ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପତାଞ୍ଜଳି ଯୋଗ ସମିତିର ସ୍ୱାସ୍ଥ ସଚେତନତା ଶିବିର

ଜୁନାଗଡ଼,୨/୪(ମ ନି ସ)ଜୁନାଗଡ଼ ପତାଞ୍ଜଳି ଯୋଗ ସମିତି ଦ୍ୱାରା ସ୍ଥାନୀୟ ସାଇନିଂ କିଡ୍ସ ୱାର୍ଲଡ଼ ସ୍କୁଲ ପରିସର ମଧ୍ୟରେ ଏକ ସ୍ୱାସ୍ଥ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ପ୍ରତ୍ୟୁଷରୁ ଅନୁଷ୍ଠିତ ଏହି ଶିବିରରେ ଆସନ ,ପ୍ରାଣୟମ ଏବଂ ବୌଦ୍ଧିକ ବିକାଶ ଉପରେ ଗୁରୁତ୍ଵ ଦିଆଯାଇ ପ୍ରଶିକ୍ଷଣ ଦିଆଯାଇଥିଲା।ଶିବିରରେ ଯୋଗ ସମିତି ଜିଲ୍ଲା ପ୍ରଭାରୀଅଶୋକ କୁମାର ମୁଣ୍ଡ ଯୋଗଦେଇ ଆସନର ଅଭ୍ୟାସ ସଂଗେ ପରିବାରକୁ ସଂସ୍କାରିତ କାରବାରେ ଯୋଗର ଭୂମିକା ଉପରେ ଆଲୋକପାତ କରିଥିଲେ।ଡା, ନିହାର ରଞ୍ଜନ ପଣ୍ଡା ସହ ଜିଲ୍ଲା ପ୍ରଭାରୀ,ସମିତିର ଉପଦେଷ୍ଟା କୃଷ୍ଣଚନ୍ଦ୍ର ଦାସ, ଏବଂଜିଲ୍ଲା ସମ୍ପାଦକ ଗଜିନ୍ଦ୍ର ପ୍ରସାଦ ପାଢ଼ୀ ପ୍ରମୁଖ ଯୋଗଦେଇ ଯୋଗର ସୁସ୍ଥ ଓ ନିରାମୟ ଜୀବନ ପାଇଁ ଏହାର ବିଜ୍ଞାନ ସମ୍ମତ ଉପକାରିତା ଉପରେ ଦୃଷ୍ଟିପାତ କରିଥିଲେ।ତହସିଲ ପ୍ରଭାରୀ ତଥା ଯୋଗ ଶିକ୍ଷକ ନବକିଶୋର ବେହେରା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସମିତିର ସଦସ୍ୟ ପ୍ରବୀର କୁମାର ଗୋଏଲ ଧନ୍ୟବାଦ ଦେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଜିଲ୍ଲା ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ପରିଷଦର ୧୪ଟି ଦାବି ରୁ, ୩ପୂରଣ କରିବେ ୫ଟି ସଚିବ

Sunil Chandra Nayak

ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ , ଦ୍ୱାଦଶ ପରୀକ୍ଷାରେ ପ୍ରୋକ୍ସାନୀ ମେହେର ନର୍ଲାବ୍ଲକ୍ ଟପର୍ ହୋଇଥିବା ବେଳେ ଦଶମ ପରୀକ୍ଷାରେ ଅନ୍ୱେଷା ପଣ୍ଡା ନର୍ଲାବ୍ଲକ୍ ଟପର୍ ହୋଇଛନ୍ତି 

ଟସର ପୋକର ଜନ୍ମ ମଣିଷ ପାଇଁ

Sunil Chandra Nayak

Leave a Comment

error: Content is protected !!