ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୀର ସହୀଦ ଲକ୍ଷ୍ମଣ ନାଏକଙ୍କ ୧୨୬ତମ ଜନ୍ମ ଜୟନ୍ତୀ ପାଳନ 

ବୀର ସହୀଦ ଲକ୍ଷ୍ମଣ ନାଏକଙ୍କ ୧୨୬ତମ ଜନ୍ମ ଜୟନ୍ତୀ ପାଳନ 

ନବରଙ୍ଗପୁର:(ତା୨୨/୧୧/୨୦୨୫)(ରବି ନାରାୟଣ ମହାନ୍ତି) ଆଜି ଦିନ ଏଗାର ଘଣ୍ଟା ସମୟରେ ଜିଲ୍ଲା ସଦର ମହକୁମା ବିର୍ସା ମୁଣ୍ଡା ନଗର ନବରଙ୍ଗପୁର ସ୍ଥିତ ପବିତ୍ର ଭତରା ଭବନରେ ବୀର ସହୀଦ ଲକ୍ଷ୍ମଣ ନାଏକଙ୍କ ୧୨୬ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଉକ୍ତ ସଭାରେ ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ ପକ୍ଷରୁ ପୂର୍ବତନ ସଭାପତି ଅର୍ଜୁନ ଭତରା, ଜନଜାତି ସୁରକ୍ଷା ମଞ୍ଚ ଜିଲ୍ଲା ସଭାପତି ଗୋପିନାଥ ମାଝୀ, ଉପସଭାପତି ରତନ ମାଝୀ, ସହୀଦ ଲକ୍ଷ୍ମଣ ନାଏକଙ୍କ ସେବା ସଂଘ ସଭାପତି କମଳୁ ହରିଜନ , ନବରଙ୍ଗପୁର ବ୍ଳକ ଜନଜାତି ସୁରକ୍ଷା ମଞ୍ଚ ସଭାପତି ଜିତରୁ ଜାନୀ, କନ୍ଧ ସମାଜର ସଭ୍ୟ ପ୍ରଦୀପ ଜାନି, ଭୂମିଆ ସମାଜର ବାସୁଦେବ ମାଛଖିଆ ଗାଦଵା ସମାଜରୁ ଗୁରୁ ବନ୍ଧୁ ଗାଦବା ଉପସ୍ଥିତ ଥିଲେ । ସହିଦ୍ ଲକ୍ଷ୍ମଣ ନାଏକ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରି,ଧୂପ, ଦୀପ ପ୍ରଜ୍ଜ୍ଵଳନ କରାଇବା ପରେ ସମ୍ପୃକ୍ତ ସହିଦ୍ ଙ୍କ ବିଷୟରେ ବ୍ୟାପକ ଆଲୋଚନା କରି ସ୍ମୃତି ଚାରଣ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବେଦବ୍ୟାସ ଠାରେ ନଦୀ ବନ୍ଧ,ପଥର ବନ୍ଧ ର ସର୍ଭେ କାର୍ଯ୍ୟର ଶୁଭାରମ୍ଭ 

କୂଅ ରେ ପଡିଥିବା ଭାଲୁ କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ

କଳାହାଣ୍ଡି ଜିଲ୍ଲା ଯୋଜନା କମିଟିର ବୈଠକ। ସମଗ୍ର ଜିଲ୍ଲାର ବାର୍ଷିକ ଖସଡ଼ା ସର୍ବମୋଟ ୪୩୧୮,୬୫ କୋଟି ସର୍ବସମ୍ମତି ରେ ଅନୁମୋଦନ …

Sunil Chandra Nayak

Leave a Comment

error: Content is protected !!