ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ବ୍ଲକ, ପ୍ରଥମ ଦିନରେ ମାଟ୍ରିକ ପରୀକ୍ଷା, ୯ ଟି କେନ୍ଦ୍ରରେ ୧୫୪୫ ସ୍ଥାନରେ ୧୫୧୩ ପରୀକ୍ଷାର୍ଥୀ, ୩୨ ଛାତ୍ରଛାତ୍ରୀ ଅନୁପସ୍ଥିତ

କୋକସରା ବ୍ଲକ, ପ୍ରଥମ ଦିନରେ ମାଟ୍ରିକ ପରୀକ୍ଷା, ୯ ଟି କେନ୍ଦ୍ରରେ ୧୫୪୫ ସ୍ଥାନରେ ୧୫୧୩ ପରୀକ୍ଷାର୍ଥୀ, ୩୨ ଛାତ୍ରଛାତ୍ରୀ ଅନୁପସ୍ଥିତ

କୋକସରା,୨୧/୨ // ଚଳିତ ବର୍ଷ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ମଙ୍ଗଳବାର ଦିନ ଆରମ୍ଭ ହୋଇଛି।ପ୍ରଥମ ଦିନରେ ସାହିତ୍ୟ ବିଷୟ ଥିବା ବେଳେ କୋକସରା ବ୍ଲକରେ ମୋଟ ୯ ଟି ପରୀକ୍ଷା କେନ୍ଦ୍ରରେ ୧୫୪୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୫୧୩ ଜଣ ଛାତ୍ରୀ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନାହାନ୍ତି। ସକାଳ ୭ଟା ରୁ ପରୀକ୍ଷା କେନ୍ଦ୍ର ଆଗରେ ପରୀକ୍ଷାର୍ଥୀ ପହଞ୍ଚି ନିର୍ଦ୍ଧାରିତ ସମୟ ମଧ୍ୟରେ ସ୍କୁଲ ଗେଟରେ ପ୍ରବେଶ ପୂର୍ବରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ରଛାତ୍ରୀଙ୍କୁ ଯାଞ୍ଚ କରି ପରୀକ୍ଷା ହଲକୁ ଛାଡିଥିଲେ। ସକାଳ ୯ ଘଣ୍ଟାରୁ ଦିନ ୧୧:୩୦ ପର୍ଯ୍ୟନ୍ତ ପରୀକ୍ଷା ସମୟ ରହିଥିଲା। ଆଜି ପ୍ରଥମ ଦିନରେ ମାତୃଭାଷା ଓଡ଼ିଆ ସାହିତ୍ୟ ପରୀକ୍ଷା ରହିଥିଲା, ତେବେ ପରୀକ୍ଷାକୁ ନିରପେକ୍ଷ ଓ କପି ମୁକ୍ତ କରିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା ଗ୍ରହଣ କରାଯାଇଛି।

କୋକସରା ସରକାରୀ ଜବହାର ଉଚ୍ଚ ବିଦ୍ୟାଳୟ ନୋଡାଲ କେନ୍ଦ୍ର ଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଶ୍ନ ପତ୍ର ରଖାଯାଇଛି । ଏଠାରୁ ପୁଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନିୟୋଜିତ ଶିକ୍ଷକ ମାନେ ଡେସପାଚ ଟିମ୍ ଦ୍ୱାରା ବିଭିନ୍ନ ରୁଟ ରେ ଥିବା ପରୀକ୍ଷା କେନ୍ଦ୍ର ଗୁଡ଼ିକୁ ପ୍ରଶ୍ନପତ୍ର ଗୁଡ଼ିକ ପହଞ୍ଚାଇ ଦେବାସହ ପରୀକ୍ଷା ସରିବା ପରେ ପରୀକ୍ଷା କେନ୍ଦ୍ର ରୁ କଡା ସୁରକ୍ଷା ମଧ୍ୟରେ ନୋଡାଲ କେନ୍ଦ୍ରକୁ ଉତ୍ତର ଖାତା ଅଣା ଯାଇଛି। ଏନେଇ ନୋଡାଲ ପରୀକ୍ଷା କେନ୍ଦ୍ର ଅଧିକାରୀ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ସୂଚନା ଦେଇଛନ୍ତି। ପ୍ରଥମ ଦିନରେ ମାତୃଭାଷା ବିଷୟ ଥିବା ବେଳେ ଛାତ୍ରଛାତ୍ରୀ ଉତ୍ସାହ ସହ ପରୀକ୍ଷା ଦେଇଥିବା ପ୍ରକାଶ କରିଛନ୍ତି।

ମସିହା ନିୟୂଜ୍ ସର୍ଭିସ୍ 

Related posts

ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ଓ ସମ୍ପର୍କ ବୈଠକ ଅନୁଷ୍ଠିତ

Sunil Chandra Nayak

ଓଡ଼ିଆ ପକ୍ଷ ପାଳନ ଅବସରରେ “ଆମ ରୁଚି ଆମ ଖାଦ୍ୟ”

Sunil Chandra Nayak

ତହସିଲଦାରଙ୍କୁ ହତ୍ୟା ଧମକ ଦେଇ ଅଡୁଆରେ ବ୍ଲକ ଅଧ୍ୟକ୍ଷ, ନର୍ଲା ବିଧାୟିକାଙ୍କ ସ୍ବାମୀଙ୍କ ନାଁରେ ମାମଲା ରୁଜ୍ଜୁ ପୋଲିସ ବିଧାୟିକାଙ୍କ ଭୁବନେଶ୍ବର ସ୍ଥିତ ବାସ ଭବନରେ ଚଢାଉ ନେଇ ରାଜନୈତିକ ହଟ ଚମଟ ସୃଷ୍ଟି….

Sunil Chandra Nayak

Leave a Comment

error: Content is protected !!