ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଡୁଗାଁ ପଞ୍ଚାୟତକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି କରି ତହସିଲଦାରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କଲେ ଚାଷୀ

କୋକସରା,୨୮/୮ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଚଳିତ ବର୍ଷ ବର୍ଷାର ଅନିୟମିତତା କାରଣରୁ ଅନେକ ପଞ୍ଚାୟତରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ଦେଖାଦେଇଛି।ଆସନ୍ନ ମରୁଡି ଚାଷିଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଥିବା ବେଳେ ବ୍ଲକର ଲଡୁଗାଁ ପଞ୍ଚାୟତକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଓ କ୍ଷୟକ୍ଷତି ଆକଳନ କରି ଇନ ପୁଟ ସବସିଡ଼ି ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି । ସୋମବାର କୋକସରା ତହସିଲଦାର ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ଲଡୁଗାଁ ଅଞ୍ଚଳର ଚାଷୀ। ସୂଚନା ମତେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା କାରଣରୁ ଲଡୁଗାଁ ପଞ୍ଚାୟତରେ ସମ୍ଭାବ୍ୟ ମରୁଡି ସ୍ଥିତି ଦେଖିବାକୁ ମିଳିଛି। ଲଡୁଗାଁ ପଞ୍ଚାୟତ ଦେଇ ମେଗାଲିଫ୍ଟ କେନାଲ ପ୍ରବାହିତ ହେଉଥିବା ବେଳେ ଏହି ପ୍ରକଳ୍ପରୁ ମାତ୍ର କିଛି ଚାଷଜମିକୁ ଜଳସେଚନ ହେଉଥିବା ବେଳେ ୮୦ ପ୍ରତିଶତ ଜମିକୁ ଜଳସେଚିତ ହେଉନାହିଁ ବୋଳି ଚାଷି ମାନେ ଅଭିଯୋଗ କରିଛନ୍ତି। ଲଡୁଗାଁ ପଂଚାୟତର ସୁନାମାଲ, ଆଇଁଲି, ମୁଡ୍ରାବାହେଲି, ସୁପାଡ, ପିତବାସପୁରର ହଜାର ହଜାର ହେକ୍ଟର ଚାଷଜମି ବର୍ଷା ଅଭାବରୁ ରୁଆ ଓ ବୁଣା ଧାନ ସବୁ ନଷ୍ଟ ହେବାକୁ ବସିଲାଣି। କିଛି ଚାଷି ଏପର୍ଯ୍ୟନ୍ତ ରୁଆ ବେଉଷା କରି ପାରି ନାହାଁନ୍ତି। ବିଭିନ୍ନ ବ୍ୟାଙ୍କ, ଫାଇନାନ୍ସ କମ୍ପାନୀ, ମହାଜନି ଋଣ ଆଣି ଚାଷି ଚାଷ କରିଥିଲେ ହେଲେ ବର୍ଷା ନହେବାରୁ ଚାଷି ଋଣ ସୁଝିବା ଓ ପରିବାର ପ୍ରତିପୋଷଣ କରିବା ଚିନ୍ତା ଦ୍ବିଗୁଣିତ କରିଛି। ସମ୍ଭାବ୍ୟ ମରୁଡିକୁ ଦୃଷ୍ଟିରେ ରଖି ଜୟ ଜଗନ୍ନାଥ କୃଷକ ସଙ୍ଘର ସଭାପତି ଦୁର୍ଗା ପ୍ରସାଦ ଅଗ୍ରୱାଲ ଓ ସମ୍ପାଦକ ପଙ୍କଜ ମୁଖ ଚୌଧୁରୀଙ୍କ ନେତୃତ୍ୱରେ ଲଡୁଗାଁ ପଞ୍ଚାୟତର ଶତାଧିକ ଚାଷୀ ମାନେ ଏକତ୍ରିତ ହୋଇ ପଞ୍ଚାୟତକୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା ସହ କ୍ଷୟକ୍ଷତି ଆକଳନ କରି ତୁରନ୍ତ ସରକାର ଚାଷିଙ୍କୁ ସହାୟତା ଯୋଗାଇ ଦେବାକୁ କୋକସରା ତହସିଲଦାର ଦେବବ୍ରତ କରାଟିଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ସମୟରେ ଲଡୁଗାଁ ଅଞ୍ଚଳର ଚାଷି ଅଶୋକ ଅଗ୍ରୱାଲ, ସୁଶିଳ ପାଢ଼ୀ, ମୁକ୍ତେଶ୍ଵର ପଟ୍ଟନାୟକ, ସୁରେଶ ଚନ୍ଦ୍ର ଅଗ୍ରୱାଲ, ଧନଞ୍ଜୟ ମୁଣ୍ଡ, ଧର୍ମାନନ୍ଦ ଶବର, ଖଗେଶ୍ୱର ଚୌଧୁରୀ ମଦନ ପାତ୍ର, ବଂଶୀଧାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଭବାନୀପାଟଣା ରେଳ ଷ୍ଟେସନରେ କୋଚ୍ ଇଣ୍ଡିକେସନ୍ ବୋର୍ଡ ସ୍ଥାପିତ

Sunil Chandra Nayak

ଦିବ୍ୟ ଗୃହସ୍ଥ ଜୀବନ ଆଲୋଚନାଚକ୍ର 

Sunil Chandra Nayak

ଦୂର୍ନିତୀ ଅଭିଯୋଗରେ ତିରିଂ ଲ୍ୟାମ୍ପ ଘେରିଲେ ଚାଷି

Sunil Chandra Nayak

Leave a Comment

error: Content is protected !!