ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଓକିଲ ସଙ୍ଘ ନିର୍ବାଚନ,ସନ୍ତୋଷ ପଣ୍ଡା ସଭାପତି

କଳାହାଣ୍ଡି ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଭବାନୀପାଟଣାରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।

 ସଭାପତି ଭାବେ ସନ୍ତୋଷକୁମାର ପଣ୍ଡା, ସମ୍ପାଦକ କମଳଲୋଚନ ଶତପଥୀ, ଉପସଭାପତି ସୁଧୀର କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି। ସେହିପରି ସର୍ବସମ୍ମତି କ୍ରମେ ସହ ସମ୍ପାଦକ ଭାବେ ରୋହିଣୀକାନ୍ତ ଚାଲାନ, କୋଷାଧ୍ୟକ୍ଷ ମହେଶ ପ୍ରସାଦ ମହାପାତ୍ର, ବରିଷ୍ଠ କାର୍ଯ୍ୟକାରିଣୀ ସଦସ୍ୟ ଗଣପତି ନାଏକ, ଜ୍ୟୋତ୍ସ୍ନାମଞ୍ଜରୀ ମିଶ୍ର, ଲୋକନାଥ ନାଏକ, ସୁଧୀର କୁମାର ପଣ୍ଡା ନିର୍ବାଚିତ ହୋଇଥିବା ବେଳେ କନିଷ୍ଠ ସଦସ୍ୟ ଅଭିରାମ ପଟ୍ଟନାୟକ, ପ୍ରଦୀପ ନାଏକ, ସରଣୀ ବେମାଲ ମନୋନୀତ ହୋଇଥିଲେ।

ଆଇନଜିବୀ ମାନଙ୍କ ସ୍ୱାଭିମାନ ଓ ସମାଜର ସାମୁହିକ ସ୍ବାର୍ଥ ପାଇଁ ଓକିଲ ସଙ୍ଘ ବଦ୍ଧ ପରିକର ବୋଲି ନବ ନିର୍ବାଚିତ ଉପ ସଭାପତି ସୁଧୀର କୁମାର ପଟ୍ଟନାୟକ ମସିହା କୁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। କୋର୍ଟ ପରିସରରେ ଥିବା ଆମ୍ବେଦକର ମୂର୍ତ୍ତି ର ଲୋକାର୍ପଣ ତଥା ନିର୍ମାଣଧୀନ ବାର୍ ବିଲଡିଂ ର କାର୍ଯ୍ୟ ସମ୍ପୂର୍ଣ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରି ସମସ୍ତଙ୍କର ସହଯୋଗ କାମନା କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ତେରେସିଂହା +୨ କଲେଜରେ ସଚେତନତା କର୍ମଶାଳା

masiha

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ରାଇରଙ୍ଗପୁର ସମେତ ୫ ଟି ପୌରାଞ୍ଚଳ ରେ’ ଡ୍ରିଙ୍କ ଫ୍ରମ ଟେପ୍’ ଲୋକାର୍ପିତ ଏବଂ ୧୩ ଟି ପୌରାଞ୍ଚଳରେ ଶୁଭାରମ୍ଭ

masiha

ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ବେନିୟମ ପାର୍କିଂ ଉଚ୍ଛେଦ, ଏନଫର୍ସମେଣ୍ଟ୍ ଉପରେ ଗୁରୁତ୍ଵାରୋପ

Sunil Chandra Nayak

Leave a Comment

error: Content is protected !!