ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵିଜାତଳା କୃଷି ସୂଚନା ଓ ଉପଦେଷ୍ଟା କେନ୍ଦ୍ର ପରିସରରେ ମାଣ୍ଡିଆ (ପୁଷ୍ଟି ଶସ୍ୟ) ର ଖାଦ୍ୟ ମେଳା ୨୦୨୩ ଅନୁଷ୍ଠିତ

ମୟୂରଭଞ୍ଜ- (ମସିହା)ଓଡିଶା ସରକାରଙ୍କ ଖାଦ୍ୟ ମିଶନ ଯୋଜନା ପ୍ରୟାସରେ ରାଜ୍ଯରେ ମିଲେଟ୍ ମିଶନ ଯୋଜନା କାର୍ଯ୍ୟ କରୁଅଛି । ଓଡିଶା ବାସୀଙ୍କୁ ପୁଷ୍ଟି ଶସ୍ୟର ଖାଦ୍ୟ କିପରି ଉପଲବ୍ଧ ହେବ ତାହାକୁ ନେଇ ସଚେତନତା କାର୍ଯ୍ୟକ୍ରମ ମାଧ୍ଯମରେ ମାଣ୍ଡିଆ ଚାଷ ହେଉଥିବା ବ୍ଲକ ମାନଙ୍କରେ ସଚେତନତା କର୍ମଶାଳା ଆୟୋଜନ କରାଯାଉଅଛି । ବିଶେଷ ଭାବରେ ଯେଉଁଠି ଅଧିକ ମାଣ୍ଡିଆ ଚାଷ୍ କରାଯାଉଅଛି ଉକ୍ତ ବ୍ଲକ ଗୁଡିକରେ ମିଲେଟ୍ ମିଶନ ଓଡିଶା ଦ୍ଵାରା ଚାଷୀମାନଙ୍କ ପାଇଁ ସଚେତନତା ପୁଷ୍ଟିଶସ୍ୟ ଖାଦ୍ୟର ମେଳା ଅନୁଷ୍ଠିତ କରାଯାଉଅଛି ବୋଲି ଅଧିକାରୀ ମାନେ ପ୍ରକାଶ କରିଥିଲେ । ଶୁକ୍ରବାର ଦିନ ମୟୁରଭଞ୍ଜ ଜିଲ୍ଲା ବିଜାତଳା କୃଷି ସୂଚନା ଓ ଉପଦେଷ୍ଟା କେନ୍ଦ୍ର ପରିସରରେ ପୁଷ୍ଟି ଶସ୍ୟ ଖାଦ୍ୟ ମେଳା ସ୍ବେଛାସେବୀ ଅନୁଷ୍ଠାନ ‘ଦୁଲାଲ’ ଦ୍ବାରା ଆୟୋଜନ କରାଯାଇଥିଲା । ଉକ୍ତ ମେଳାକୁ ମୁଖ୍ୟ ଅତିଥି ଭାବେ ବିଜାତଳା, ସରପଞ୍ଚ ଦମୟନ୍ତୀ ଟୁଡୁ ,ସମ୍ମାନିତ ଅତିଥି ବିଡ଼ିଓ ଯୋଗ ରଂଜନ ନାୟକ,ଅନ୍ୟତମ ଅତିଥି ତହସିଲଦାର ଜଗବନ୍ଧୁ ମଲ୍ଲିକ, ସହକାରୀ କୃଷି ଅଧିକାରୀ ଅଜୟ ମହାନ୍ତି କୃଷି ଅଧିକାରୀ, ବ୍ଳକ କୃଷି ଅଧିକାରୀ ନିହାରୀକା ଦଳେଇ,ବ୍ଳକ ପ୍ରାଣୀ ଚିକିତ୍ସା ଅଧିକାରୀ ଦିଲିପ ବେହେରା, ସିଡିପିଓ ଲକ୍ଷ୍ମୀ ଖୋୟା, ,ଦୁଲାଲର ପ୍ରୋଗ୍ରାମ କୋଅର୍ଡିନେଟର ଅରୁଣ ଶେଖର,ପ୍ରମୁଖ ଯୋଗଦାନ କରି ମିଲେଟ ମେଳାର ଶୁଭ ଉଦ୍ଘାଟନ କରିଥିଲେ । କୃଷି ସହକାରୀ ଅଧିକାରୀ ଶ୍ରୀ ଅଜୟ ମହାନ୍ତି,ବ୍ଳକ କୃଷି ଅଧିକାରୀ ନିହାରିକା ଦଳେଇ ମିଲେଟ ଚାଷ ସମ୍ବନ୍ଧୀୟ ବହୁ ମୂଲ୍ୟବାନ ତଥ୍ୟ ଆଲୋକପାତ କରିଥିଲେ । ଲୁପ୍ତ ହେଉ ଯାଉଥିବା କ୍ଷୁଦ୍ର ଶସ୍ୟକୁ ପୁଣି ଲୋକଲୋଚନକୁ ଆଣିବା ଏବଂ ସେଥିରେ ଭରପୁର ଥିବା ସମସ୍ତ ଭିଟାମିନ,କ୍ଯାଲେସିୟମ ଥିବା ଏବଂ ଏହାର ବ୍ୟବହାର ତାକୁ ନେଇ ଏହାର ପ୍ରଚାର ଓ ପ୍ରସାର କରିବା ସହ କମ ଖର୍ଚ୍ଚରେ ଚାଷୀମାନେ ଅଧିକ ଦୁଇ ପଇସା ରୋଜଗାର ପାଇଁ ପାରି ଆତ୍ମ ନିର୍ଭରଶୀଳ ହେବା ଏହା ସରକାରଙ୍କର ଉଦେଶ୍ୟ ବୋଲି ବିଡ଼ିଓ ଏବଂ ତହସିଲଦାର କହିଥିଲେ । ଜଳବାୟୁ ପରିବର୍ତ୍ତନ ଅନିଶ୍ଚିତତା ପାଣିପାଗ ଯୋଗୁଁ ଆଜି ଧାନଚାଷ ପ୍ରତି ବିପଦ ଦେଖାଦେଇଛି କିନ୍ତୁ ଏହି କ୍ଷୁଦ୍ର ମାଣ୍ଡିଆ ଚାଷ ପାଇଁ ଅଧିକ,ପାଣି,ସାର ଆବଶ୍ୟକତା ନାହିଁ । ତେଣୁ ଚାଷୀ ଏହି ଚାଷ କରି ଲାଭାନ୍ବତ ହୋଇପାରିବେ ।ଏହାର ବଜାର ଦର ଧାନ ଠାରୁ ମଧ୍ୟ ଅଧିକ ବୋଲି କହିଥିଲେ । । 

ଏହି କାର୍ଯ୍ୟକ୍ରମରେ ୧୩ଟି ମହିଳା ସ୍ଵୟଂ ସହାୟିକା ଗ୍ରୁପର ୨୦୦ ରୁ ଉର୍ଦ୍ଧ୍ବ ମହିଳା ଯୋଗଦେଇଥିଲେ । , ଲିଟା ଗୋସାଇଁ ସ୍ବୟଂ ସହାୟିକା ଗୋଷ୍ଠୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।ସ୍ୱୟଂ ସହାୟକ ମହିଳା ମାନେ ସେମାନଙ୍କ ଦ୍ବାରା ମାଣ୍ଡିଆ ରେ ବହୁ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିଥିବା ସୁସ୍ବାଦୁ ଗୁଲୁଗୁଲା , ଚିଙ୍ଗୁଡ଼ି ପୋକଡ଼ା, ଜିଲାପି , ସେଓ , ସିଙ୍ଗଡା , ଆଲୁଚପ , ଖୋଜା , ନିମିକି , କାକରା , ପୁରି , ଇଟଲି ,ମାଲପା,ମାଂସ ପିଠା, ପିଠା,ଚା,ଖଜା,ଖିରି,ସିଝାମଣ୍ଡା, ଇତ୍ୟାଦି ପ୍ରସ୍ତୁତ କରି ପ୍ରଦର୍ଶନୀ ମେଳାରେ ଉପସ୍ଥିତ ଅତିଥି, ଗ୍ରାମବାସୀ,ମହିଳା, ସ୍କୁଲ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ଦେଖାଇବା,ବୁଝାଇବା ସହ ଖାଇବାକୁ ଦେଇଥିଲେ ।ପ୍ରଥମ କରି ମହିଳା ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ଚିଙ୍ଗୁଡ଼ି ପକୋଡା ଏହି ଖାଦ୍ଯ ମେଳାରେ ପ୍ରଦର୍ଶିତ ହୋଇଥିଲା । ଅତିଥି ଗଣ ଖାଇ ଭାରି ପ୍ରୀତ ହୋଇଥିଲେ । ଅତିଥି ଗଣ କହିଥିଲେ ମାଣ୍ଡିଆ ପୃଥିବୀର ଏକ ଉତ୍କୃଷ୍ଟ କ୍ଷୁଦ୍ର ଶସ୍ୟ । ଯେଉଁଥିରେ ଭରପୁର ଖାଦ୍ୟ ଭିଟାମିନ, କ୍ୟାଲସିୟମ ପୁରି ରହିଛି ।ରାଜ୍ୟ ଓ କେନ୍ଦ୍ର ସରକାର ମାଣ୍ଡିଆ କୁ ସର୍ବାଦୃତ କରିବା ପାଇଁ ଚଳିତ ବର୍ଷ ମିଲେଟ ବର୍ଷ ଭାବରେ ଘୋଷାଣା କରିଛନ୍ତି । ଚାଷୀମାନଙ୍କୁ ବିହନ,ସାର,ପ୍ରତ୍ସୋହନ ରାଶି, ବୈଷୟିକ ଜ୍ଞାନ ସବୁକିଛି ଯୋଗାଇ ଦେଉଛନ୍ତି । ଚାଷୀମାନଙ୍କ ପାଇଁ ଉତ୍ପାଦିତ ଫସଲର ମଧ୍ୟ ଉଚିତ ଦରରେ କ୍ରୟ କରିବା ପାଇଁ ଲ୍ଯାମ୍ପ ଜରିଆରେ ବ୍ୟବସ୍ଥା କରିଛନ୍ତି ।ଚଳିତ ବର୍ଷ ବିଜାତଳା ବ୍ଳକର ଖରିଫ୍ ଋତୁ ପାଇଁ ୨୦୦ ହେକ୍ଟର ମାଣ୍ଡିଆ ଚାଷ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି ଵୋଲି ପ୍ରୋଗ୍ରାମ ଅଫିସର ଅରୁଣ ଶେଖର ସୂଚନା ଦେଇଥିଲେ ।କାର୍ଯ୍ୟକ୍ରମକୁ ବିଷ୍ଣୁପଦ ରଣା,ବଙ୍ଗାଳି ହେମ୍ବ୍ରମ,ଅଜିତ ବେହେରା,ବିକ୍ରମ ମାଝୀ,ନରେଶ ନାଏକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମାଣ୍ଡିଆ ଚାଷୀ, ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟା ବୃନ୍ଦ,ଅତିଥିଗଣ ଯୋଗ ଦେଇ ସଫଳ କରିଥିବାରୁ ‘ଦୁଲାଲ’ ର ସଂଯୋଜକ ଅରୁଣ ଶେଖର‌ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ଜିଲ୍ଲା ସଂସ୍କୃତି ଭବନରେ ଶ୍ରୀ ଜୟଦେବ ଜୟନ୍ତୀ ଓ ଅକ୍ଷୟ ତୃତୀୟା ମହାସମାରୋହରେ ପାଳିତ

Sunil Chandra Nayak

ବାର୍ଷିକ ଉତ୍ସବ ଓ ଅଷ୍ଟପ୍ରହରୀ ନାମଯଜ୍ଞ ସମ୍ପନ୍ନ 

masiha

ମହାମହିମ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି

masiha

Leave a Comment

error: Content is protected !!