ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ସର୍ଗିଫୁଲ ୨୦୨୫ ପାଳନ 

ଜିଲ୍ଲାସ୍ତରୀୟ ସର୍ଗିଫୁଲ ୨୦୨୫ ପାଳନ 

କୋରାପୁଟ ତା. ୨୨. ୧୧. ୨୦୨୫- କୋରାପୁଟ ଜିଲ୍ଲା ସ୍ତରୀୟ ସର୍ଗିଫୁଲ ସୁନାବେଡା ସ୍ଥିତ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ଠାରେ ମହାସୋମାରୋହରେ ପାଳିତ ହୋଇଯାଇଛି l ଏହା ତା. ୧୯. ୧୧. ୨୫ ରିଖ ଠାରୁ ଆରମ୍ଭ ହୋଇ ତା. ୨୧. ୧୧. ୨0୨୫ରିଖ ଦିନ ଉଦଯାପିତ ହୋଇଥିଲା l ଉଦଘାଟନି ଦିବସରେ ମାନ୍ୟବର ବିଧାୟକ ପଟାଙ୍ଗୀ ଶ୍ରୀ ରାମଚନ୍ଦ୍ର କାଡାମ, ମାନ୍ୟବର ବିଧାୟକ କୋରାପୁଟ ଶ୍ରୀ ରଘୁରାମ ମାଛ, ମାନ୍ୟବର ବିଧାୟକ ଲଷ୍ମୀପୁର ଶ୍ରୀ ପବିତ୍ର ସାଉନ୍ତା, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ସସ୍ମିତା ମେଲେକା, କୋରାପୁଟ ପୌର ପରିଷଦର ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠି, ସୁନାବେଡା ପୌର ପରିଷଦର ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ l ଛାତ୍ର, ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା l ମୋଟ ୧୬୬ଗୋଟି ବିଦ୍ୟାଳୟର ସମୁଦାୟ ୨୫୦୦ ଛାତ୍ର, ଛାତ୍ରୀ ଉକ୍ତ ଉତ୍ସବ ରେ ଯୋଗ ଦେଇଥିଲେ l ଉଦଯାପନୀ ଉତ୍ସବ ରେ କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର, ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ l ଜୋନାଲ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଏବଂ ଭଲିବଲ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସୁନୀଲ କୁମାର ତାଣ୍ଡି ପରିଚାଳନା କରିଥିଲେ l 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାମଲାଲାଙ୍କ ରାଜାଭିଷେକ ଓ କଳସ ଶୋଭାଯାତ୍ରା

masiha

ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

Sunil Chandra Nayak

ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!