ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାତୀ ଆକ୍ରମଣରେ ଚାଷୀ ମୃତ   

କାମାକ୍ଷାନଗର (ମନିସ)୨୫/୧୨- ପରଜଙ୍ଗ ବ୍ଲକ ଅନ୍ତର୍ଗତ କଲଦା ପଞ୍ଚାୟତ କଲଦା ଗ୍ରାମର ରମେଶ ଚନ୍ଦ୍ର ସାହୁ ୬୫ ବର୍ଷ ନାମକ ବ୍ୟକ୍ତି ନିଜ ବାଇକରେ ସକାଳ ସାଢେ଼ ୭ଘଟିକା ସମୟରେ ବିଲକୁ ଯାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି ।ହାତୀଟି ଗ୍ରାମ ପାଖ ନିକଟରେ ଥିବା ଜଙ୍ଗଲରୁ ହଠାତ୍ ରାସ୍ତାକୁ ବାହାରି ଆସି ପ୍ରଥମେ ବାଇକକୁ ଶୁଣ୍ଢରେ ଫୋପାଡି ଦେଇ ରମେଶଙ୍କ ଛାତିରେ ମଡା ପକାଇ ଦେବା ସହ ପଛପଟ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା ।ଅନ୍ୟ ଲୋକ ମାନେ ସେହି ରାସ୍ତାରେ ଯାଉଥିବା ବେଳେ ଏହି ଦୃଶ୍ୟ ଦେଖି ପାଟିତୁଣ୍ଡ କରିବାରୁ ହାତୀଟି ଜଙ୍ଗଲକୁ ପଳାଇ ଯାଇଥିଲା ।ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ପରିବାର ଲୋକ ପରଜଙ୍ଗ ମେଡ଼ିକାଲକୁ ଆଣିଥିଲେ ମଧ୍ୟ ସେଠାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ତଥାପି ଏ ପର୍ଯ୍ୟନ୍ତ ବନ ବିଭାଗର ନିଦ ଭାଙ୍ଗିନି ।

କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ନୁଆପଡ଼ା ଜିଲ୍ଲାର ସୁନାବେଡ଼ା ଠାରେ ନୁଆପଡା ଜିଲ୍ଲାପାଳ ଶ୍ରୀଯୁକ୍ତ ମଧୁସୁଦନ ଦାଶ ଙ୍କ ଦ୍ୱାରା ବଣଜାତ ମହୁ ପ୍ରକ୍ରିୟାକରଣ କେନ୍ଦ୍ର’ର ଉଦ୍ଘାଟନ

Sunil Chandra Nayak

ଖାତିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

Sunil Chandra Nayak

ନାମକୁ ନେଇ ଦ୍ୱନ୍ଦ :ଅସୁବିଧାରେ ମହିଳା

Sunil Chandra Nayak

Leave a Comment

error: Content is protected !!