିଶତ 

ଓଡିଶା ଆଦର୍ଶ ବିଦ୍ୟାଳୟ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ଶତ ପ୍ରତିଶତ 

ହିଞ୍ଜିଳିକାଟୁ, ୧୯/୦୪ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଶାସନ ଆମ୍ବଗାଁ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ କେନ୍ଦ୍ର ସରକାର ଶିକ୍ଷାବିଭାଗ ଦ୍ୱାରା ପରିଚାଳିତ ସିବିଏସଇ ଦଶମ ଶ୍ରେଣୀ ୨୦୨୫-୨୬ ର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ଆଦର୍ଶ ବିଦ୍ୟାଳୟର ଏହି ବର୍ଷ ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷାରେ ସମୁଦାୟ ୮୨ ଜଣ ଛାତ୍ରଛାତ୍ରୀ ଦେଇଥିଲେ,ସମସ୍ତେ ଉତ୍ତୀର୍ଣ୍ଣ ହୋଇ ପୂର୍ଣ ସଫଳତା ପାଇଥିବା ଜଣାପଡିଛି । ପ୍ରକାଶିତ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳରେ ଦୀପ୍ତି ରାଣୀ ସାହୁ ୯୭.୬୦ % ପ୍ରତିଶତ ରଖି ବିଦ୍ୟାଳୟ ଟପର ହୋଇଥିବା ବେଳେ ଅଭିଲିପ୍ସା ଗୌଡ଼ ୯୫.୬୦% ଓଁକାର ପଣ୍ଡା ୯୫.୬୦% ଦ୍ୱିତୀୟ ସ୍ଥାନ ଓ କାପଲ ସୁମିତ ୯୫.୨୦% ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ୧୫ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ମାର୍କ ରଖିଛନ୍ତି । ଚଳିତ ବର୍ଷ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସିବିଏସଇ ଦଶମ ଶ୍ରେଣୀର ପରୀକ୍ଷା ଫଳ ଶତ ପ୍ରତିଶତ ରହିଥିବା ଅଜଣା ଯାଇଛି । ଛାତ୍ରଛାତ୍ରୀ ମାନଙ୍କ ଏହି ସଫଳତାର ଶ୍ରେୟ ନିମନ୍ତେ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା , ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ହିଞ୍ଜିଳି ବ୍ଳକ ନିବାସୀ,ଗ୍ରାମ ଅଞ୍ଚଳବାସୀ, ଅଭିଭାବକ, ସହପାଠୀ , ଗୁରୁଜନ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Related posts

ଗଦ୍ୟରୁ ପଦ୍ଯ ସୃଷ୍ଟି ପ୍ରତିଯୋଗିତାରେ ଜଗତସିଂହପୁର ଜିଲ୍ଲା ପ୍ରଥମ 

masiha

ସେକ୍ଟର ୧୯ ଥାନାରେ ଆମ ପୁଲିସ ର ବୈଠକ 

Sunil Chandra Nayak

ଦାସୀଗାଁ ରେ ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ

Sunil Chandra Nayak

Leave a Comment

error: Content is protected !!