ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୀର ସହୀଦ ଲକ୍ଷ୍ମଣ ନାଏକଙ୍କ ୧୨୬ତମ ଜନ୍ମ ଜୟନ୍ତୀ ପାଳନ 

ବୀର ସହୀଦ ଲକ୍ଷ୍ମଣ ନାଏକଙ୍କ ୧୨୬ତମ ଜନ୍ମ ଜୟନ୍ତୀ ପାଳନ 

ନବରଙ୍ଗପୁର:(ତା୨୨/୧୧/୨୦୨୫)(ରବି ନାରାୟଣ ମହାନ୍ତି) ଆଜି ଦିନ ଏଗାର ଘଣ୍ଟା ସମୟରେ ଜିଲ୍ଲା ସଦର ମହକୁମା ବିର୍ସା ମୁଣ୍ଡା ନଗର ନବରଙ୍ଗପୁର ସ୍ଥିତ ପବିତ୍ର ଭତରା ଭବନରେ ବୀର ସହୀଦ ଲକ୍ଷ୍ମଣ ନାଏକଙ୍କ ୧୨୬ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଉକ୍ତ ସଭାରେ ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ ପକ୍ଷରୁ ପୂର୍ବତନ ସଭାପତି ଅର୍ଜୁନ ଭତରା, ଜନଜାତି ସୁରକ୍ଷା ମଞ୍ଚ ଜିଲ୍ଲା ସଭାପତି ଗୋପିନାଥ ମାଝୀ, ଉପସଭାପତି ରତନ ମାଝୀ, ସହୀଦ ଲକ୍ଷ୍ମଣ ନାଏକଙ୍କ ସେବା ସଂଘ ସଭାପତି କମଳୁ ହରିଜନ , ନବରଙ୍ଗପୁର ବ୍ଳକ ଜନଜାତି ସୁରକ୍ଷା ମଞ୍ଚ ସଭାପତି ଜିତରୁ ଜାନୀ, କନ୍ଧ ସମାଜର ସଭ୍ୟ ପ୍ରଦୀପ ଜାନି, ଭୂମିଆ ସମାଜର ବାସୁଦେବ ମାଛଖିଆ ଗାଦଵା ସମାଜରୁ ଗୁରୁ ବନ୍ଧୁ ଗାଦବା ଉପସ୍ଥିତ ଥିଲେ । ସହିଦ୍ ଲକ୍ଷ୍ମଣ ନାଏକ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରି,ଧୂପ, ଦୀପ ପ୍ରଜ୍ଜ୍ଵଳନ କରାଇବା ପରେ ସମ୍ପୃକ୍ତ ସହିଦ୍ ଙ୍କ ବିଷୟରେ ବ୍ୟାପକ ଆଲୋଚନା କରି ସ୍ମୃତି ଚାରଣ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ହକ ମାଗି ଜେଲ ଗଲେ ଜମି ମାଲିକ

ମାଣ୍ଡେଲ ସରପଞ୍ଚଙ୍କ ଶ୍ରଦ୍ଧାଞ୍ଜଳି ସଭା 

masiha

ଭବାନିପାଟଣା ଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା

Sunil Chandra Nayak

Leave a Comment

error: Content is protected !!