ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସ୍ତରୀୟ ଭାଇ ଭଉଣୀ ଶିଶୁ ସାହିତ୍ୟ ଉତ୍ସବ

କଟକ ପବିତ୍ର ରକ୍ଷା ବନ୍ଧନ ଅବସରରେ କଟକ ଗାନ୍ଧୀ ଭବନରେ କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ରାଜ୍ୟସ୍ତରୀୟ ଭାଇ ଭଉଣୀ ଶିଶୁ ସାହିତ୍ୟ ଉତ୍ସବ ପାଳିତ ହୋଇ ଯାଇଛି । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ କବି ଏବଂ ସାରସ୍ବତ ସ୍ରଷ୍ଟା ଯୋଗଦେଇ ସ୍ୱ ରଚିତ ରାକ୍ଷୀପୂର୍ଣ୍ଣିମା ଶୀର୍ଷକ କବିତା ପାଠ କରିଥିଲେ । ଭାଇ ଭଉଣୀ ଶିଶୁ ସାହିତ୍ୟ ଉତ୍ସବରେ ଉଦ୍ ଘାଟକ ପ୍ରାକ୍ତନ ଜଜ୍ ଶ୍ରୀଯୁକ୍ତ ଭିକାରୀ ଚରଣ ରାଉତ, (ସି. ବି .ଆଇ) ଯୋଗଦେଇ ଶିଶୁ ସାହିତ୍ୟରେ ରକ୍ଷାବନ୍ଧନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । 

ମୁଖ୍ୟ ଅତିଥି ଡ଼କ୍ଟର ସତ୍ୟ ରାୟ ପ୍ରାକ୍ତନ, ସମ୍ପାଦକ ସମାଜ ଶିଶୁ ମାନଙ୍କର ବୌଦ୍ଧିକ ଚେତନା ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ।ମୁଖ୍ୟ ବକ୍ତା ଆଧ୍ୟାତ୍ମିକ ପ୍ରବକ୍ତା ଶ୍ରୀ ମାନସ ଚୈତନ୍ୟ ମହାରାଜ ଶିଶୁ ସାହିତ୍ୟ ଦିବ୍ୟ ଆଧ୍ୟାତ୍ମିକ ଚେତନାର ସୃଷ୍ଟି ହେବା ଦରକାର ବୋଲି ବକ୍ତବ୍ୟ ରଖିଥିଲେ ।ସମ୍ମାନିତ ବକ୍ତା ଶ୍ରୀ ପିତାମ୍ବର ମିଶ୍ର, ଏବଂ ସମ୍ମାନିତ ଅତିଥି ଭାବେ ଡ଼କ୍ଟର ଲକ୍ଷ୍ମଣ ସାହୁ , ଅଧ୍ୟକ୍ଷ ଡ଼କ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ, ଶ୍ରୀଯୁକ୍ତ ଲଳିତେନ୍ଦୁ ପଲାଉରି, ବରିଷ୍ଠ ସ୍ତମ୍ବକାର ପଣ୍ଡିତ ନୀଳକଣ୍ଠ ରାଉତ୍, ଶ୍ରୀଯୁକ୍ତ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ସଭାପତି ସର୍ବୋଦୟ,ଡଃ ଦିପାୟନ୍ ପଟ୍ଟନାୟକ ,ଯୋଗଗୁରୁ ସାଗରିକା ଜେନା ଯୋଗଦେଇ ରକ୍ଷା ବନ୍ଧନର ଭାରତୀୟ ସଂସ୍କୃତି ଉପରେ ଥିବା ପ୍ରଭାବକୁ ବ୍ୟାଖ୍ୟା କରିଥିଲେ । ଡଃ ସଂଗ୍ରାମ କେଶରୀ ସାମନ୍ତରାୟ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ । କୈବଲ୍ୟ ସାହିତ୍ୟ ସଂସଦର ସ୍ମରଣିକା “ଆଧ୍ୟାତ୍ମିକ ଲୋକ ସାହିତ୍ୟର ଅସ୍ମିତା କୈବଲ୍ୟ “ଉନ୍ମୋଚିତ ହୋଇଥିଲା । ଅତିଥି ଏବଂ ଛାତ୍ରଛାତ୍ରୀ ବେଲଗଛ, ନିମ୍ବଗଛ ଏବଂ ଅଶ୍ୱତଥ ବୃକ୍ଷକୁ ଜଳଦାନ କରି ରକ୍ଷା ବନ୍ଧନ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଦେଶାତ୍ମକବୋଧ ସଙ୍ଗୀତ ଗାୟନ କରାଯାଇଥିଲା । ବେଦ ବିଦ୍ୟାଳୟର ଛାତ୍ର ଛାତ୍ରୀ ଚାରିବେଦ ଅତ୍ୟନ୍ତ ଚିତ୍ତାକର୍ଷକ ଭାବେ ନିର୍ଭୁଲ ଗାୟନ କରିଥିଲେ ।ଉକ୍ତ ଅବସରରେ ପ୍ୟାରୀମୋହନ ଏକାଡେମୀ, ସତ୍ୟ ସନାତନ ବୈଦିକ ବିଦ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, କଲେଜ ଛକ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର , ଶଙ୍କରପୁର୍ ଶିଶୁ ଭାରତୀ ଉଚ୍ଚ ବିଦ୍ୟାଳୟ ତେଲେଙ୍ଗା ବଜାର, ମା ସରସ୍ଵତୀ ଶିକ୍ଷା ମନ୍ଦିର ମାଛୁଆ ବଜାର କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।ଶ୍ରୀମତୀ ସୁରଭି ଦ୍ବିବେଦୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉକ୍ତ ଶିଶୁ ଉତ୍ସବରେ ତିନି ଶହରୁ ଉର୍ଦ୍ଧ କବି ଏବଂ ଛାତ୍ରଛାତ୍ରୀମାନଙ୍କୁ କୈବଲ୍ୟ ଅତୁଟ ବନ୍ଧନ ଶିଶୁ ପ୍ରତିଭା ପୁରସ୍କାର,କୈବଲ୍ୟ ଅତୁଟ ବନ୍ଧନ ସାରସ୍ବତ ସମ୍ମାନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରିୟବ୍ରତ ଦେହୁରୀ , ସସ୍ମିତା ପଟ୍ଟନାୟକ, ସୁଭବ୍ରତ ମହାପାତ୍ର, ଜନ ରଞ୍ଜନ ପ୍ରଧାନ, ମହେଶ୍ୱର ବେହେରା , ଛବିରାମ୍ ସେଠୀ ପ୍ରମୁଖ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ମନୋରମା ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଶିଶୁ ସୂରକ୍ଷା ଓ ବାଲ୍ୟ ବିବାହ ମୁକ୍ତ ଗ୍ରାମ ପଞ୍ଚାୟତ ସମ୍ପର୍କିତ ତାଲିମ ଅନୁଷ୍ଠିତ 

Sunil Chandra Nayak

ରାୟଗଡ ଜିଲ୍ଲା ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

masiha

ରାୟ ମଉସାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା 

Sunil Chandra Nayak

Leave a Comment

error: Content is protected !!