ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରିଜ ଡିଭାଇଡର ରେ ପିଟିହୋଇ ବାଇକ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର

ବ୍ରିଜ ଡିଭାଇଡର ରେ ପିଟିହୋଇ ବାଇକ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର

କୋକସରା ବ୍ଲକ ଆମପାଣି ରୁ ଧର୍ମଗଡ଼ ଯାଇଥିବା ବିଜୁ ଏକ୍ସପ୍ରେସ ୱେ ରାସ୍ତା ର ଭୁର୍ଷାଗୁଡା ନିକଟରେ ଥିବା ବ୍ରିଜ ର ଡିଭାଇଡର ରେ ପିଟିହୋଇ ବାଇକ ଦୁର୍ଘଟଣା ହୋଇଥିବା ବେଳେ ବାଇକ ରେ ଥିବା ଦୁଇ ଯୁବକ ଙ୍କ ମଧ୍ୟରୁ ଜଣେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଯୁବକ ଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ରେ କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ସୂଚନା ମତେ କଲମପୁର ଥାନା ଅରେବେଡ଼ା ଗ୍ରାମର ଲିଙ୍ଗରାଜ୍ ମାଝୀ ଓ ପୋଢ଼ବେଡା ଗ୍ରାମର ତୁଲାରାମ ପୁଝାରି କୋକସରା ବ୍ଲକ ର ଡୁଡୁକାଠେଙ୍ଗା ନିଜ ସମ୍ପର୍କୀୟ ଵିଵାହ କାର୍ଯ୍ୟରେ ଯୋଗ ଦେଇ ଫେରିବା ସମୟରେ ଘଣ୍ଟିଗୁଡା ଓ ଭୁର୍ଷାଗୁଡା।ମଝିରେ ଥିବା ବ୍ରିଜ ର ଡିଭାଇଡର ରେ ପିଟିହୋଇ ଦୁର୍ଘଟଣା ହୋଇଥିଲେ। ଦୁର୍ଘଟଣାରେ ଲିଙ୍ଗରାଜ ମାଝୀ ଙ୍କ ମୃତ୍ୟୁ ହୋଇଛି।ଖବର ପାଇ ଘଟଣାସ୍ଥଳରେ ଆମପାଣି ପୋଲିସ ପହଞ୍ଚି ଦୁର୍ଘଟଣା ବାଇକ କୁ ଜବତ କରିବା ସହ ମୃତ ଯୁବକ ଙ୍କ।ପରିବାର ଙ୍କୁ ସୂଚନା ଦେଇଥିଲେ।ତେବେ ସନ୍ଧ୍ୟା ହେବା କାରଣରୁ ଶବ ବ୍ୟବଚ୍ଛେଦ ଆସନ୍ତା କାଲି ହେବ ଓ ଏନେଇ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ନେଇ ଆମପାଣି ଥାନା ତଦନ୍ତକାରୀ ପୋଲିସ ଅଧିକାରୀ ରାଜେଶ ପରିଡା ସୂଚନା ଦେଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ମେଧା ସମ୍ମାନ 

masiha

ସଲପା ଗ୍ରାମରେ ଗୋଷ୍ଠି କେନ୍ଦ୍ର ର ଶୁଭ ଉଦଘାଟନ

Sunil Chandra Nayak

ଜବାହାର ନବୋଦୟ ବିଦ୍ଯାଳୟ ନର୍ଲାର ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ବାରା ନବୋଦୟ ବିଦ୍ଯାଳୟ ପ୍ରତିଷ୍ଠା ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!