ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ଦାବିନେଇ ଅଗ୍ନିଶମ ବାହିନୀ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ବିଭିନ୍ନ ଦାବିନେଇ ଅଗ୍ନିଶମ ବାହିନୀ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ବସ୍ତା,22/02 : ବିଭିନ୍ନ ଦାବି ନେଇ ବସ୍ତା ଅଗ୍ନିଶମ ବାହିନୀ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଗୁରୁବାର ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ସରକାର ସମାନ କାମକୁ ସମାନ ଦରମା ସହିତ ପୂର୍ବ ପରି ପୋଲିସ ସହିତ ସମାନ ଦରମା ଓ ଭତ୍ତା ପ୍ରଦାନ କରିବା, ଆବଶ୍ୟକ କର୍ମଚାରୀ ନିଯୁକ୍ତି ସହିତ ୨୪ ଘଣ୍ଟିଆ କାମ ପରିବର୍ତ୍ତେ ପର୍ଯ୍ୟାୟ କ୍ରମେ ଆଠ ଘଣ୍ଟା କୁ କମାଇବା, ରାଜ୍ୟରେ କାର୍ଯ୍ୟ କରୁଥିବା ଅଗ୍ନି ସମ ବାହିନୀ ମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ପୂର୍ବରୁ ଥିବା ରାଜ୍ୟ ସ୍ତରୀୟ ସଂଘକୁ ପୁନଃ ସରକାରୀ ମାନ୍ୟତା ଆଦି ଦାବିରେ ଏହି ଆନ୍ଦୋଳନ ରାଜ୍ୟବ୍ୟାପୀ ଚାଲିଥିବା ବେଳେ ବସ୍ତା ଅଗ୍ନିଶମ ବାହିନୀର ପକ୍ଷରୁ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ କର୍ମଚାରୀ ଅବିରତ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ସରକାର ଏହି ସବୁ ଦାବିକୁ ପୂରଣ ନକରିବା ଯାଏଁ ଆନ୍ଦୋଳନ ଚାଲୁରହିବାକୁ ଚେତାବନୀ ଦେଇଛନ୍ତି କର୍ମଚାରୀ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର 

masiha

ରୁପ୍ରା ଠାରେ ନର୍ଲା ରିପୋଟରସ୍ କ୍ଲବ୍ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ 

Sunil Chandra Nayak

ରାଇରଙ୍ଗପୁର ପୌରପାଳିକା; ବାଇଦାପୋଷୀ ଗ୍ରାମ ଡୁଙ୍ଗୁରିସାହି ରାସ୍ତା ମରଣଯନ୍ତା

Sunil Chandra Nayak

Leave a Comment

error: Content is protected !!